ବ୍ୟାସ ପ୍ରିଣ୍ଟମିଡ଼ିଆ ଆସୋସିଏସନ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳିତ

ବ୍ୟାସନଗର, ୯। ୧୦: କୋଟି ଓଡ଼ିଆର ମଉଡମଣି, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ, ବିଶିଷ୍ଟ ଜନନାୟକ, ବାଗ୍ମୀ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣଧାର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ପବିତ୍ର ଜନ୍ମଜୟନ୍ତୀ ଯାଜପୁର ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ ପକ୍ଷରୁ ପାଳିତ ହୋଇଯାଇଛି। ଆସୋସିଏସନ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ, ବାବୁରାମ ଜେନା ପୁଷ୍ପମାଲ୍ୟ ଅର୍ପଣ କରି ବକ୍ତବ୍ୟ ପ୍ରଦାନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଂଘର ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ଉପସଭାପତି ପ୍ରଦ୍ୟୁମ୍ନ ବୋଇତାଇ, ଯଜ୍ଞଦତ୍ତ ତ୍ରିପାଠୀ, ସହ ସମ୍ପାଦକ କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ପବିତ୍ର ରଂଜନ ମହାନ୍ତି, ବିଜୟ କୁମାର ସାହୁ, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାମ୍ବାଦିକ ପ୍ରକାଶ ରାଉତ, ଜ୍ଞାନ ରଞ୍ଜନ ଓଝା, ଜ୍ୟୋତିପ୍ରକାଶ ଭୂୟାଁ, ପଦ୍ମଲୋଚନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close