
ବ୍ୟାସ ପ୍ରିଣ୍ଟ ମିଡିଆର ସପ୍ତମ ବାର୍ଷିକ ଉତ୍ସବ ଆସନ୍ତା ୧୪ରେ
ବ୍ୟାସନଗର, ୧୦/୦୯ (ଉ. ନ୍ୟୁଜ୍ ବ୍ୟୁରୋ) : ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ଆସନ୍ତା ୧୪ ତାରିଖ ରବିବାର ସ୍ଥାନୀୟ ନବ ନିର୍ମିତ ଟାଉନ ହଲ ପରିସରରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟରେ ସଂଘର ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। । ଉକ୍ତ ଉତ୍ସବରେ ରାଜ୍ୟ ସମବାୟ, ହସ୍ତଶିଳ୍ପ, ବୟନ ଶିଳ୍ପ ମନ୍ତ୍ରୀ ଡ଼. ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଶିଷ୍ଟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ମୁଖ୍ୟ ବକ୍ତା ଭାବେ ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସ , ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ବ୍ୟାସନଗର ପୌରାଧ୍ୟାକ୍ଷ ସୁବାସ ବଳ ପ୍ରମୁଖ ଯୋଗ ଦେବେ। ବ୍ୟାସନଗର ସହର ତଥା,ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାମ୍ବାଦିକ, ବୁଦ୍ଧିଜୀବୀ, ସାହିତ୍ୟିକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ସଂଘର ସଭାପତି ଶରତ ପଥାଳ, ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ, ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ, ପବିତ୍ର ରଞ୍ଜନ ମହାନ୍ତି, ପ୍ରଦ୍ୟୁମ୍ନ ବୋଇତାଇ, ବିଜୟ କୁମାର ସାହୁ, ଯଜ୍ଞଦତ୍ତ ତ୍ରିପାଠୀ, ଭରତ ରାଉତ, କୈଳାସ ରାଉତ, ଦେବେନ୍ଦ୍ର କୁମାର ନାୟକ,ଦୁଷ୍ମନ୍ତ କୁମାର ରାଉତ,ପ୍ରଶାନ୍ତ କୁମାର ପାତ୍ର,ସୁଦୀପ ମିଶ୍ର,ଜ୍ଞାନରଞ୍ଜନ ରାଉତ,ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଉକ୍ତ ଉତ୍ସବରେ ସମସ୍ତେ ଯୋଗଦେବାକୁ ନିବେଦନ କରିଥିଲେ।





