ଯାଜପୁରରୋଡ଼ ସେଂଟ୍ରାଲ ଜିଏସଟି ପକ୍ଷରୁ ‘କନକର କର୍ପୋରେସନ’ ପରିସରରେ ଦିନତମାମ ରେଡ଼, ‘ଏଆରଏସଏସ’ର ଦୀର୍ଘଦିନର ଟ୍ୟାକ୍ସ ଫାଙ୍କି ଉପରେ ତନାଘନା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁରରୋଡ଼, ୧୧/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ଗୁରୁବାର ଦିନ ତମାମ ସ୍ଥାନୀୟ ସାପଗଡିଆ ଠାରେ ଥିବା ସେଂଟ୍ରାଲ ଜି.ଏସ.ଟି କାର୍ଯ୍ୟାଳୟ ତରଫରୁ ସହକାରୀ କମିଶନର ଅନୀଲ କୁମାର ତିର୍କୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକ୍ଷକ ନକୁଳ କୁମାର ଧଳ, ଅଧିକ୍ଷକ ସୈାରଭ କୁମାର ଜୈନ, ନିରୀକ୍ଷକ ନୀଳଦିଗନ୍ତ ସାହା, ପିୟୁଷ ପ୍ରଭାକର, ଅଜିତ କୁମାର ଡାଙ୍ଗି ଓ ଅନ୍ୟ କର୍ମଚାରୀମାନେ ବ୍ୟାସନଗର ପୈାର ପରିଷଦର ଯୋଡାବର ଠାରେ ଅବସ୍ଥିତ ‘କନକର କର୍ପୋରେସନ ଲିମିଟେଡ’ ପରିସରରେ ଚଢ଼ାଉ ଜାରୀ ରଖି ଦୀର୍ଘ ଦିନ ଧରି ଜିଏସଟି ଫାଙ୍କି ଚାଲିଥିବା ‘ଏଆରଏସଏସ ଇନ୍ଫ୍ରାଷ୍ଟ୍ରକ୍ଚର ଲିମିଟେଡ’ର କଳା କାରବାର ଉପରେ ରୋକ ଲଗାଇବାରେ ସକ୍ଷମ ହୋଇଛନ୍ତି । ଅଧିକାରୀମାନେ କୈାଣସି ସୂତ୍ରରୁ ଖବର ପାଇଁ ୨୬ଟି ଟ୍ରକ, ଡ଼ମ୍ଫର, ଲରି ଆଦିରେ ଆସିଥିବା ଗାଡିଗୁଡିକୁ ତନଖି କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଅଧିକାରୀମାନେ ଦେଖିବାକୁ ପାଇଥିଲେ ଯେ, ଗାଡିଗୁଡିକରେ ଆସିଥିବା ସାମଗ୍ରୀଗୁଡିକର ମୂଲ୍ୟାୟନ କମ କରି ଏଆରଏସଏସ କମ୍ପାନୀ ଟିକସ ଫାଙ୍କିଛି । ସଂସ୍ଥାର ୦୨ ପ୍ରକାରର ବିଲକୁ ଠାବ କରିବା ପରେ ଅଧିକାରୀମାନଙ୍କର ଟ୍ୟାକ୍ସ ଫାଙ୍କିର ପ୍ରମାଣ ପାଇଥିଲେ । ସଂସ୍ଥାର ଏହି କାରବାର ପାଇଁ ପ୍ରାଥମିକ ଭାବେ ୦୩ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଜୋରିମାନା କରିଥିବା ବେଳେ ଏହି କାରବାର ଉପରେ ତଦନ୍ତ ଚାଲୁ ରହିଛି । ଆଜି ଗୋଟିଏ ଦିନ ନୁହେଁ ବରଂ ନିୟମିତ ଭାବେ ସଂସ୍ଥା ଦୀର୍ଘ ୩-୪ବର୍ଷ ହେଲା ଟ୍ୟାକ୍ସ ଫାଙ୍କି ଚାଲିଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀ ଏହା ଉପରେ ବିଧିବଦ୍ଧ ତଦନ୍ତ କରି ଠିକଣା ଭାବେ ଆକଳନ କଳେ ବିପୁଳ ଟ୍ୟାକ୍ସ ଫାଙ୍କିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି ଗାଡିଗୁଡିକରେ ଚିପ୍ସ, ଜିଏସବି ଆଦି ସାମଗ୍ରୀ ଥିଲା । ଏହା ରାସ୍ତା ନିର୍ମାଣ ଓ ଅନ୍ୟାନ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଅତୀତରେ ସଂସ୍ଥା କେଉଁ କେଉଁମାନଙ୍କୁ ସାମଗ୍ରୀ ଦେଇ ଟ୍ୟାକ୍ସ ଫାଙ୍କିଛି ତା’ ଉପରେ ତଦନ୍ତ ହେବାକୁ ଦାବୀ ଉଠିଛି । ଆଜିର ଏହି ତଦନ୍ତ ଉପରେ ବହୁ ସ୍ଥାନୀୟ ଅଧିବାସୀ ଖୁସି ବ୍ୟକ୍ତ କରିବା ସହ ସିଜିଏସଟି ଅଧିକାରୀମାନଙ୍କ ଟିକଣା ପଦକ୍ଷେପ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏହାଛଡ଼ା ‘କନକର କର୍ପୋରେସନ’ ପରିସରରୁ ସଂସ୍ଥାର ଅଧିକାରୀମାନଙ୍କ ଜାଣତରେ ରାତିମତ ବିଳମ୍ବିତ ରାତ୍ରୀରେ ମୋହରମ ତଢ଼ାଯାଇ କୋଟି କୋଟି ଟଙ୍କାର ମୋହରମକୁ ଚୋରା ଚାଲାଣ କରାଯାଇଛି । ପରିସରରେ ଏବେ ବହୁ ଖାଲଖମା ସୃଷ୍ଟି ହୋଇ ପରିବେଶ ବିଦୀର୍ଣ୍ଣ ହେବା ସହ ଗୃହପାଳିତ ପଶୁଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହିସବୁ ବେଆଇନ କାର୍ଯ୍ୟଗୁଡିକ ଉପରେ ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଦାବୀ କରିଛନ୍ତି ।