କୋରେଇ ଓ ବରୀ ବିଧାନସଭା କ୍ଷେତ୍ର ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡ଼ି
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର, ୧୪ା୪(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଆଜି ରାଜ୍ୟର ପ୍ରମୁଖ ତଥା ଶାସକ ବିଜେଡ଼ି ପକ୍ଷରୁ ମର୍ଯ୍ୟଦାପୂର୍ଣ୍ଣ କୋରାଇ ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ । ଚଳିତଥର ବହୁ ଦାବୀଦାର ଥିଲେ ମଧ୍ୟ ଟିକେଟ ନ ମିଳିବା ଆଶଙ୍କା କରି ପୂର୍ବତନ ବିଧାୟକ ଆକାଶଦାସ ନାୟକ ଦଳଛାଡି ବିଜେପିକୁ ଯିବା ପରେ ତାଙ୍କୁ ବିଜେପି ଟିକେଟ ଦେଇଥିଲା । ଯେହେତୁ ବିଧାୟକ ଅଶୋକ ବଳ ଓ ଆକାଶଦାସ ନାୟକ ଉଭୟ ଗୋଷ୍ଠୀ ମଧ୍ୟରେ ଟିକେଟ ପାଇଁ ଟଣାଓଟରା ଚାଲିଥିଲା ଓ ଜଣେ ଦଳ ଛାଡିବା ପରେ ଆଉ ଜଣଙ୍କୁ ଟିକେଟ ଦେଲେ ଗୋଷ୍ଠୀ ବିବାଦ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଥିଲା । ଏହାଛଡ଼ା ବିଧାୟକ ଶ୍ରୀ ବଳ ଜନୈକ ପ୍ରଭାବଶୀଳ ପ୍ରଶାସକଙ୍କ ଜରିଆରେ ଟିକେଟ ପାଇବେ ବୋଲି ଶେଷ ପର୍ଯ୍ୟନ୍ତ ତାଙ୍କ ସମର୍ଥକମାନେ କହିବୁଲୁଛନ୍ତି । ଏପରିସ୍ଥଳେ ଜଣେ ନବାଗତ ତଥା ମହିଳାକୁ ବିଜେଡ଼ି ଟିକେଟ ଦେଇ ମହିଳା କାର୍ଡ଼ ଖେଳିପାରେ ବୋଲି ଜଣାପଡୁଛି । ଏହି ହିସାବରେ ସର୍ବପ୍ରଥମେ ଓଡ଼ିଶାର ବିଶିଷ୍ଟ ଜନନେତା ତଥା କୋରେଇର ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କ ଧର୍ମପତ୍ନୀ ଏବଂ ବିଜେଡ଼ିର ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ନାମ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଆସିଛି । ଏହାଛନା ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବଙ୍କ ଦାଦା ପୁଅ ଭାଇ ଭବ ପ୍ରସାଦ ଦାସ (ଲଲ) ବା ଅନ୍ୟ କେହି ନୂଆ ନେତାଙ୍କୁ ଚୟନ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି । ହେଲେ ଚୂଡାନ୍ତ ନିଷ୍ପତି ପ୍ରଣବ ପ୍ରକାଶଙ୍କ ଉପରେ ନିର୍ଭର କରେ ବୋଲି କୁହାଯାଉଛି । ଦେଖାଯାଉ ଆଉ ଅଳ୍ପ ସମୟ ପରେ ଏହା ସ୍ପଷ୍ଟ ହେବା ପରେ କୋରେଇରେ ରାଜନୈତିକ ଚଳଚଚଂଳତା କିପରି ଆଗକୁ ବଢ଼ୁଛି! ଏଥିସହ ଜିଲ୍ଲାର ଅନ୍ୟତମ ପ୍ରମୁଖ ବରୀ ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡ଼ି ।