
‘ଏକ ପେଡ୍ ମା’ କି ନାମ ୨.୦’ ଯୋଜନାରେ ଏସଜିଏସଟି ଅତିରିକ୍ତ ଆୟୁକ୍ତ, ଯାଜପୁରଙ୍କ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ
ବ୍ୟାସନଗର,୧୭/୦୯(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଆଜି ବୁଧବାର ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଓଡିଶା ସରକାର ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରିବାକୁ ଯୋଜନା କରିଛନ୍ତି । ଆଜି ସକାଳ ୦୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲୁ ରହିଥିବାର ଜଣାଯାଇଛି । ଏହି ଅବସରରେ ଯାଜପୁରରୋଡର ଧବଳଗିରି ଠାରେ ଅବସ୍ଥିତ ‘ଯାଜପୁର ଅତିରିକ୍ତ ଜିଏସଟି ଆୟୁକ୍ତ’ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପଡ଼ିଆରେ ଆଜି ବୁଧବାର ପୂର୍ବାହ୍ନରେ ଓଡ଼ିଶା, ଜିଏସଟି ଆୟୁକ୍ତଙ୍କ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗର ଅତିରିକ୍ତ ଆୟୁକ୍ତ ସତ୍ୟନାରାୟଣ ପଣ୍ଡା, ଯୁଗ୍ମ କମିଶନର (ଅପିଲ) ଦୀଲେଶ୍ୱର ମାଝୀ ଓ ପ୍ରିୟରଂଜନ ଦାଶ, ଯାଜପୁର ସର୍କଲର ଯୁଗ୍ମ ଆୟୁକ୍ତ ଲାଲବାହାଦୂର ବିଶ୍ୱାଳ, ସହକାରୀ କମିଶନର ବିଶ୍ୱରଂଜନ ଭୋଇ, କୁଅଁର ହେମ୍ବ୍ରମ, ସୈାମ୍ୟପ୍ରକାଶ ସ୍ୱାଇଁ, ସତ୍ୟଶାନ୍ତି ମାଝୀ, ସଂଜୀବ କୁମାର ନାଏକ ଓ ଜାନକୀରାଣୀ ମିଶ୍ର, ସିଟି ଆଣ୍ଡ ଜିଏସଟି ଅଧିକାରୀ ସୁଶାନ୍ତ କୁମାର ଭଟ୍ଟ, ଅମରେଶ ପ୍ରଧାନ ଓ ଜୟଦୀପ ସିହ୍ନା ଓ ବିଭାଗର ପଦାଧିକାରୀ ଗଣେଷ କୁମାର ଜେନା, ରମେଶ ନାଥ, ମାନସ ରଂଜନ ସାହୁ ପ୍ରମୁଖ ଯୋଗ ଦେଇ ଏଠାରେ ବଉଳ ଆଦି ଛାୟା ପ୍ରଦାନକାରୀ ବୃକ୍ଷ ଆଦି ରୋପଣ କରିଥିଲେ । ଅତିରିକ୍ତ କମିଶନର ଶ୍ରୀଯୁକ୍ତ ପଣ୍ଡା ବୃକ୍ଷର ଆବଶ୍ୟକତା ଓ ଉପକାରିତା ଉପରେ ଆଲୋକପାତ କରିଥିଲେ । ଏ ସମସ୍ତ କାର୍ଯ୍ୟ ସଂପାଦନାର ଯାଜପୁର ରେଂଜର ମୁଖ୍ୟ କିରାଣୀ ସତ୍ୟରଂଜନ ପରିଡ଼ା ପ୍ରମୁଖ ଭୂମିକା ନିଭାଇଥିଲେ ।





