ବ୍ୟାସନଗର ସହରରେ ସାପ ଆତଙ୍କ, ସାପ ଧରାଳୀଙ୍କ କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ

ବ୍ୟାସନଗର,୨୩/୧୦(ଶୁଭ୍ରାଂଶୁ ଶେଖର ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ବ୍ୟାସନଗର ପୈାରାଂଚଳଟି ଜଂଗଲ ଭରା ଥିଲା । ମାଙ୍କଡ଼ା ଛଇ ସାଂଗକୁ ବୁଦା ବୁଦା କଂଟା ଆଦି ଜଂଗଲକୁ ସଫା କରାଯାଇ ସହରର କଳେବର ବୃଦ୍ଧି ଘଟି ଚାଲିଛି । ଯାହା ଜୀବଜନ୍ତୁଙ୍କ ପାଇଁ ସମସ୍ୟା ହୋଇଛି । ଏଠାରେ ସର୍ପରାଜ ନାଗ/ନାଗୁଣୀଙ୍କ ସହ ବହୁ ପ୍ରକାରର ବିଷାକ୍ତ ସାପ ଦେଖାଯାଇଥାନ୍ତି । ଚିତି, ରଣା, ଚନ୍ଦନ ବୋଡା, ତମ୍ପ ଆଦି ସାପ ବେଶି ସଂଖ୍ୟାରେ ଥାନ୍ତି । ସ୍ଥାନୀୟ ଫେରୋକ୍ରୋମ କାରଖାନା ଜଂଗଲରେ ବହୁ ସଂଖ୍ୟକ ସାପ ଦେଖାଯାଇଥାନ୍ତି । ଫେରୋକ୍ରୋମ କାରଖାନା ପାଖ ଯୋଡାବର, ପନାସିଆ, ସାତକାଣିଆ, ରମ୍ପାସ, ମୁଣ୍ଡମାଳ, ବ୍ୟାସ ସରୋବର ଅଂଚଳ ଆଦି ଅଂଚଳରେ ସାପ ଭୟ ଅଧିକ ଥାଏ । ଏବର୍ଷ ଜିଲ୍ଲାରେ ସାପ ଆତଙ୍କ ଅଧିକ ଦେଖାଯାଇଥିବା ବେଳେ ବହୁ ଲୋକ ମଧ୍ୟ ସାପକାମୁଡ଼ାରେ ପ୍ରାଣ ତ୍ୟାଗ କରିଥିବାର ଜଣାଯାଇଛି । ସାପକୁ ଧରିବା ପାଇଁ ସହରର କେତେକ ଯୁବକ ସ୍ନେକ ହେଲ୍ପଲାଇନରେ କାମ କରୁଛନ୍ତି । ସ୍ଥାନୀୟ ୦୨ ନଂ ୱାର୍ଡ଼ ପନାସିଆର ମଣିଭଦ୍ର ମଲ୍ଲିକ, ସୁନାକର ଦାସ, ୦୩ନଂ. ୱାର୍ଡ଼ର ଶୁଧାଂଶୁ ନାଥ (ଦୀପୁ) ନାମକ ୦୩ ଜଣ ଯୁବକ ଦକ୍ଷତାର ସହ ବହୁ ସାପକୁ ଧରି ନିକଟସ୍ଥ ଜଂଗଲରେ ଛାଡୁଥିବାରୁ ସ୍ଥାନୀୟ ଅଂଚଳରେ ସେମାନେ ନିଜର ପରିଚୟ ସୃଷ୍ଟିକରିବା ସହ ପ୍ରଶଂସାର ପାତ୍ର ହୋଇଛନ୍ତି । ପନାସିଆ ଠାରେ ୦୩ କାଉନସିଲରଙ୍କ ଘର । ସେମାନଙ୍କ ମଧ୍ୟରୁ ୦୨ ଜଣଙ୍କ ଘରେ ନାଗ ସାପ ବାହାରିଥିଲା । ଚାନ୍ଦମା ସ୍ଥିତ ପୋଲିସ ଷ୍ଟେସନ ପାଖ ଏକ ଗୋଦାମରୁ ଏକ ଅଜଗର ସାପକୁ ଏମାନେ ଧରିଥିଲେ । କିଛି ଦିନ ତଳେ ନରହରି ବେହେରା ଘର ଆଗରୁ ଏକ ନାଗକୁ ଧରିବାରେ ସକ୍ଷମ ହୋଇଥିଲେ । ୩-୪ ଦିନ ତଳେ ୦୪ଟି ବିରାଟକାୟ ନାଉଡ଼ଙ୍କ ସାପକୁ ଏମାନେ ଧରିବାରେ ସକ୍ଷମ ହୋଇଥିବା ବେଳେ ଗତ କାଲି ଗୋଲାପ ମଲ୍ଲିକ ଓ ଦୁଷ୍ମନ୍ତ ରାଉତଙ୍କ ବାଡିରୁ ଏକ ସାପ ଧରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close