
ଯାଜପୁରରୋଡ ରାଇସ ମିଲ ଦୂର୍ଗା ମଣ୍ଡପ ନିକଟରୁ ବାଇକ ଚୋରୀ ଅଭିଯୋଗରେ ଯୁବକ ଗିରଫ
ବ୍ୟାସନଗର,୦୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଗତ ୩/୧୦ /୨୫ ରେ ଦିନ ୨ ଟା ସମୟରେ କୋରେଇ ଥାନା ବରୁଣ୍ଡେଇ ଗ୍ରାମର ପ୍ରହଲାଦ ଯେନା ଯେ କି ରିଲାଏନ୍ସରେ ଡେଲିଭରି ବୟେ ଭାବେ କାମ କରନ୍ତି l ସେ ଯାଜପୁରରୋଡ ଥାନାରେ ଅଭିଯୋଗ କରି ଥିଲେକି, ଗତ ୩/୧୦ ରିଖରେ ରାଇସ ମିଲ ଦୂର୍ଗା ମଣ୍ଡପକୁ ପ୍ରସାଦ ସେବନ ପାଇଁ ଯାଇ ଆସି ଦେଖିଥିଲେ କି ସେ ରଖିଥିବା ତାଙ୍କର ହୀରୋ ସ୍ପ୍ଲେଣ୍ଡର ଗାଡି ନ୍ ଓଡି-୩୪ କେ ୭୧୦୭କୁ କେହି ଚୋରୀ କରି ନେଇଯାଇଛି l ଯାଜପୁରରୋଡ ଥାନା ପକ୍ଷରୁ ୫୮୬ /୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରି ତଦନ୍ତ କରି ପୋଲିସ ଅଧିକାରୀ ଏସ.ଆଇ ଲିଙ୍ଗରାଜ ବେହେରା ଜାଣିବାକୁ ପାଇଥିଲେ କି ଅଭିଯୁକ୍ତ ଜେନାପୁର ଥାନା ବାଲିସାହି ଅଞ୍ଚଳର ଚଗଲି ଜେନାକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଛି l ଚଗଲି ନାମରେ କଟକ, ଢେଙ୍କାନାଳ, ଭୁବନ, କେନ୍ଦୁଝର, ଯାଜପୁର ଜିଲା ସୁକିନ୍ଦା, କଳିଙ୍ଗନଗର, ଧର୍ମଶାଳା ବଡଚଣା, ବଡ଼ମ୍ବା, ସରତ ଓ ଯାଜପୁରରୋଡ ଆଦି ଥାନାରେ ୨୨ରୁ ଉର୍ଦ୍ଧ ଚୋରୀ ରାହାଜାନି ଆଦି ମାମଲା ରହିଛି l
Live Share Market




