ଟାଟା ମେଡିକା ହସ୍ପିଟାଲରେ ସଫଳ ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି(ଟିଏଲ୍‌ଏଚ୍‌) ଅସ୍ତ୍ରୋପଚାର

କଳିଙ୍ଗନଗର,୨୪/୦୮(ଉ. ନ୍ୟୁଜ୍ ବ୍ୟୁରୋ): କଳିଙ୍ଗନଗରସ୍ଥିତ ଟାଟା ମେଡିକା ହସ୍ପିଟାଲ ଗର୍ଭାଶୟ ଫାଇବ୍ରୋଏଡ଼୍ ଓ ଏଡୋନୋମାୟୋସିସ୍‌ରେ ପିଡ଼ୀତ ଦୁଇ ଜଣ ମହିଳାରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି । ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ଆସୋସିଏଟ୍ କନସଲଟାଂଟ ଡା. ବିବେକାନନ୍ଦ ରଥ ଏବଂ ତାଙ୍କ ଟିମ୍ ଏହି ଅସ୍ତ୍ରାପଚାର କରିଛନ୍ତି । ଯାଜପୁର ଜିଲ୍ଲା ଶଙ୍ଖଚିଲାର ଜଣେ ୪୧ ବର୍ଷୀୟ ମହିଳା ୩ ମାସ ହେଲା ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଟାଟା ମେଡିକା ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ ନେବା ପରେ ସେ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ କରିଥିଲେ ଫଳରେ ତାଙ୍କର ଗର୍ଭାଶୟ ଫାଇବ୍ରୋଏଡ଼୍ ଥିବା ଜଣାପଡ଼ିଥିଲା । ସେହିପରି ଢ଼େଙ୍କାନାଳ କାମାକ୍ଷାନଗରର ଅନ୍ୟ ଜଣେ ୪୦ ବର୍ଷୀୟା ମହିଳା ଏକ ବର୍ଷରୁ ଅଧିକ ସମୟ ଧରି ତଳି ପେଟରେ ପ୍ରବଳ ଯନ୍ତ୍ରଣା ଓ ରକ୍ତସ୍ରାବ ସମସ୍ୟା ସହ ସଂଘର୍ଷ କରୁଥିଲେ । ଡାକ୍ତରୀ ମାଇନା ପରେ ତାଙ୍କ ଆଡେନୋମାୟୋସିସ୍ ହୋଇଥିବା ଜଣାପଡ଼ିଥିଲା । ଉଭୟ ରୋଗୀଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତି କରାଯାଇଥିଲା ଏବଂ ସାଧାରଣ ନିଶ୍ଚେତକ ବିଭାଗ ଅଧୀନରେ ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି(ଟିଏଲ୍‌ଏଚ୍‌) କରାଯାଇଥିଲା । ଟୋଲାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି(ଟିଏଲ୍‌ଏଚ୍‌) ମହିଳାଙ୍କ ଗର୍ଭାଶୟ ବାହାର କରିବା ପାଇଁ ଏକ ଅସ୍ତ୍ରୋପଚାର ପ୍ରକ୍ରିୟା ମାଧ୍ୟମରେ ରୋଗୀ ଶରୀରରେ କ୍ଷୁଦ୍ର କ୍ଷତ ମାଧ୍ୟମରେ ଗର୍ଭାଶୟ ଏବଂ ସର୍ଭିକ୍ସକୁ ବାହାର କରାଯାଇଥାଏ । ଟାଟା ମେଡିକାର ହସ୍ପିଟାଲ ଡାକ୍ତର ବି. ରଥ ଓ ତାଙ୍କ ଟିମ୍ ସଫଳତାର ସହିତ ଏହି ଅସ୍ତ୍ରୋପଚାର କରିଥିଲେ । ଉଭୟ ରୋଗୀ ଅସ୍ର୍ତ୍ରୋପଚାର ପରବର୍ତୀ ଜଟିଳତାରୁ ମୁକ୍ତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ଏହି ସଫଳ ଅସ୍ତ୍ରୋପଚାର କଳିଙ୍ଗନଗରସ୍ଥିତ ଟାଟା ହସ୍ପିଟାଲର ଦକ୍ଷ ଡାକ୍ତର ଏବଂ ଉନ୍ନତ ଚିକିତ୍ସା ସୁବିଧାକୁ ଦର୍ଶାଉଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close