ପୁରୀ ରଥଯାତ୍ରା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିଜେପିର ମଂଚକୁ ଆମନ୍ତ୍ରଣ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ପୁରୀ, ୦୭/୦୭(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରମୁଖ ନେତାଙ୍କ ସମ୍ମାନ ପ୍ରଦର୍ଶନ ଜାରୀ ରହିଛି । ମୋହନଙ୍କ ଶପଥ ପାଠ ଉତ୍ସବ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ସେ ଆସିଥିଲେ ମଧ୍ୟ । ହେଲେ ତାଙ୍କୁ ସ୍ୱୟଂ ଅମିତ୍ ଶାହା ସଭାମଂଚକୁ ପାଛୋଟି ନେଇଥିଲେ । ଆଜି ବିଶ୍ୱ ପ୍ରସିଦ୍ଧ ‘ଘୋଷ ଯାତ୍ରା’ ପୁରୀରେ ଚାଲିଥିବା ବେଳେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୂ ଏଥିପାଇଁ ପୁରୀ ଆସିଥିଲେ । ତାଙ୍କ ସହ ମଂଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ରଥଯାତ୍ରା ପାଇଁ ପୁରୀ ଆସିଥିଲେ । ତାଙ୍କୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ମଂଚକୁ ଆଲିଙ୍ଗନ କରି ନେଇଥିଲେ । ସୂଚନାଯୋଗ୍ୟ ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂର୍ପକ ରହିଛି । ନବୀନ ମଧ୍ୟ ଅନେକ ବର୍ଷ ବିଜେପି ସହ ମିଶି କାର୍ଯ୍ୟ କରିଛନ୍ତି । ଏହାଛଡ଼ା ସେ ଏପର୍ଯ୍ୟନ୍ତ ‘ଇଣ୍ଡିଆ ମେଂଟ’ରେ ସାମିଲ ହୋଇ ନାହାନ୍ତି । ନବୀନ ହାରିବା ପରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସବୁଥିରୁ ଓହରିଯାଇ ରାଜ୍ୟରେ ବିଜେଡିର ସ୍ଥିତିକୁ ନେଇ କାମ କରୁଛନ୍ତି । ହେଲେ ସରକାର ପାଇଁ ସେପରି କିଛି ଅପ୍ରିତୀକର ପରିବେଶ ସୃଷ୍ଟି କରିନାହାନ୍ତି । ତେଣୁ ଉପର ସ୍ତରର ବିଜେପି ନେତାଙ୍କ ପାଇଁ ନବୀନ ଏବେବି ସମ୍ମାନର ପାତ୍ର ଅଛନ୍ତି ବୋଲି କେତେକ ବୁଦ୍ଧିଜୀବୀ କୁହନ୍ତି !