ଯାଜପୁର ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଜନଜାତି ଅଦିବାସୀ ନ୍ୟ।ୟ ମହା ଅଭିଯାନ କାର୍ଯ୍ୟକ୍ରମର ଶୁଭ।ରମ୍ଭ

ଯାଜପୁର,୨୫/୦୮(ଉ. ନ୍ୟୁଜ୍ ବ୍ୟୁରୋ): ତା.୨୩.୦୮.୨୪ ରିଖ ପୂର୍ବାହ୍ନ ଘ. ୧୧.୩୦ ଟିକା ସମୟରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣ।ଳୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କାର୍ଯ୍ୟଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଜନଜାତି, ଅଦିବାସୀ ମହା ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘ।ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ ଗୋଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ୧୩ ଗୋଟି ଗ୍ରାମରେ ବସବାସ କରୁଥିବା ବିଶେଷ ରୂପେ ଦୁର୍ବଳ ଜନଜାତି ସମୂହ (ଚଠଞଏ) ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେକାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଅଛି । ଏହି କାର୍ଯ୍ୟକ୍ରମ ତା୨୩.୦୮.୨୦୨୪ ଠାରୁ ୧୦.୦୯.୨୦୨୪ ରିଖ ପର୍ଯ୍ୟନ୍ତ ଉପରୋକ୍ତ ଗ୍ରାମ ମାନଙ୍କରେ ସଚେତନତା ସହିତ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ଉଦଘ।ଟନ ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କୃତିବାସ ବାରିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭ।ରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁକାନ୍ତ ମାଧବ ରାଉତ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାଙ୍ଗଳିକ ରାଉତରାୟ ଓ ସମସ୍ତ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସମସ୍ତ କାର‌୍ୟ୍ୟକର୍ତ୍ତା ଏହି ଉଦଘାଟନ ଉତ୍ସବରେ ସହଯୋଗ କରିଥିଲେ ।


 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close