‘ଏକ ପେଡ୍ ମା’ କି ନାମ ୨.୦’ ଯୋଜନାରେ ଏସଜିଏସଟି ଅତିରିକ୍ତ ଆୟୁକ୍ତ, ଯାଜପୁରଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ

ବ୍ୟାସନଗର,୧୭/୦୯(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଆଜି ବୁଧବାର ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଓଡିଶା ସରକାର ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରିବାକୁ ଯୋଜନା କରିଛନ୍ତି । ଆଜି ସକାଳ ୦୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲୁ ରହିଥିବାର ଜଣାଯାଇଛି । ଏହି ଅବସରରେ ଯାଜପୁରରୋଡର ଧବଳଗିରି ଠାରେ ଅବସ୍ଥିତ ‘ଯାଜପୁର ଅତିରିକ୍ତ ଜିଏସଟି ଆୟୁକ୍ତ’ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆରେ ଆଜି ବୁଧବାର ପୂର୍ବାହ୍ନରେ ଓଡ଼ିଶା, ଜିଏସଟି ଆୟୁକ୍ତଙ୍କ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗର ଅତିରିକ୍ତ ଆୟୁକ୍ତ ସତ୍ୟନାରାୟଣ ପଣ୍ଡା, ଯୁଗ୍ମ କମିଶନର (ଅପିଲ) ଦୀଲେଶ୍ୱର ମାଝୀପ୍ରିୟରଂଜନ ଦାଶ, ଯାଜପୁର ସର୍କଲର ଯୁଗ୍ମ ଆୟୁକ୍ତ ଲାଲବାହାଦୂର ବିଶ୍ୱାଳ, ସହକାରୀ କମିଶନର ବିଶ୍ୱରଂଜନ ଭୋଇ, କୁଅଁର ହେମ୍ବ୍ରମ, ସୈାମ୍ୟପ୍ରକାଶ ସ୍ୱାଇଁ, ସତ୍ୟଶାନ୍ତି ମାଝୀ, ସଂଜୀବ କୁମାର ନାଏକଜାନକୀରାଣୀ ମିଶ୍ର, ସିଟି ଆଣ୍ଡ ଜିଏସଟି ଅଧିକାରୀ ସୁଶାନ୍ତ କୁମାର ଭଟ୍ଟ, ଅମରେଶ ପ୍ରଧାନ ଓ ଜୟଦୀପ ସିହ୍ନା ଓ ବିଭାଗର ପଦାଧିକାରୀ ଗଣେଷ କୁମାର ଜେନା, ରମେଶ ନାଥ, ମାନସ ରଂଜନ ସାହୁ ପ୍ରମୁଖ ଯୋଗ ଦେଇ ଏଠାରେ ବଉଳ ଆଦି ଛାୟା ପ୍ରଦାନକାରୀ ବୃକ୍ଷ ଆଦି ରୋପଣ କରିଥିଲେ । ଅତିରିକ୍ତ କମିଶନର ଶ୍ରୀଯୁକ୍ତ ପଣ୍ଡା ବୃକ୍ଷର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଏ ସମସ୍ତ କାର୍ଯ୍ୟ ସଂପାଦନାର ଯାଜପୁର ରେଂଜର ମୁଖ୍ୟ କିରାଣୀ ସତ୍ୟରଂଜନ ପରିଡ଼ା ପ୍ରମୁଖ ଭୂମିକା ନିଭାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close