ପନାସିଆ ମର୍ଡ଼ର କେସ: ଶଳାକୁ ହତ୍ୟା କରି ଫେରାର ଥିବା ଭିଣୋଈକୁ ଗିରଫ କଲା ଯାଜପୁରରୋଡ ପୋଲିସ

ବ୍ୟାସନଗର,୨୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ ଆଜି ବ୍ୟାସନଗର ପୈାର ପରିଷଦର ୦୨ ନମ୍ବରର ପନାସିଆ ସାହିର ଟ୍ରେନ ଲାଇନ କଡରେ ୦୪/୧୦ ରିଖ ଶନିବାର ଭୋର ସମୟରେ ନିଜ ଶଳାକୁ ହତ୍ୟା କରି ଫେରାର ଥିବା ଭିଣୋଇକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସୂଚନାଯୋଗ୍ୟ, ଦଶହରା ପୂଜା କାଟିବା ପାଇଁ ଘଟଣା ଘଟିବାର ୦୨ ଦିନ ତଳେ ମିଥୁନ ବେହେରା ନାମକ ଜଣେ ଶ୍ରମିକ ନିଜ ଗାଁ କେଉଁଝର ଜିଲ୍ଲା ରାଇସୂଆଁ ଥାନା ଅର୍ନ୍ତଗତ ଗୁହାଳୀଚଟୁଆ ଗ୍ରାମରୁ ବ୍ୟାସନଗର ସହରର ପନାସିଆ ସାହିରେ ରହୁଥିବା ନିଜ ବଡ଼ଭାଇ ରସିକ ବେହେରା ଘରକୁ ସ୍ତ୍ରୀ ମୀତା ବେହେରା ଓ ୭-୮ ବର୍ଷର ପୁଅ ଗୁରୁକୁ ଧରି ଆସିିଥିଲେ । ହେଲେ ଟ୍ରେନଲାଇନ ଆର ପଟେ ରହୁଥିବା ଭିଣୋଇ କହ୍ନେଇ ମିଥୁନକୁ ବିଳମ୍ବିତ ରାତ୍ରୀରେ ଡାକି ନେଇ ଟ୍ରେନ ଲାଇନ କଡରେ ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଏ ସଂକ୍ରାନ୍ତରେ ୧୦୩ ଦଫାରେ କେସ ନଂ.୫୮୮, ତା: ୦୪.୧୦.୨୦୨୫ରେ ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ଗିରଫ ହତ୍ୟାକାରୀର ନାମ କାହ୍ନୁ ବେହେରା ଓରଫ କହ୍ନେଇ, ବୟସ-୪୭, ଗ୍ରାମ: ଶ୍ୟାମସୁନ୍ଦରପୁର, ଥାନା-ତୁରମୁଙ୍ଗା, ଜି-କେଉଁଝର ବୋଲି ଜଣାଯାଇଛି । ହତ୍ୟାକାରୀ କେବେ ଧରାପଡ଼ିବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ସେ ଆଜି ଧରା ପଡିବା ପରେ ସ୍ତାନୀୟ ଅଂଚଳରେ ଆଶ୍ୱସ୍ଥି ଲାଭ ସହ ପୋଲିସର ଦକ୍ଷତା ପ୍ରତି ସନ୍ତୋଷ ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close