ବାଘର ଛବି ଓ ଭିଡିଓ ୦୪ ଦିନ ହେଲା ସୋସିଆଲ ମିଡିଆରେ ଘୁରିବୁଲୁଛି; ଗୁଜବକୁ ବିଶ୍ୱାସ ନ କରିବାକୁ ବନ ବିଭାଗର ପରାମର୍ଶ, ଏଣେ କେଉଁଝରରେ ବାଘ ଆକ୍ରମଣରେ ୦୨ ଗୁରୁତର

ବ୍ୟାସନଗର,୧୨/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳର ବିଆରପିଏଲ ଗେଟ୍ ସମ୍ମୁଖରେ ଜିଞ୍ଜର ହୋଟେଲ କଡ଼ରେ ଏକ ବିରାଟକାୟ ବାଘ ରାସ୍ତା ପାର ହେଉଥିବାର ଦୃର୍ଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି, ଯାହା ସତ୍ୟ ନୁହେଁ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହା ଏକ ମିଥ୍ୟା ଖବର ଓ ଗୁଜବ ! ଏହି ଖବର ୦୪ ଦିନ ତଳୁ ପ୍ରଥମେ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଜିନ୍ଦଲ ଏୟାରପୋର୍ଟରୁ ଏକ ବାଘ ବାହାରିଛି ବୋଲି ଗୁଜବ ସୃଷ୍ଟି ହୋଇ ଅନଗୂଳ, ଢ଼େଙ୍କାନାଳ, କଟକ ହୋଇ ଯାଜପୁର ଜିଲ୍ଲାରେ ପହଚିଂଛି ! ପୋଷ୍ଟ ଦ୍ୱାରା ଭ୍ରମ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଯଦି ସତରେ ବାଘଟି ବାହାରିଥାନ୍ତା ସେ ୦୮ଟି ରେଞ୍ଜ ଅତିକ୍ରମ କରି ଆସିଥିଲେ ହେଁ କେଉଁଠି କିଛି ଜୀବଜନ୍ତୁ ଗାଈ ଗୋରୁ, ଛେଳି ମେଣ୍ଢା ଆଦିଙ୍କୁ ଖଣ୍ଡିଆ ଖାବରା କରି ନାହିଁ କି କୈାଣସି ଲୋକଙ୍କ ହାବୁଡ଼ରେ ପଡ଼ିନାହିଁ କିପରି ? ଫଟୋରେ ବାଘର ଛାଇ ଦୃର୍ଶ୍ୟମାନ ହେଉଥିବାରୁ ଏହା ଅସଲି ବାଘ ବୋଲି କେହି କେହି କହୁଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କଲାରୁ ଶ୍ରୀ ପ୍ରଧାନ କହିଛନ୍ତି ସବୁ ଏ.ଆଇ ଏଡିଟିଂର କାମ ! ବାଘର ଖୁରା ଚିହ୍ନ ଠାବ ହୋଇ ନ ଥିବା ବେଳେ ଏତେ ପାଖରୁ ବାଘର ଫଟୋ ଉଠିଲା କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ! ଏଣେ ଯାଜପୁର ଜିଲ୍ଲାର ପଡୋଶୀ ଜିଲ୍ଲା କେଉଁଝରରେ ଆଜି ହେଟା ବାଘ ଆକ୍ରମଣରେ ୦୨ ଜଣ ମହିଳା ଗୁରୁତର ହୋଇଥିବାର ଖବର ଆସିଛି । ଯାଜପୁର ଦେଇ କେଉଁଝରକୁ ଏହି ବାଘଟି ଆଉ ଯାଇନି ତ ? …….. ଏଭଳି ବହୁ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବନ ବିଭାଗ ପାଇଁ ଏହା ଚିନ୍ତା ବଢ଼ାଇଦେଇଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close