ରାସ୍ତା ମରାମତି ନାଁ ରେ ଲକ୍ଷ ଲକ୍ଷ ଟଙ୍କା ହରି ଲୁଟ

କଳିଙ୍ଗନଗର,୨୭/୦୯(ଉ. ନ୍ୟୁଜ୍ ବୁୃରୋ): ଯାଜପୁର ଜିଲ୍ଲାର ପୃତ୍ତ ବିଭାଗ ରାସ୍ତା କାମରେ ବ୍ୟାପକ ଦୃନୀତି ହୋଇଥିବା ଅଭିଯୋଗ ହେଉଛି କ୍ଷ ରାସ୍ତା ମରାମତି ଵା ରିପାରିଙ୍ଗ ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି କ୍ଷ ଯାହାକି କଳିଙ୍ଗନଗର ଶିଳ୍ପାଞ୍ଚଳର ବିଜୁ ପଟ୍ଟନାୟକ ମାର୍ଗ (ମିଲିଟାରୀ ଛକ – ପଙ୍କପାଳ ବଙ୍ଗଳା ପର‌୍ୟ୍ୟନ୍ତ)ର ପୂର୍ତ୍ତ ବିଭାଗ ରାସ୍ତାକୁ ଦେଖିଲେ ଏହା ସ୍ପଷ୍ଟ ବାରି ହୋଇଯାଉଛି କ୍ଷ କାରଣ ପ୍ରତିବର୍ଷ ଏହି ରାସ୍ତାଟିର ରିପାରିଂ ନାଁ ରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା କ୍ଷ ହେଲେ ରାଜକୋଷ ଖାଲି ହେଉଛି, କିନ୍ତୁ ଏହି ରାସ୍ତା ଅବସ୍ଥାର ପରିବର୍ତ୍ତନ ହେଉନି କ୍ଷ ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଚାଲି କରି ଯିବା ସମ୍ଭବ ନୁହେଁ କ୍ଷ କିନ୍ତୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଏହା ପ୍ରମୁଖ ରାସ୍ତା ହୋଇଥିବାରୁ ଦୈନିକ ହଜାର ହଜାର ଛୋଟ ବଡ଼ ଯାନ ଏବଂ ମଟର ସାଇକେଲରେ କଳିଙ୍ଗନଗରର ବିଭିନ୍ନ କାରଖାନାକୁ ଶ୍ରମିକ – କର୍ମଚାରୀମାନେ ଯାତାୟାତ କରୁଛନ୍ତି କ୍ଷ ହେଲେ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଖମା ଯୋଗୁଁ ଏହା ସମସ୍ତଙ୍କ ପାଇଁ ବିପଦ ପାଲଟିଛି କ୍ଷ ଲୋକମାନେ ଯାତାୟାତ ସମୟରେ ଖାଲ ଗୁଡିକରେ ପଡି ଗୁରୁତର ହୋଇଥିବା ନଜିର ରହିଛି କ୍ଷ ଏପରିକି ୨ ଦିନ ପୂର୍ବେ ରାସ୍ତାରେ ଥିବା ଖାଲରେ ପଡି ଗୁରୁତର ଆହତ ହୋଇଥିଲେ କ୍ଷ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରୁଥିଲେ ମଧ୍ୟ କେବଳ ଏହାର ସୁଯୋଗ ହାତଉଛନ୍ତି ପୂର୍ତ୍ତ ବିଭାଗ ଅଧିକାରୀ କ୍ଷ କାରଣ ଅଭିଯୋଗର ସୁବିଧା ନେଇ ବିଭାଗୀୟ ଅଧିକାରୀ ରାସ୍ତା ଅବସ୍ଥା ପ୍ରତି ଦୃଷ୍ଟି ନ ଦେଇ ମରାମତି ନାଁ ରେ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଲକ୍ଷାଧିକ ଟଙ୍କା ଚଳୁ କରୁଥିବା ଚର୍ଚ୍ଚା ଜୋର ଧରିଛି କ୍ଷ କାରଣ ଏସ୍ଟିମେଟ ଗୋଟିଏ କିନ୍ତୁ କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି କ୍ଷ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି, କଳିଙ୍ଗ ନଗର ଶିଳ୍ପାଞ୍ଚଳ ଜୀବନ ରେଖା କୁହାଯାଉଥିବା ବିଜୁ ପଟ୍ଟନାୟକ ମାର୍ଗର ଭିସା ଛକ ନିକଟସ୍ଥ ରେଲୱେ ଲେବୁଲ କ୍ରସିଂ ଉଭୟ ପାର୍ଶ୍ଵରେ ରାସ୍ତାଟି ସର୍ବାଧିକ ମରଣ ଯନ୍ତା ପାଲଟିଛି କ୍ଷ ଏହି ରାସ୍ତାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ଯଖପୁର, ମାନତିର, କୁମ୍ଭୀରଗାଡ଼ିଆ, ଖପୁରିଆ ପଦା, ପଙ୍କପାଳ, ଚାନ୍ଦିଆ, ସୁକିନ୍ଦା, ଧର୍ମଶାଳା ବ୍ଲକ ସଂଯୋଗ କରୁଛି କ୍ଷ ଏନ ଏଚ ଆଇ ୫୩, ରାଜପଥକୁ ସଂଯୋଗ କରୁଥିବାରୁ ହଜାର ହଜାର ଭାରୀଯାନ ୬ଚକିଆ, ୧୦ ଚକିଆ, ୧୨ ଚକିଆ, ୧୪ଚକିଆ,୧୬ ଚକିଆ, ୧୮ ଚକିଆ ବହୁ ବଡ଼ ଟଲରରେ କାରଖାନା ମାନଙ୍କୁ ଭାରି ମେସିନ ନେଇ ଯାତାୟାତ କରୁଥିବା ଦେଖା ଯାଉଛି କ୍ଷ ବିଜୁ ପଟ୍ଟନାୟକ ମାର୍ଗ ସହ ସଂଯୋଗ ହେଉଥିବା ଯଖପୁରା ରେଳ ଷ୍ଟେସନରୁ ଦୈନନ୍ଦିନ କାରଖାନା ଓ ସରକାରୀ ଦପ୍ତରକୁ ଶହ ଶହ କର୍ମଚାରୀ ମାନେ ଏହି ରାସ୍ତା ଦେଇ ଯାତାୟାତ କରୁଥାନ୍ତି, ମାତ୍ର କିଛି ଦିନ ହେବ ଭିସା ଛକ ରେଲୱେ ଲେବୁଲ କ୍ରସିଂର ଉଭୟ ପାର୍ଶ୍ଵରେ ପ୍ରାୟ ୨ଫୁଟରୁ ଉର୍ଦ୍ଧ ବର୍ଷା ପାଣି ଜମୁଥୁବାରୁ ଏହା ଯାତାୟାତ

ପାଇଁ ବିପଦ ପାଲଟିଛି କ୍ଷ ଏବେ ଏହି ରାସ୍ତାଟିର ଦାୟିତ୍ୱ ପୂର୍ତ୍ତ ବିଭାଗ ( ଆର ଆଣ୍ଡ ବି ) ହାତକୁ ନେଇଛି କ୍ଷ ଫଳରେ ବିଭିନ୍ନ ସମୟରେ ରାସ୍ତା ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି କ୍ଷ ହେଲେ କିଛି ଦିନ ପୂର୍ବେ ଏହି ରାସ୍ତାଟିର ବିଭିନ୍ନ ସମୟରେ ମରାମତି ହେଉଥିଲେ ମଧ୍ୟ ଏହାର ସୁଫଳ ମିଳୁନି କ୍ଷ କାରଣ ନିମ୍ନ ମାନର କାମ ଯୋଗୁଁ ଏଠାରେ ବାରମ୍ବାର କାର‌୍ୟ୍ୟ ହେଉଛି ସତ କିଛିଦିନ ଗଲାପରେ ପିଚୁ ଛାଡିଯାଉଛି ।ଉକ୍ତ କାର‌୍ୟ୍ୟରୁ ଜଣାପଡ଼ୁଛି କି ଠିକାଦାର ଏବଂ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ପରିସ୍ଥିତି ଉପୁଜୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି କ୍ଷ ତେଣୁ ଧନ ଜୀବନର ସୁରକ୍ଷା ପାଇଁ ଏହି ରାସ୍ତାଟି ର ତୁରନ୍ତ ମରାମତି କରିବାକୁ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡ଼ଃ ପପ୍ରଦୀପ ବଳ ସାମନ୍ତଙ୍କ ଠାରେ ଦାବୀ ହେଉଛି କ୍ଷ ଏ ସମ୍ପର୍କରେ ପୃର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ନାୟକଙ୍କ କହିବା ହେଲା, ରାସ୍ତା ମରାମତିରେ କୌଣସି ଅନିୟମିତତା ହୋଇ ନାହିଁ କ୍ଷ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close