
‘ଉଦୟବଟ-ମହୋତ୍ସବ-୨୦୨୫’ ସମାପନ; ‘ଉଦୟବଟ’ର ୨୨ତମ ବାର୍ଷିକୋତ୍ସବ ଏବଂ ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବ୍ୟାସନଗର, ୨୯/୧୨: ଇଂରାଜୀ ନବ ବର୍ଷ-୨୦୨୬ର ଅବ୍ୟବହିତ ପୂର୍ବରୁ ଯାଜପୁର ଜିଲ୍ଲା ବ୍ୟାସନଗର(ଯାଜପୁରରୋଡ)ରୁ ପ୍ରକାଶିତ ସମ୍ବାଦ ଭିତ୍ତିକ ପତ୍ରିକା ‘ଉଦୟବଟ’ର ୨୨ତମ ବାର୍ଷିକୋତ୍ସବ ଗତ ରବିବାର ସନ୍ଧ୍ୟାରେ ସ୍ଥାନୀୟ ‘ଦୁର୍ଲ୍ଳଭ କଳା ପରିଷଦ ମଣ୍ଡପ’ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ସରକାରଙ୍କ ସମବାୟ, ହନ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଡ଼ଃ. ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏଥିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ପ୍ରଭାରୀ ପବିତ୍ର ମୋହନ ଦାଶ ମୁଖ୍ୟ ବକ୍ତା ଭାବେ, କଟକ ବନଖଣ୍ଡର ଏସିଏଫ୍ ସନ୍ତୋଷ କୁମାର ପତି ବିଶିଷ୍ଟ ଅତିଥି ଭାବେ, ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଭୁବନେଶ୍ୱରର ଅବସରପ୍ରାପ୍ତ ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର, ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅକ୍ଷୟ କୁମାର ପଣ୍ଡା, ବେଗୁନିଆର ବରିଷ୍ଟ କଂଗ୍ରେସ ନେତା ମାନସ ରଂଜନ ବାହୁବଳେନ୍ଦ୍ର, ବିଭୂତି ଭୂଷଣ ଗୁମାନ ସିଂହ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଡ଼ଃ. ବଳସାମନ୍ତ କହିଥିଲେ ଯେ, ଲୋକତନ୍ତ୍ରର ମୂଳ ଶକ୍ତି ହେଉଛିସ୍ୱାଧିନ ଓ ନିଷ୍ପକ୍ଷ ସମ୍ବାଦ ପରିବେଷଣ । ସତ୍ୟ ଉଜାଗର କରିବା ସାମ୍ବାଦିକମାନଙ୍କର ପ୍ରମୁଖ ଦାୟିତ୍ୱ । ଡିଜିଟାଲ ସମ୍ବାଦର ଦୃଢ଼ ସ୍ୱର ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍’ । ଦୀର୍ଘ ୨୨ ବର୍ଷର ଗୈାରବମୟ ଯାତ୍ରାରେ ଦିଆଯାଇଛି ‘ଉଦୟବଟ ସମ୍ମାନ-୨୦୨୫’ । ଏହି ଅବସରରେ ଚଳିତ ଥର ୧୧ ଜଣ ପ୍ରତିଭା ସଂପନ୍ନ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଛି ସମ୍ମାନ । ଯଥା-ଭୁବନେଶ୍ୱରର ଅବସରପ୍ରାପ୍ତ ଯୁଗ୍ମ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର, ବେଗୁନିଆ ଅଂଚଳର ବରିଷ୍ଠ ନେତା ରବୀନ୍ଦ୍ର କୁମାର ମହାପାତ୍ର, ଯାଜପୁର ଟାଉନର ଯୁବ ସମାଜସେବୀ କେଦାର ଚନ୍ଦ୍ର ରାଉତ, ଶୁଦ୍ଧାନନ୍ଦ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ, ନଛିପୁର, କଟକର ‘ଡିନ୍’ ଡ଼ଃ. ରଂଜନ କୁମାର ସାହୁ, ବରିଷ୍ଠ ଶିକ୍ଷକ ଅରୁଣ କୁମାର ବେହେରା, କଳିଙ୍ଗନଗର ଅଂଚଳର ବରିଷ୍ଠ ସାମ୍ବାଦିକ ଓ ମାନବାଧିକାର କର୍ମୀ ଅକ୍ଷୟ କୁମାର ଧଳ, ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ‘ଧରିତ୍ରୀ’ ଯାଜପୁରରୋଡର ପ୍ରତିନିଧି ପବିତ୍ର ରଂଜନ ମହାନ୍ତି, ଯୁବ ପ୍ରତିଭା ଶୁଭକାନ୍ତ ବରାଳ, ରଶ୍ମିରଂଜନ ଦେଓ ଏବଂ ପ୍ରଭାସ ଦେଓ ପ୍ରମୁଖ । ସେମାନଙ୍କୁ ଅତିଥିମାନେ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସତ୍ୟ, ସାହାସ ଓ ସାମାଜିକ ମୂଲ୍ୟବୋଧକୁ ଆଧାର କରି ଡିଜିଟାଲ ଓ ଇ-ନ୍ୟୁଜ୍ କ୍ଷେତ୍ରରେ ଦୀର୍ଘ ୦୨ ଦଶକରୁ ଉର୍ଦ୍ଧ ସମୟଧରି ‘ଉଦୟବଟ’ ନିରନ୍ତର ସଂଘର୍ଷ ଓ ସଫଳତାର ଯାତ୍ରା କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟରେ ନିୟୋଜିତ ରହିଛି । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାଶ ଓ ଅନ୍ୟ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ଉଦୟବଟ’ କେବଳ ଏକ ର୍ନିଭୀକ ସମ୍ବାଦ ଭିତ୍ତିକ ପତ୍ରିକା ନୁହେଁ ବରଂ ଏହାର କର୍ମକର୍ତ୍ତାମାନେ ବର୍ଷତମାମ ଯେଉଁସବୁ ଜନହିତକର, ସାଂସ୍କୃତିକ ଓ ସଚେତନାଧର୍ମୀ କାର୍ଯ୍ୟକ୍ରମମାନ କରୁଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହେବା ଆବଶ୍ୟକ । ବର୍ତମାନ ଏହାର କାର୍ଯ୍ୟକ୍ରମଗୁଡିକ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବାକୁ ବସିଛି । ବିଶେଷକରି ‘କରୋନା’ ସମୟରେ ‘ଉଦୟବଟ’ ଅଭାବୀ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଂଚି ଯଥାସମ୍ଭବ ସହଯୋଗ କରିଛି । ବୃକ୍ଷରୋପଣ ଓ ବୃକ୍ଷର ରକ୍ଷଣାବେକ୍ଷଣ କରି ପରିବେଶ ସୁରକ୍ଷାରେ ଏହା ବହୁ ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଏହି ଅବସରରେ ‘ଉଦୟବଟ କ୍ୟାଲେଣ୍ଡର-୨୦୨୬’ ଏବଂ ‘ଉଦୟବଟ’ର ବିଶେଷ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସମୀକ୍ଷା ରଥ, ଗୀତାଞ୍ଜଳି ଦାସଙ୍କ ନୃତ୍ୟ ବେଶ ମନଛୁଆଁ ହୋଇଥିଲା । ଇଂରାଜୀ ନବ ବର୍ଷ ୨୦୨୬ରେ ‘ଉଦୟବଟ’ ଦ୍ୱାରା ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଜାରୀ ରଖିବାକୁ ‘ଉଦୟବଟ’ ପରିବାର ତରଫରୁ ସିଦ୍ଧାନ୍ତ କରାଯାଇଥିଲା । ୧ମ ଦିନ କାର୍ଯ୍ୟକ୍ରମ ଶେଷରେ ବସନ୍ତ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଗତକାଲି ସୋମବାର ସନ୍ଧ୍ୟାରେ ଏଠାରେ ପାଳିତ ହୋଇଥିଲା ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ତଥା ଓଡ଼ିଶାର ପ୍ରଚଣ୍ଡ ସ୍ୱାଭିମାନୀ ଜନନେତା, ପୂର୍ବତନ ବିଧାୟକ ୰ ଅଶୋକ ଦାସଙ୍କର ୧୭ତମ ତିରୋଧାନ ଦିବସ । ଏହାକୁ ପ୍ରତି ବର୍ଷ ଇଚ୍ଛାର ସହ ପାଳନ କରି ସଂପାଦକ ଶ୍ରୀ ରାଉତ ଓ ଅନ୍ୟମାନେ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଆସୁଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ବୋଲି ଏଥିରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ଅନ୍ୟତମ ଅତିଥି ଭାବେ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ବିଜେପି ନେତା ସତ୍ୟନାରାୟଣ ମହାନ୍ତି, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ‘ସିଟୁ’ ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ବରିଷ୍ଠ ନେତା ବାବୁଲାଲ ଗୁରୁ, କୋରେଇର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ପ୍ରମୁଖ । ପତ୍ରିକାର ସହଯୋଗୀ ସଂପାଦକ ଡଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ଦୀପକ ରଂଜନ ପାଣିଗ୍ରାହୀ ବେଦପାଠ କରିଥିଲେ । ଆଲବମ୍ କଣ୍ଠଶିଳ୍ପୀ ହିତାଗ୍ନୀ ମିଶ୍ର ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଶିକ୍ଷୟତ୍ରୀ ହରପ୍ରିୟା କର ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା-୨୦୨୫ର ଫଳାଫଳ ଘୋଷଣା କରିଥିଲେ । ପ୍ରଥମେ ଅତିଥି, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୰ ଅଶୋକ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅପର୍ଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ବନ ଉନ୍ନୟନ ନିଗମର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସର୍ବଶ୍ରୀ ବିନୋଦ ବିହାରୀ ଜେନା, ଜନ୍ମେଜୟ ମହାନ୍ତି, ଅଶୋକ କୁମାର ରଥ, ବିଦ୍ୟାଧର ପୋଥାଳ, ନରହରି ନାୟକ, ଏସ.କେ ସୁଲତାନ, ଅଲେଖ ଚନ୍ଦ୍ର ପାତ୍ର ପ୍ରମୁଖ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଂଚଳର ଯୁବ ସମାଜସେବୀ ସତ୍ୟରଂଜନ ମହାପାତ୍ର, କଟକର ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ଜେନା, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ଗଦାଧର ଜେନା ଓ ନିରାକାର ନାୟକ, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ, ଡ଼ା. ବିଭାସ କର୍ମକାର, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ଚୋରଦାର ସମାଜସେବୀ ସନାତନ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ ।
ଏ ସମସ୍ତ କାର୍ଯ୍ୟକ୍ରମରେ ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍ପ୍ରଭା ରାୟ, ଅରୁଣ ଦାସ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ଅନୂପ କୁମାର ଦାସ, ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଯୁବ ସମାଜସେବୀ ଅମରେଶ ମହାନ୍ତି, ଅଭିମନ୍ୟୁ ବିଶ୍ୱାଳ, ସମୀର କୁମାର ମିଶ୍ର, ପ୍ରଫୁଲ୍ଲ ବାରିକ, ଚକ୍ରଧର ମଲ୍ଲିକ, ସୁମନ୍ତ ରାଉତ, ପ୍ରୀତିପାଲ ସିଂ, ସୁମିତ୍ରା ମିଶ୍ର, ଅସିତ୍ ଦାସ, ସୁବାସ ଜେନା, ମନୋଜ ସାମଲ, ହରଦୟାଲ ସିଂ, ଗୋଲାପ ମଲ୍ଲିକ, କାଂଚନ ନାୟକ, ମିଟି ମହାରଣା, ସସ୍ମିତା ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ, ଭାରତୀ ବେହେରା, ରାଜେଶ କର, ଆଡଭୋକେଟ ଦୀପକ ସେନଗୁପ୍ତା, ମୁନା ମୁଦୁଲି, ନିଳେନ୍ଦ୍ରୀ ନାୟକ, ଜ୍ୟୋତ୍ସାରାଣୀ ଦତ୍ତ, ରମା ସାମଲ, ଗୁଡି ସୂତାର, ରୁବି ପଣ୍ଡା, ଶ୍ରମିକ ନେତା ରାଧାକାନ୍ତ ସାମଲ, ସାନ୍ତନ୍ୟୁ ମଲ୍ଲିକ, ଅକ୍ଷୟ କୁମାର ଜେନା, ହରୀଶ ଚନ୍ଦ୍ର ଜେନା, ରମାକାନ୍ତ ଦାସ, ଲକ୍ଷ୍ମୀ ମହାରଣା, ସୁଜାଜା ଜେନା ପ୍ରମୁଖ ୰ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦିବଂଗତ ବିଧାୟିକା ସଂଚିତା ମହାନ୍ତି, ଯୁବ ସାମ୍ବାଦିକ ଶୁଭ୍ରାଂଶୁ ଶେଖର ରାଉତ, ଯୋଡାବର ଗ୍ରାମର ବରିଷ୍ଠ ବ୍ୟକ୍ତି ପିତାମ୍ବର ପହି, ଫେରୋକ୍ରୋମ କାରଖାନାର ଅଧିକାରୀ ବିପିନ ବିହାରୀ ମହାନ୍ତି ପ୍ରମୁଖଙ୍କ ପରଲୋକ ପାଇଁ ୦୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ୨ୟ ଦିନ କାର୍ଯ୍ୟକ୍ରମ ଶେଷରେ ଶ୍ରମିକ ନେତା ଅରୁଣ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।





