ଆଇ.ଟି.ଆଇ. ଶିକ୍ଷା ନବୀଶଙ୍କୁ ସାର୍ଟିପିଂକେଟ ପ୍ରଦାନ

ଯାଜପୁର, ୮ା୧: ଦକ୍ଷତାର ବିକାଶ ଯେ କୈାଣସି ରାଷ୍ଟ୍ରକୁ ମଜବୁତ କରିଥାଏ ବୋଲି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆହ୍ୱାନ ଦେଇଚ୍ଥନ୍ତି । ଗତ କାଲି ଶୁକ୍ରବାର ପୂର୍ବାହ୍ନରେ ବିଂଝାରପୁର ବ୍ଳ୍‌କ ମାଁସଢା ସ୍ଥିତ ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଠାରେ ତାରିଣୀ ଗ୍ରୁପ ଅପଂ୍ ଇନିଷ୍ଟିଚ୍ୟୁସନ ପକ୍ଷରୁ ମାଗଣାରେ ଆଇ.ଟି.ଆଇ ଶିକ୍ଷା ଲାଭ କରିଥିବା ୧୮ ଜଣ ଶିକ୍ଷା ନବୀଶଙ୍କୁ ସାର୍ଟିପିଂକେଟ ପ୍ରଦାନ କାର୍ଯ୍ୟକ୍ରମ ଅନୁୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ସଚେତକ ଶ୍ରୀମତୀ ମଲ୍ଲିକ ଜ୍ଞାନ ବା ଶିକ୍ଷାର କୈାଣସି ବିକଳ୍ପ ନାହିଁ ବୋଲି କହିଥିଲେ । ନିଜକୁ ଶିକ୍ଷିତ ଓ ଦକ୍ଷତା ହାସଲ କରିଥିବା ପିଲାମାନେ ନିଜ ପରିବାର କାହିଁକି ସମଗ୍ର ରାଜ୍ୟ ଓ ଦେଶ ପାଇଁ ଗୋଟିଏ ଗୋଟିଏ ସମ୍ୱଳ ବୋଲି କହିଥିଲେ । ତାରିଣୀ ଗ୍ରୁପ ଅପଂ୍ ଇନିଷ୍ଟିଚ୍ୟୁସନ ଓ ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନ ଅସୁବିଧାଜନକ ସ୍ଥିତିରେ ରହୁଥିବା ଗରିବ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଯେଊଁ ସହଯୋଗ କରୁଚ୍ଥନ୍ତି ତାହା ଅନନ୍ୟ ଓ ପ୍ରେରଣାଦାୟକ ବୋଲି ସେ କହିଥିଲେ । ଏଥିରେ ଯାଜପୁରର ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍‌୍ଳିକ ଯୋଗ ଦେଇ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ଜଣକୁ ଅଧିକ ସଶକ୍ତ କରେ ବୋଲି କହିଥିଲେ । ଏହି ପିଲାମାନେ ଯେହେତୁ ଦକ୍ଷତା ଓ କୈାଶଳରେ ବିକଶିତ ସେମାନେ ସମାଜ ପାଇଁ ଊଦାହରଣ ସୃଷ୍ଟି କରିପାରିଚ୍ଥନ୍ତି ଯାହାକି, ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପୋଷଣ କରିଥିଲେ । ଅନୁଷ୍ଠାନର ସେବା ମନୋବୃତିକୁ ଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ । ଜିଲ୍ଳ୍‌ା ପରିଷଦ ସଦସ୍ୟ ତଥା ତାରିଣୀ ଆଇ.ଟି.ଆଇର ମୁଖ୍ୟ ଇଂ. ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାର୍ଟିପିଂକେଟ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଳ୍‌ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ପ୍ରମିଳା ଦେବୀ ଭିନ୍ନକ୍ଷମ ଅନୁଷ୍ଠାନର ମୁଖ୍ୟ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମଚାରୀ ଓ ସଦସ୍ୟମାନେ ସହଯୋଗ କରିଥିଲେ । ୧୮ ଜଣ ପିଲାଙ୍କୁ ଅତିଥିମାନେ ସାର୍ଟିପିଂକେଟ ପ୍ରଦାନ କରିଥିଲେ । ଏଥିରେ ଜିଲ୍ଳ୍‌ା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ବାଳାଶ୍ରମର ଓ ଅନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନର ୯ ପିଲା ସାମିଲ ଅଚ୍ଥନ୍ତି ବୋଲି ଶ୍ରୀ କର ସୂଚନା ଦେଇଥିଲେ ।

Live Share Market
Tue, 8 Jul
+31°C
Wed, 9 Jul
+32°C
Thu, 10 Jul
+29°C
Fri, 11 Jul
+30°C
Sat, 12 Jul
+32°C
Sun, 13 Jul
+31°C
Mon, 14 Jul
+30°C
Tue, 8 Jul
+31°C
Wed, 9 Jul
+32°C
Thu, 10 Jul
+29°C
Fri, 11 Jul
+30°C
Sat, 12 Jul
+32°C
Sun, 13 Jul
+31°C
Mon, 14 Jul
+30°C

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close