ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତିଙ୍କୁ ବିଭିନ୍ନ ମହଲରେ ସମ୍ବର୍ଦ୍ଧନା

ବ୍ୟାସନଗର, ୨୦ା୧୨(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ଜଣେ ସଚ୍ଚୋଟ, କର୍ତବ୍ୟନିଷ୍ଠ, ଦକ୍ଷ ଓ ଦାୟିତ୍ୱବାନ ଅଧିକାରୀ ଭାବେ ସମଗ୍ର ରାଜ୍ୟରେ ବେଶ ପରିଚିତ । ଖୋର୍ଦ୍ଦା ଜିଲ୍ଲା ବାଲୁଗାଁର ଅତିରିକ୍ତ ଶ୍ରମ ଅଧିକାରୀ ଭାବେ ଯାଜପୁରରୋଡ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ତାଙ୍କର ବଦଳି ହୋଇଥିଲା । ଜଣେ କର୍ତବ୍ୟନିଷ୍ଠ ଓ ଦାୟିତ୍ୱବାନ ଅଧିକାରୀ ଭାବେ ବିଭାଗରେ ତାଙ୍କର ସୁନାମ ଥିବାରୁ ତାଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ପରବର୍ତୀ ସମୟରେ ସେ ଏଠାରେ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ପଦୋନ୍ନତି ପାଇଁ ସୁଚାରୂ ରୂପେ ନିଜର ଗୁରୁ ଦାୟିତ୍ୱ ତୁଲାଇଥିଲେ । କଳିଙ୍ଗନଗର ଶିଳ୍ପାଂଚଳର ଯାବତୀୟ ବୋଝ ସାଙ୍ଗକୁ ନିର୍ମାଣ ଶ୍ରମିକ ବୋର୍ଡର ଗୁରୁଦାୟିତ୍ୱକୁ ସେ ଦକ୍ଷତାର ସହ ପ୍ରତିପାଦନ କରିଆସୁଥିଲେ । ସେ ଏଠାରେ ଡିଭିଜନାଲ ଶ୍ରମ ଆୟୁକ୍ତ ହୋଇ ବଦଳି ହୋଇ ଯିବାର କୁହାଯାଉଥିବା ବେଳେ ଅଚାନକ ତାଙ୍କର ବର୍ଷ ମଝିରେ ବଦଳି ହୋଇଛି । ଏହା ବହୁ ଶ୍ରମିକ ନେତା, ଶ୍ରମିକ ସଂଗଠନ ଆଦିକୁ ବହୁ କଷ୍ଟ ଦେଇଛି । ଏକଥା ଜାଣିବା ପରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଅରୁଣ କୁମାର ଦାସ, ‘ରୀତା ଭିଜନ’ର ସଂପାଦକ ଉମାକାନ୍ତ ମହାପାତ୍ର, ସମାଜସେବୀ ସନାତନ ପାତ୍ର ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମୟରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରିଣୀ ସୁନନ୍ଦା ବିଶ୍ୱାଳ, କାହ୍ନୁଚରଣ ସାହୁ, ନାରାୟଣ ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ । ପରେ ଶ୍ରମ କାର୍ଯ୍ୟାଳୟରେ ଶ୍ରୀ ମହାନ୍ତିଙ୍କ ପାଇଁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଶ୍ରମିକ ନେତା ପ୍ରତାପ ଜେନା ପ୍ରମୁଖ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close