ଯାଜପୁର ଜିଲ୍ଲା ଦଶରଥପୁର ଓ ଯାଜପୁର ନଗର ପ୍ରଖଣ୍ଡରେ ବଜରଙ୍ଗ ଟୋଲୀ ଘୋଷଣା
ଯାଜପୁର,୧୧/୦୭(ବସନ୍ତ କୁମାର ପାତ୍ରଙ୍କ ଠାରୁ): ସମାଜରେ ଦିନକୁ ଦିନ ଗୋହତ୍ୟ, ଗୋଚାଲାଣ ବଢ଼ିବା ସହିତ ଲବ ଯେହାଦା ଓ ଧର୍ମାନ୍ତକରଣ ବଢ଼ି ବଢ଼ି ଚାଲିଛି । ଯାହା ଭବିଷ୍ୟତରେ ହିନ୍ଦୁମାନଙ୍କ ଉପରେ ବିପଦ ଦେଖାଯିବାକୁ ନେଇ ଆଶଙ୍କା ପ୍ରକାଶ କରିଛି । ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏହିଭଳି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ହିନ୍ଦୁମାନଙ୍କୁ ଏକତ୍ରିତ କରିବାକୁ ଚିନ୍ତା କରିଛି । ଏହି କାର୍ଯ୍ୟକ୍ରମରେ ଦଶରଥପୁର ପ୍ରଖଣ୍ଡ ଅନୁଭବୀ କାର୍ଯ୍ୟକର୍ତା ପ୍ରଭୁଦେବ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ବିଶ୍ୱହିନ୍ଦୁ ପରିଷଦ ଯାଜପୁର ଜିଲ୍ଲା ସମ୍ପାଦକ ରାଜକିଶୋର ମଲ୍ଲିକ, ସହ ସମ୍ପାଦକ ଚିତରଞ୍ଜନ ବିନ୍ଧାଣି, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳଙ୍କ ଉପସ୍ଥିତିରେ ଦୁଇଗୋଟି ପ୍ରଖଣ୍ଡରେ ପ୍ରଖଣ୍ଡ ଟୋଲୀ ଘୋଷଣା କରାଯାଇଛି । ଏହି ବୈଠକରେ ଦଶରଥପୁର ପ୍ରଖଣ୍ଡ ସଂଯୋଜକ ଲୋକନାଥ ଦାସ, ପ୍ରଖଣ୍ଡ ସହ ସଂଯୋଜକ ବିକାଶ ସାହୁ ଓ ସ୍ମୃତିରଞ୍ଜନ ରାଉତରାୟ, ପ୍ରଖଣ୍ଡ ସାପ୍ତାହିକ ମିଳନ ପ୍ରମୁଖ ଦେବାଶିଷ ଦେବ, ସୁରକ୍ଷା ପ୍ରମୁଖ ସୌରଭ ଦାସ, ମହାବିଦ୍ୟାଳୟ ପ୍ରମୁଖ ଆର୍.ବି କ୍ରିଷ୍ଣା ମହାପାତ୍ର, ଗୋରକ୍ଷା ପ୍ରମୁଖ ଅମରଜିତ ତ୍ରିପାଠୀ, ଆଖଡ଼ା ପ୍ରମୁଖ ସନ୍ତୋଷ ଦାସ, ସହ ସୁରକ୍ଷା ପ୍ରମୁଖ ସୁବ୍ରତ ପାଣିଗ୍ରାହୀ ନୂତନ ଦାୟିତ୍ୱ ଘୋଷଣା ସହିତ ଯାଜପୁର ନଗର ପ୍ରଖଣ୍ଡରୁ ପ୍ରଖଣ୍ଡ ସଂଯୋଜକ ଗୋପାଳ ଚନ୍ଦ୍ର ଦୀକ୍ଷିତ, ସହ ସଂଯୋଜକ ରମାକାନ୍ତ ମିଶ୍ର ଓ ଆଲୋକ କୁମାର ବାରିକ, ସୁରକ୍ଷା ପ୍ରମୁଖ ପ୍ରଦୀପ କୁମାର ଜେନା ଦାୟିତ୍ୱ ଗ୍ରହଣ କରିବା ସହିତ ଦଶରଥପୁର ପ୍ରଖଣ୍ଡର ବାର ଗୋଟି ପଂଚାୟତ ସଂଯୋଜକ, ସହ ସଂଯୋଜକ ଘୋଷଣା କରାଯାଇଥିଲା । ଏହି ବୈଠକକୁ ସଫଳ କରିବା ପାଇଁ ଦିଲ୍ଲିପ ଦେବତା, ସନ୍ତୋଷ ପତି, ଅଭିଷେକ ବେହୁରିଆ, ଆଶିଷ ବାରିକ, ପ୍ରଫୁଲ୍ଲ ସାହୁ, ଶାନ୍ତନୁ ସାହୁ, ପ୍ରକାଶ ମହାରଣା, ରାଜକିଶୋର ପଣ୍ଡା, ଦେବାଶିଷ ନାୟକ, ସୁବ୍ରତ ମହାନ୍ତି ଓ ଆଦିତୃ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ ।