‘ରୋଟାରୀ କ୍ଲବ କଳିଙ୍ଗନଗର’ର ୧୨ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ବ୍ୟାସନଗର,୦୯/୦୯(ଉ. ନ୍ୟୁଜ୍ ବ୍ୟୁରୋ): “ରୋଟାରି କ୍ଲବ କଳିଙ୍ଗନଗର”ର ୧୨ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ‘ହୋଟେଲ ଯଯାତି କୋଟୟାର୍ଡ଼’ ଠାରେ କ୍ଲବର ୨୦୨୪-୨୫ର ସଭାପତି ରୋଟାରିଆନ୍ କମଳ ଲୋଚନ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ଡିଜି ମନୋଜ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଏଜି ରୋଟାରିଆନ ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମଂଚ ପରିଚାଳକ ରୋଟାରିଆନ୍ ଲୋକନାଥ ରାଉତ ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ; ରୋଟାରିଆନ୍ ମହେନ୍ଦ୍ର କୁମାର ପଣ୍ଡାଙ୍କ ସାନ ଝିଅ ରୋଶନି ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ । ରୋଟାରିଆନ୍ ଇଂ. କମଳଲୋଚନ ସାହୁ ୨୦୨୪-୨୫ ବର୍ଷରେ ସଂପାଦିତ ହୋଇଥିବା ବାର୍ଷିକ କାର୍ଯ୍ୟକ୍ରମ ସଂର୍ପକରେ ବିବରଣୀ ପାଠ କରିଥିଲେ । ରୋଟାରିଆନ ମନୋଜ କୁମାର ବାରିକଙ୍କୁ ଚଳିତ ୨୦୨୫-୨୬ ବର୍ଷର ସଭାପତି ଭାବେ ଦାୟିତ୍ୱଭାର ଅର୍ପଣ ପୂର୍ବକ ଶପଥ ପାଠ କରାଯିବା ସହ ନୂତନ ସଭାପତି ରୋଟାରିଆନ୍ ଶ୍ରୀ ବାରିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୫-୨୬ ବର୍ଷ ପାଇଁ ନୂତନ ସଂପାଦକ ଭାବେ ରୋଟାରିଆନ ସଞ୍ଜୟ କୁମାର ମିଶ୍ରଙ୍କୁ ଦାୟିତ୍ୱ ଭାର ନ୍ୟସ୍ତ କରାଯାଇଥିଲା । କ୍ଲବର ବାର୍ଷିକ ପତ୍ରିକା ‘ଶିଳ୍ପକଳା କଳିଙ୍ଗନଗର’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା । ଏଜି ରୋଟାରିଆନ୍ ସୁବାସ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଅତିଥି ଡିଜି ମନୋଜ କୁମାର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସର୍ଜେନ୍ ରୋଟାରିଆନ୍ ସୂର୍ଯ୍ୟକାନ୍ତ ବିଶ୍ୱାଳ ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ୍ ଦିନେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ନୂତନ ସଭାପତି ରୋଟାରିଆନ୍ ମନୋଜ କୁମାର ବାରିକ ସଭା ଭଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତା, ପଦସ୍ଥ ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । ରୋଟାରିଆନ୍ ସୁଦୀପ କୁମାର ମିଶ୍ର, ଅକ୍ଷୟ ପତି, ଲୋକନାଥ ରାଉତ, ଦେବସ୍ମିତା ସାହୁ, ଅଚ୍ୟୁତାନନ୍ଦ ମହାନ୍ତି, ମହେନ୍ଦ୍ର ପଣ୍ଡା, ସଂଗ୍ରାମ କେଶରୀ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସୁଶାନ୍ତ ବରାଳ, ପରମେଶ୍ୱର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।




