ଏମ ଦେବୀ ଜାହାଜ ଭିତରେ ୧ ବର୍ଷ ହେଲାଣି ବନ୍ଦୀ ଜୀବନ ବିତାଉଛନ୍ତି କ୍ରିଉ ସଦସ୍ୟ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ପାରାଦୀପ: ପାରାଦୀପ ବନ୍ଦରରେ ଏମ୍ ଦେବୀ ମାଲବାହୀ ଜାହାଜରୁ କୋକେନ୍ ଜବତ ମାମଲାକୁ ଗୋଟିଏ ବର୍ଷ ବିତି ଗଲାଣି; କିନ୍ତୁ ଏ ଯାଏ ଫିଟି ପାରିଲାନି ରହସ୍ୟ | ଜବତ କୋକେନ୍ କେଉଁଠୁ ଆସିଲା ? କେଉଁଠିକୁ ଯାଇଥାନ୍ତା ? ଏହାର ମାଷ୍ଟର ମାଇଣ୍ଡ କିଏ ? ଏମିତି ଏକାଧିକ ପ୍ରଶ୍ନ ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଏଠାରେ ସୂଚନାଯୋଗ୍ୟ ଏମ୍ ଦେବୀ ନାମକ ଜାହାଜ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେଶିକରୁ ବାହାରି ନଭେମ୍ବର ୨୮ ତାରିଖରେ ପାରାଦୀପ ବନ୍ଦରରେ ଲାଗିଥିଲା l ୩୦ ତାରିଖ ରାତିରେ ସୀମାଶୁଳ୍କ ବିଭାଗକୁ ଖବର ମିଳିବା ପରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ସୁରକ୍ଷା କର୍ମୀଙ୍କ ସହାୟତାରେ ଜାହାଜର ଯାଞ୍ଚ କରିଥିଲେ। ଜାହାଜର କ୍ରେନ୍ ରେ ଚୁମ୍ବକ ସାହାର୍ଯ୍ୟରେ ଲାଗିଥିବା ୨୨ଟି କୋକେନ୍ ପ୍ୟାକେଟ୍ ଜବତ କରାଯାଇଥିଲା । ଯାହାର ଆନ୍ତର୍ଜାତିକ ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ସେହିଦିନଠାରୁ ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବା ବେଳେ କ୍ରିଉସଦସ୍ୟମାନେ ୧ ବର୍ଷ ହେବ ତଦନ୍ତ ଆଳରେ ଜାହାଜ ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି । ତଦନ୍ତ କେବେ ଶେଷ ହେବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେଉ ନ ଥିବା ବେଳେ ସୀମା ଶୁଳ୍କ ବିଭାଗ ପକ୍ଷରୁ କେନ୍ଦ୍ରିୟ ସୁରକ୍ଷା ବାହିନୀ ଜାହାଜକୁ ଜଗି ରହିଛନ୍ତି ।
ReplyReply allForward |
Live Share Market