‘ଏକ ପେଡ୍ ମା’ କି ନାମ ୨.୦’ ଯୋଜନାରେ କଟକ ବନଖଣ୍ଡ ପକ୍ଷରୁ ଯାଜପୁରରୋଡରେ ଆମାଜନ ଅବବାହିକା ଭଳି ଜଂଗଲ ସୃଷ୍ଟି ଯୋଜନାର ଶୁଭାରମ୍ଭ

ବ୍ୟାସନଗର,୧୭/୦୯(ଦୁଷ୍ମନ୍ତ କୁମାର ରାଉତ / ଅନୂପ କୁମାର ଦାସଙ୍କ ଠାରୁ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଆଜି ବୁଧବାର ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଓଡିଶା ସରକାର ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରିବାକୁ ଯୋଜନା କରିଛନ୍ତି । ଆଜି ସକାଳ ୦୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲୁ ରହିଥିବାର ଜଣାଯାଇଛି । ଏହି ଅବସରରେ କଟକ ବନଖଣ୍ଡ ତରଫରୁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରାଯାଇ ଯାଜପୁରରୋଡର ଫେରୋକ୍ରୋମ କାରଖାନା ପଛପଟେ ଥିବା ୦୨ ହେକ୍ଟର ଖାଲି ଜାଗାରେ ବିଷୁବ ବୃତ ନିକଟରେ ଥିବା ଆମାଜନ ନଦୀ ଅବବାହିକାରେ ସୃଷ୍ଟି ହୋଇଥିବା ଘଂଚ ଓ ଅଧିକ ସାନ୍ଧ୍ରତାରେ ବଢ଼ିବା ଭଳି ଜଂଗଲ ସୃଷ୍ଟିବା ପାଇଁ ଲକ୍ଷ୍ୟ ରଖି ଏଠାରେ ୨୦ ହଜାରରୁ ଅଧିକ ଚାରାରୋପଣ କରାଯିବ ବୋଲି କହିଛନ୍ତି କଟକ ବନଖଣ୍ଡ ଅଧିକାରୀ ଅନୀଲ କୁମାର ରାୟ । ଏଠାରେ ଘଂଚ ଜଂଗଲ ସୃଷ୍ଠି ସହ ଏକ ଆମୋଦ ପ୍ରମୋଦ ଉଦ୍ୟାନ ସୃଷ୍ଟି ହେବ । ଏହି ଜଂଗଲ ବଳୟ ସୃଷ୍ଟି ହେବା ପରେ ବ୍ୟାସନଗର ସହର ଓ ଆଖ ପାଖ ଅଂଚଳର ତାପମାତ୍ରା ହ୍ରାସ ପାଇବ ବୋଲି ଶ୍ରୀଯୁକ୍ତ ରାୟ କହିଥିଲେ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ । ଏହି ଉପଲକ୍ଷେ କଟକ ଏସିଏଫ୍ ସନ୍ତୋଷ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, କଳିଙ୍ଗନଗର ପ୍ରଦ୍ୟୁଷଣ ବୋର୍ଡର ଆଂଚଳିକ ଅଧିକାରୀ ମଦନ ମୋହନ ସାହୁ, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି ପବିତ୍ର କାର୍ଯ୍ୟରେ ଯୋଗ ଦେଇ ସେମାନେ ଗୈାରବାନ୍ୱିତ ହୋଇଥିବାର କହିବା ସହ ତାପମାତ୍ରା ନିୟନ୍ତ୍ରଣ ପାଇଁ ଏଭଳି ଜଂଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ସଂପାଦନାରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ, ବନପାଳ ସାକିର ହୋସେନ, ନିଲୀମା ପ୍ରିୟଦର୍ଶିନୀ, ବନ କର୍ମଚାରୀ ତ୍ରିଲୋଚନ ଦାଶ, ସୂରୁପ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ଅତିଥିମାନଙ୍କ ସହ ଶତାଧିକ ଚାରାରୋପଣ କରିଥିଲେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିବିଶେଷ ଓ ପରିବେଶପ୍ରେମୀ ଯଥା- ଅଯୋଧ୍ୟା ଜେନା, ମନୋଜ ବେହେରା, ନିରଂଜନ ଘଡ଼ାଇ, ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close