
ବ୍ୟାସନଗର ସହରର ୨୪ଟି ଗଣ ସଂଗଠନ ଏକାଠି ପାଳିଲା ବର୍ଷିୟାନ ସମାଜସେବୀ ଓ ଶ୍ରମିକ ନେତା ଚନ୍ଦ୍ରମଣି ସାମଲଙ୍କ ଜନ୍ମଦିନ
ବ୍ୟାସନଗର,୧୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ଆଗଧାଡ଼ିର ସମାଜସେବୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ, ବିଶିଷ୍ଠ ଶ୍ରମିକ ନେତା ତଥା ବିଦ୍ୟୁତ୍ ବିଭାଗର ଅବସରପ୍ରାପ୍ତ ପଦାଧିକାରୀ ଚନ୍ଦ୍ରମଣି ସାମଲଙ୍କ ୭୬ତମ ଜନ୍ମ ଦିବସ ଆଜି ମହାସମାରୋହରେ ଏକାଠି ପାଳନ କରିଛନ୍ତି ସହରର ୨୨ଟିରୁ ଅଧିକ ସଂଗଠନ । ସ୍ଥାନୀୟ ଚୋରଦା ସ୍ଥିତ ନାଗରିକ ମଂଚ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ସାମଲଙ୍କ ଜନ୍ମଦିନ ପାଳନ କରିବା ସହିତ ତାଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ସମବେତ ହୋଇଥିଲେ ବହୁ ବ୍ୟକ୍ତିବିଶେଷ । ପୁଷ୍ପଗୁଚ୍ଛ, ଉତରୀୟ ଦେଇ ମିଷ୍ଟାନ ଖୁଆଇ ତାଙ୍କର ନିରାମୟ ଜୀବନ ଯାପନ କାମନା କରିଥିଲେ ସମସ୍ତେ । ସହରର ପ୍ରମୁଖ ଅନୁଷ୍ଠାନ, ପୂଜା କମିଟି ଆଦିର କାର୍ଯ୍ୟକର୍ତା ଆଦିମାନେ ଉପସ୍ଥିତ ଥିଲେ ଏହି ଅବସରରେ । ଏହି ଅବସରରେ ତାଙ୍କର ସମ୍ମାନାର୍ଥେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମଂଚର ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା । ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସବିତା ରାଉତ, ପୂର୍ବତନ କାଉନସିଲର ଅନୂପ ନାୟକ, ଲକ୍ଷ୍ମୀନାରାୟଣ ମନ୍ଦିର କମିଟିର ଗଦାଧର ଜେନା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ, ତପନ ମିଶ୍ର, ଯୋଗଗୁରୁ ବଟକୃଷ୍ଣ ପ୍ରଧାନ, ବିଭୀଷଣ ନାୟକ, ଶିକ୍ଷାବିତ୍ ନିକୁଂଜ ବିହାରୀ ଧଳ, ଅଶ୍ୱିନୀ କୁମାର ଦାସ, ବରିଷ୍ଠ ସମାଜସେବୀ ତଥା ନାଗରିକ ମଂଚର ଉପ-ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଶଙ୍ଖଚିଲା ନାଗରିକ କମିଟି ସଭାପତି ଚକ୍ରଧର ସାହୁ, ବିଜେପି ଜିଲ୍ଲା ସଂପାଦକ ନିରଂଜନ ଘଡ଼ାଇ, ବିଜେପି ନେତା ଅଚ୍ୟୁତାନନ୍ଦ ଦାସ, ଅବସରପ୍ରାପ୍ତ ବନ ସହସରଂକ୍ଷକ ଅଚ୍ୟୁତାନନ୍ଦ ମହାନ୍ତି, ‘ଉଦୟବଟ’ ପରିବାରର ଅନୂପ କୁମାର ଦାସ, ପ୍ରଫୁଲ୍ଲ ବାରିକ, ଅରୂଣ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ ଓ ନିର୍ମଳ ରାଉତ, ମଂଚର ବରିଷ୍ଠ ସଭ୍ୟ ତଥା ଶ୍ରମିକ ନେତା ଘନଶ୍ୟାମ ରାଉତ, ଲମ୍ବୋଦର ମଲ୍ଲିକ, କଳିଙ୍ଗନଗର ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ଦାମୋଦର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀଯୁକ୍ତ ସାମଲଙ୍କ ସେବାମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସଂଗଠନ ଯଥା- ଚୋରଦା ନିତ୍ୟ ଯୋଗ କେନ୍ଦ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ, ବିରଜା ମନ୍ଦିର କମିଟି, ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’, ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍’, ମା’ ଧନକର ମନ୍ଦିର କମିଟି, ପାୱାରଏମ୍ପ୍ଲଇଜ୍ ୟୁନିୟନ, ଦୁର୍ଗା ମନ୍ଦିର କମିଟି, କାଳୀ ମେଲଣ ପଡ଼ିଆ, ଧବଳଗିରି ପଂଚମୁଖି ହନୁମାନ କମିଟି, ଚୋରଦା ଭିଲେଜ୍ କମିଟି, ନାଗରିକ କମିଟି, ମହାବୀର କମିଟି, କହ୍ନେଇପୁର, ଶହୀଦ୍ ଭଗତ ସିଂ ଯୁବକ ସଂଘ, ଉତ୍କଳ ଦିବସ ସମାରୋହ ସମିତି, ପୁସ୍ତକ ମେଳା କମିଟି, ରେଳ ଡିଭିଜନ କମିଟି, ଦୁଯ୍ରୋ୍ୟଧନ ରାଉତ ଫାଉଣ୍ଡେସନ କମିଟି, କପିଳେଶ୍ୱର କଲୋନି ଦୂର୍ଗା ପୂଜା କମିଟି, ସାପଗଡ଼ିଆ ଲକ୍ଷ୍ମୀନାରାୟଣ ମନ୍ଦିର କମିଟି, ଚଳିତ ବର୍ଷ ନୂତନ ଭାବେ ଗଠିତ ହୋଇଥିବା ଷ୍ଟାଡିୟମରୋଡ଼ କାଳୀ ପୂଜା କମିଟି ପ୍ରମୁଖ ।





