ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦ୍ୱାରା ବିକ୍ଷୋଭ

ଯାଜପୁର ଟାଉନ,୨୫/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଦିବା ୩ ଘଟିକା ସମୟରେ ଯାଜପୁର ଟାଉନ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣ ଠାରୁ ଏକ ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ପଦଯାତ୍ରା ରାଲି ବାହାରି ମେଡିକାଲ ଛକ ହୋଇ ଗାନ୍ଧୀ ଛକଠକ୍ଷରେ ସମାପନ କରାଯାଇଥିଲା । ବଜରଙ୍ଗ ର କର୍ମ କର୍ତା ମାନେ ବାଙ୍ଗଲାଦେଶ ମୁର୍ଦାବାଦ ଓ ମହମଦ ୟୁନୁଷ ମୁର୍ଦାବାଦ, ବାଙ୍ଗଲାଦେଶୀ ତୁମେ ଭାରତ ଛାଡ ଏହିପରି ଅନେକ ନାରା ଦେଇ ମହମଦ ୟୁନୁଷର କୁଶପୁତ୍ତଳିକାକୁ ଜୋତାରେ ବାଡେଇ ପାଦରେ ଦଳି ମକଚି ନିଆଁ ଲଗାଇ ପୋଡି ଥିଲେ । ଏହି ବିକ୍ଷୋଭ ରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସମୀର ନାୟକ, ଜିଲ୍ଲା ସମ୍ପାଦକ ରାଜ କିଶୋର ମଲ୍ଲିକ, ସହ ସମ୍ପାଦକ ହିମାଂଶୁ ଶେଖର ବଳ, ଜିଲ୍ଲା ସତସଙ୍ଗ ପ୍ରମୁଖ ମାନସ ବାରିକ, ଜିଲ୍ଲା ବଜରଙ୍ଗ ଦଳ ସଂଯୋଜଳ ବସନ୍ତ କୁମାର ପାତ୍ର, ଜିଲ୍ଲା ସାହସଂଯୋଜକ ସାରଦା ପ୍ରସନ୍ନ ବଳ, ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି, ଜିଲ୍ଲା ସାମାଜିକ ସମର୍ଶତା ପ୍ରମୁଖ ଚିତ୍ତରଞ୍ଜନ ପରିଡା, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ଧର୍ମେନ୍ଦ୍ର ଗୁଇଁ, ଜିଲ୍ଲା ସହ ସୁରକ୍ଷା ପ୍ରମୁଖ ଅସିତ ଦାସ ୧୨ ଗୋଟି ପ୍ରଖଣ୍ଡର ସଂଯୋଜକ ଓ ପ୍ରଖଣ୍ଡ ସଭାପତି ସମ୍ପାଦକ ସମେତ ୩୦୦ରୁ ଉର୍ଦ୍ଧ କାର‌୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ.

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close