ବ୍ୟାସନଗର ସହର ଓ କଳିଙ୍ଗନଗର ଶିଳ୍ପାଚଂଳର ତାପମାତ୍ରା ୪୪ ଛୁଇଁଲା, ଜନଜୀବନ ଅସ୍ତବ୍ୟସ୍ତ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର,୩୦/୦୪ (ଉ. ନ୍ୟୁଜ୍ ବ୍ୟୁରୋ): ଗତ ପ୍ରାୟ ୧୦-୧୫ ଦିନ ହେଲା ବ୍ୟାସନଗର ସହରରର ତାପମାତ୍ରା ୪୦ଡ଼ିଗ୍ରୀ ସେଲସିୟସ ଉପରେ ରହୁଛି । ତାପମାତ୍ରା ସାଙ୍ଗକୁ ପ୍ରବଳ ଖରା, ଝାଞ୍ଜି ପବନ, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୦୮ଟାରୁ ଖରାର ତାତି ଅସହ୍ୟ ହେଉଛି । ଜନତା ଏଥିରେ ଭାଜି ହେଉଛନ୍ତି । ରାସ୍ତାଘାଟ, ବଜାର ଆଦି ଚାରିଆଡେ ଖାଁ ଖାଁ ଲାଗୁଛି । ଆଜି ବ୍ୟାସନଗର ସହର ଓ କଳିଙ୍ଗନଗର ଶିଳ୍ପାଂଚଳରେ ଦିନ ୨ଟା ବେଳକୁ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଉପରେ ରହିଛି । ପ୍ରବଳ ରୈାଦ୍ରତାପ ଓ ଗୁଳୁଗୁଳିକୁ ଅନୂଭବ କରି ସରକାର ଜିଲ୍ଲାରେ ସରକାରୀ ଅଫିସ ୦୮ଟାରୁ ଦିନ ୦୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି; ହେଲେ ଦିନ ୧୧ଟା ପରେ ରାସ୍ତାକୁ ବାହାରିବା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି । ବଡ଼ବଡ଼ିଆ ବାବୁମାନେ ଶୀତତାପ ନିୟନ୍ତ୍ରକ ଗାଡି ଓ ଅଫିସରେ ବସି କାମ କରିବାର ସୁଯୋଗ ଲାଭ କରୁଥିଲେ ହେଁ ତଳିଆ କର୍ମଚାରୀ ଓ ଅନ୍ୟମାନେ ଖାରାରେ ଆଉଟୁପାଉଟୁ ହେଉଛନ୍ତି । ତେଣୁ ସରକାରୀ ଅଫିସକୁ କେବଳ ମେ’ମାସ ପାଇଁ ସକାଳ ୦୬ଟା ୩୦ମି ରୁ ୧୧ଟା ମଧ୍ୟରେ କରିବାକୁ ମତ ପ୍ରକାଶ ପାଉଛି । କାର୍ଯ୍ୟାଳୟ ଆସୁଥିବା ଜନତା ଓ କର୍ମଚାରୀ ସମସ୍ତଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୁଅନ୍ତା । ଅବଶ୍ୟ ଉପରବେଳା ପରେ ସନ୍ଧ୍ୟାରେ ଅଧିକାରୀମାନେ କାର୍ଯ୍ୟାଳୟ ଯାଇ ବଳକା କାମ କରିପାରନ୍ତେ । ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଥିବା କେତେକ କଳକାରଖାନା ଓ କାଳିଆପାଣି ଖଣି ଅଂଚଳରେ ଦିନ ୧୧ଟା ପରେ ପ୍ରବଳ ତାତି ମଧ୍ୟରେ ଶ୍ରମିକ ଓ କର୍ମଚାରୀମାନେ କାମ କରୁଥିବାର ଅଭିଯୋଗ ହେଉଛି । ଏହା ଉପରେ ଜିଲ୍ଲା ପ୍ରଶାସନ, ରାଜସ୍ୱ ବିଭାଗ, ଶ୍ରମ ବିଭାଗ ଆଦି ଦୃଷ୍ଟି ଦେଇ ସେମାନଙ୍କ ଜୀବନକୁ ସୁରକ୍ଷିତ ରଖିବାକୁ ଦାବୀ ହେଉଛି । ଅଧିକାଂଶ ଲୋକେ ସକାଳ ୫ଟାରେ ଗନ୍ତବ୍ୟ ସ୍ଥଳୀକୁ ଯାଇ ଦିନ ୧୦ଟା ପୂର୍ବରୁ ଘରକୁ ଲେଉଟିବାକୁ ଚେଷ୍ଟା କରୁଛନ୍ତି । ସଚେତନ ନ ହେଲେ ୧୯୯୮ ଭଳି ଓଡ଼ିଶାରେ ଅଂଶୁଘାତ ବିତ୍ପାତ ଯେ ସାଂଘାତିକ ଅବସ୍ଥା ସୃଷ୍ଟି ନ କରିବ କହିହେଉ ନାହିଁ । ଅଧିକ ସଚେତନତା ପାଇଁ ଯେଝା ଯେଝା ସ୍ତରରେ ପରିସ୍ଥିତିକୁ ଟାଳିବାକୁ ୁଦ୍ୟମ ହେଉଛି । କାରଣ ମେ ମାସ ଓ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବେଶି ଗରମ ଓ ଗୁଳୁଗୁଳି ହୋଇଥାଏ । ସବୁଆଡ଼େ କଂକ୍ରିଟକରଣ ପରିସ୍ଥିତିକୁ ଅସମ୍ଭାଳ କରୁଛି । ଫ୍ୟାନ, କୁଲର, ଏ.ସି ଆଦି କାମ କରୁନାହିଁ । ତେଣୁ ତାତିରୁ ନିସ୍ତାର ନାହିଁ । ମୈାସୁମୀ ଆସିବା ପର୍ଯ୍ୟନ୍ତ ଏହି ଅବସ୍ଥା ଲାଗି ରହିବାର ଆଶଙ୍କା ଦେଖାଦେଇଛି । ତେଣୁ ଉପରେ ସମସ୍ତେ ସର୍ତକତା ଅବଲମ୍ବନ କରିବା ଉଚିତ୍ । ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ସିଝିବାରୁ ନିସ୍ତାର ନାହିଁ! ଚଳିତ ବର୍ଷ ରେକର୍ଡ଼ ଧରଣର ଗରମ ଅନୁଭୂତ ହେବାର ଆଶଙ୍କା ଦେଖାଦେଇଛି । ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାରରେ ସମସ୍ୟା ସୃଷ୍ଟି କରୁଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ରାଜନୈତିକ ଦଳମାନେ ପ୍ରଚାର କରିବା ଉଚିତ । କର୍ମୀ ଓ ଜନତାମାନେ ଦିନ ୧୧ଟା ପୂର୍ବରୁ ଘରେ ପହଚିଂବା ଦରକାର ଓ ଦିନ ୦୪ଟା ପରେ ଘରୁ ବାହାରିବା ଆବଶ୍ୟକ । ନିର୍ବାଚନ ତାତି ସାଂଗକୁ ପ୍ରାକୃତିକ ଗରମ ପରିସ୍ଥିତିକୁ ଆହୁରି ବିଷମ କରିବାର ଆଶଙ୍କା ସୃଷ୍ଟି କରିଛି । ପ୍ରବଳ ଗରମ ପାଇଁ ପରିଶ୍ରମ କରି ବଂଚୁଥିବା ବ୍ୟକ୍ତିବିଶେଷଙ୍କ ରୋଜଗାର ବହୁମାତ୍ରାରେ ପ୍ରଭାବିତ ହୋଇଛି । ଜିଲ୍ଲାରେ ବୃକ୍ଷରୋପଣ ସେତେଟା ଫଳପ୍ରଦ ହୋଇପାରିନାହିଁ । ଅଧିକାଂଶ ସ୍ଥାନରେ ମିଥ୍ୟା ବିଲ କରାଯାଇଛି । ଯେତିକି କୁହାଯାଉଛି, କାର୍ଯ୍ୟକ୍ଷେତ୍ରରେ ତାହା ନାହିଁ । ପ୍ରବଳ ଗରମ ଯୋଗୁ ହୃଦ୍ଘାତରେ ଅଧିକାଂଶଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳୁଛି । ବୃଦ୍ଧ, ବୃଦ୍ଧା, ଶିଶୁ, ରୋଗୀ ଆଦିମାନେ କିପରି ଖରା ଦାଉରୁ ବଂଚିବେ ତାହା କଷ୍ଟକର ହୋଇଛି । ଏବେ ଯେପରି ସମସ୍ତେ ପ୍ରକୃତି ନିକଟରେ ହାର ମାନିଲା ଭଳି ମନେହେଉଛି ! ତେଣୁ “ପ୍ରକୃତି ବଂଚିଲେ-ଆମେ ବଂଚିବା”ର ନାରା ନେଇ ସମସ୍ତେ ଆଗକୁ କାମ କରିବା ଉଚିତ୍ ।