ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ,୧୯/୧୨(ବିଭୁତି ଭୂଷଣ ଜେନାଙ୍କ ଠାରୁ): ଜଳସଂପଦ ବିଭାଗ ତରଫରୁ କଟକ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଚଳିତ ଡିସେମ୍ବର ୨୨ ତାରିଖରୁ ଆସନ୍ତା ଜାନୁଆରୀ ୫ ତାରିଖ ପର‌୍ୟ୍ୟନ୍ତ ପାଳନ କରାଯିବ । ବିଭିନ୍ନ ବିଭାଗର ସହଯୋଗରେ ପାଳିତ ହେବାକୁ ଯାଉଥିବା ଏହି ପକ୍ଷର ଶୁଭାରମ୍ଭ ଡିସେମ୍ବର ୨୨ ତାରିଖ ଦିନ ପାଣି ପଞ୍ଚାୟତ ର ଉପଦେୟତା ବାର୍ତ୍ତା ବହନ କରୁଥିବା ଏକ ସଚେତନତା ରଥର ଶୁଭ ଉଦଘାଟନ ସହ କରାଯିବ। ଏହି ରଥ କଟକ ଜିଲ୍ଲାର ସମସ୍ତ ବ୍ଲକକୁ ଭ୍ରମଣ କରିବ । ଏହି ପକ୍ଷ ପାଳନ ର ବିଭିନ୍ନ କାର‌୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ପକ୍ଷ ପାଳନର ଅଂଶବିଶେଷ ଭାବେ ପ୍ରତାପ ନଗରି ସ୍ଥିତ ୱାଲମି ଠାରେ ଚଳିତ ଡିସେମ୍ବର ୨୯ ତାରିଖ ଦିନ ଏକ ପ୍ରଦର୍ଶନୀ ଆୟୋଜିତ ହେବ ଯେଉଁଥିରେ କୃଷି ପଶୁପାଳନ ଏବଂ ପଶୁଚିକିତ୍ସା, ଜଙ୍ଗଲ, ମୃତ୍ତିକା ସରକ୍ଷଣ, ଉଦ୍ୟାନ କୃଷି , ମତ୍ସ୍ୟ, ଉଠା ଜଳସେଚନ, ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ, ସେଚାଞ୍ଚଳ ଉନ୍ନୟନ ବିଭାଗ, ଗବେଷଣାରତ ଅନୁଷ୍ଠାନ ଆଦି ଅଂଶ ଗ୍ରହଣ କରି ସେମାନଙ୍କ କାର‌୍ୟକଳାପ ତଥା ଯନ୍ତ୍ରାଂଶ ର ପ୍ରଦର୍ଶନ କରିବେ। ଏହି ଅବସରରେ ଜିଲ୍ଲାର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଣି ପଞ୍ଚାୟତ ବିଷୟରେ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହେବ, ଯାହାର କୃତି ପ୍ରତିଯୋଗୀ ମାନଙ୍କୁ ଜାନୁୟାରୀ ୫ ତାରିଖ ରେ ହେବାକୁ ଥିବା ସମାପନୀ ସମାରୋହ ରେ ପୁରସ୍କୃତ କରାଯିବ। ସମାପାନୀ ସମାରୋହରେ ସୂଚନା ଶିକ୍ଷା ଓ ସଂଚାର ଧର୍ମୀ ସାଂସ୍କୃତିକ କାର‌୍ୟକ୍ରମ ପରିବେଷଣ କରାଯିବ। ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ର ବିଭିନ୍ନ ଉତ୍ସବ ରେ କଟକ ଜିଲ୍ଲାର ଜନପ୍ରତିନିଧି ମାନେ ସାମିଲ ହେବେ। ପ୍ରକାଶ ଥାଉ କି କଟକ ଜିଲ୍ଲା ରେ ୩୦୦ ରୁ ଉର୍ଦ୍ଧ୍ଵ ପାଣି ପଞ୍ଚାୟତ କାର‌୍ୟ୍ୟ କରୁଛି। କଟକ ଜିଲ୍ଲାରେ କାର‌୍ୟ୍ୟ କରୁଥିବା ବିଭିନ୍ନ ପାଣି ପଞ୍ଚାୟତ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକର ତ୍ଵରିତ ସମାଧାନ ଉପରେ ଗୁରୁତ୍ଵ ଦେବାପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦେଶ ଦେଇଥିଲେ। ଆଜି ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଇଞ୍ଜିନିୟର ଶ୍ରୀ ହେମନ୍ତ କୁମାର ପାଣ୍ଡବ, ଶ୍ରୀ ବିଜୟ କୁମାର ସେଠି, ଶ୍ରୀ ମଳୟ କୁମାର ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଶୋକ କୁମାର କର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷର ସଫଳ ପାଳନ ନିମନ୍ତେ ଆଲୋଚନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close