ଲିକୁଙ୍କୁ ମିଳିପାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଜେପି ଟିକେଟ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଧର୍ମଶାଳା, ୨୫ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲାର ମର୍ଯ୍ୟଦାଜନକ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଟିକେଟ ଦେବାରେ ଦଳର ହାଇପ୍ରୋଫାଇଲ ନେତା ‘କିକ୍ ବ୍ୟାକ୍’ କରଛନ୍ତି ବୋଲି ବିଜେପି ଟିକେଟ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ସମର୍ଥକମାନେ ଖୋଲା ଅଭିଯୋଗ କରିଆସୁଛନ୍ତି । ବହୁ ଲୋକ ବି ତାଜୁବ ହେଉଛନ୍ତି ଯେ, ଜଣେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ କାହିଁକି ଉପେକ୍ଷା କଲା! ଏପରିକି ଅଧିକାଂଶ ଗଣମାଧ୍ୟମର ପ୍ରତିନିଧିମାନେ ବି ଜାଣିଯାଇଥିଲେ ଯେ, ଲିକୁ ଏଥର ଧର୍ମଶାଳାରୁ ବିଜେପି ଟିକେଟ ପାଉଛନ୍ତି । କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଲିକୁଙ୍କ ପରିବର୍ତେ ସେଠାରେ ସ୍ମୃତିରେଖା ପହିଙ୍କୁ ଦଳ ଟିକେଟ ଦେଇଥିଲା । ଏହାକୁ ବିରୋଧ କରି ପ୍ରାୟ ହଜାରରୁ ଉର୍ଦ୍ଧ ତାଙ୍କର ସମର୍ଥକ ଦୀର୍ଘ ୦୩ ଦିନ କାଳ ଭୁବନେଶ୍ୱରରେ ରାତି ଦିନ ପଡିରହି ଲିକୁଙ୍କୁ ଟିକେଟ ଦେବା ପାଇଁ ଅଡି ବସିଥିଲେ । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବିଷୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଟିକେଟ ପରିବର୍ତନ ନେଇ କିଛି ନ ହେବାରୁ ଉତ୍କଳ ଦିବସ ପାଳନ ଅବସରରେ ଲିକୁ ଜାରକା ମହୋତ୍ସବ ପଡ଼ିଆରେ ଏକ ବିଶାଳ ସମାବେଶ ଜରିଆରେ ତାଙ୍କ ଶକ୍ତି ପ୍ରଦର୍ଶନ କରି ଦଳୀୟ ଟିକେଟ ବଦଳାଇବା ପାଇଁ ଚାପ ସୃଷ୍ଟି କରିଥିଲେ । ଶୁଣାଯାଉଛି, ଯାଜପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିବା ଡ଼ଃ. ଋବୀନ୍ଦ୍ର କୁମାର ବେହେରା ଆଶଙ୍କା କରିଥିଲେ କି ଯଦି ଲିକୁଙ୍କୁ ଟିକେଟ ନ ଦିଆଯାଏ ତେବେ ଜିଲ୍ଲାରେ ୦୧ଲକ୍ଷ ପାଖାପାଖି ଭୋଟ ବିଜେପିର କମି ଯିବ । ଶ୍ରୀ ବେହେରା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ତାଙ୍କର କୁଆଡ଼େ ପ୍ରଭାବଶୀଳ କେନ୍ଦ୍ରୀୟ ବିଜେପି ନେତାଙ୍କ ସହ ସୁସଂର୍ପକ ରହିଛି । ଏହାଛଡ଼ା ଲିକୁ ଓ ତାଙ୍କ ସମର୍ଥକ ଦଳୀୟ ଗଣ୍ଡି ମଧ୍ୟରେ ରହି ଟିକେଟ ପାଇବା ପାଇଁ ଦାବୀ କରିଆସୁଛନ୍ତି । ଦଳ ମଧ୍ୟ ଭଲ ଭାବେ ଜାଣିଛି ଯେ, ଧର୍ମଶାଳାରେ ହେବିୱେଟ ବିଜେଡ଼ି ନେତା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କୁ ଲିକୁ ହିଁ କେବଳ ଟକ୍କର ଦେଇପାରିବେ । ତେଣୁ ତାଙ୍କୁ ଟିକେଟ ଦିଆଯାଇନଥିବାରୁ ଟିକେଟ ଦେବାରେ ‘କିକ୍ ବ୍ୟାକ’ ହୋଇଥିବା କଥା ଆଲୋଚନା ହେଉଛି । ଏହିସବୁ ଦିଗକୁ ବିଚାର କରି ହୁଏତ ଟିକେଟ ବଦଳାଯାଇ ଲିକୁଙ୍କୁ ଦିଆଯାଇପାରେ । ଆଜିର କେନ୍ଦ୍ରୀୟ ପ୍ରମୁଖ ନେତା ଅମିତ୍ ଶାହାଙ୍କ ଓଡ଼ିଶା ଗ୍ରସ୍ତ ପରେ ଏକଥା ବିଚାର ହୋଇପାରେ ବୋଲି କୁହାଯାଉଛି । ଏହିସବୁ ଦିଗକୁ ବିଚାର କରି ହୁଏତ ଟିକେଟ ବଦଳାଯାଇ ଲିକୁଙ୍କୁ ଦିଆଯାଇପାରେ । ହେଲେ ଆଗକୁ କ’ଣ ଘଟୁଛି ତାହା ସମୟ ହିଁ କହିବ !