
“ନିଟ୍” ପରୀକ୍ଷାରେ ଯାଜପୁରରୋଡ଼ର “ଦେବ ଇଣ୍ଟରନ୍ୟାସନାଲ ସ୍କୁଲ”ର ବଡ ସଫଳତା ପରିପ୍ରେକ୍ଷୀରେ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ
ବ୍ୟାସନଗର; ୨୨/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଂଚଳ ଉପକଣ୍ଠ ବ୍ୟାସନଗର ମ୍ୟୁନିସପାଲିଟି ଅର୍ନ୍ତଗତ କୁସୁନପୁର ଠାରେ ଅବସ୍ଥିିତ ଜିଲ୍ଲାର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ “ଦେବ ଇଣ୍ଟରନ୍ୟାସନାଲ ସ୍କୁଲ”ର ସଫଳତା ଗୋଟିଏ ପରେ ଗୋଟିଏ ପାହାଚ ଦେଇ ଗତି କରିଚାଲିଛି। ଏହାରି ଭିତରେ ନିଟ୍ ପରୀକ୍ଷାରେ ୬୦ ଜଣ ଆଶାର୍ଥିଙ୍କ ମଧ୍ୟରୁ ୩୦ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ଓ କଲେଜ ପାଇଁ ଗୌରବ ଆଣିଛନ୍ତି। ଏହାରି ମଧ୍ୟରୁ ସତ୍ୟବ୍ରତ ଜେନା ୬୩୭ ମାର୍କ ରଖିଥିବା ବେଳେ, ଶୁଭ୍ରାଂଶୁ ବଳ 87.22%, ଆକାଶ ସେନାପତି 85.14%, ସୋନିତା କର 82.78%, ଶୁଭଲକ୍ଷ୍ମୀ ସାମଲ 82.78%, ରାମକୃଷ୍ଣ ଗିରି, ଅମୃତମୟ ଦେ , ଅଂଶୁମାନ ପାତ୍ର , ମୋନାଲିଶା ପୃଷ୍ଟି , ଗୌତମ ସେଠୀ, ଏସ୍. କେ. ଆରବାଜ ହୋସେନ, ସୁବାଶ ଚନ୍ଦ୍ର ମହାନ୍ତ, ଶୁଭମ କୁମାର ଗିରି, ଧୃତିସୁନ୍ଦର ପଣ୍ଡା, ଦୀପିକା ପାତ୍ର, ଏମ୍.ଡି. ଜୁବେର ରଜା ପ୍ରମୁଖ ୮୦ ପ୍ରତିଶତ ରୁ ଊର୍ଦ୍ଧ୍ବ ମାର୍କ ରଖି ଉଦାହରଣ ସାଜିଛନ୍ତି। ମୁଖ୍ୟ ପ୍ରାଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ କୃତି ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଓ ମେଡାଲ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଦଶମ ଶ୍ରେଣୀ ଟପର ବିଶ୍ୱଜିତ ଦାଶ ଓ ଦ୍ୱାଦଶ ବିଜ୍ଞାନ ଟପର ପ୍ରିୟବ୍ରତ ମୁଦୁଲି, ଦ୍ୱାଦଶ କମର୍ସ ଟପର କୌଶିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାର୍କେଟିଂ ମୁଖ୍ୟ ପରିଚାଳକ ଆଲେ ଯହୁର୍ ଖାନଙ୍କ ସହ ରାଜେନ୍ଦ୍ର ରାଉତ, ଉପେନ୍ଦ୍ର ବେହେରା, ଏମ ଡି ସମିମ, ଅରବିନ୍ଦ ନାୟକ, ସତ୍ୟ ବେହେରା, ଅରବିନ୍ଦ ସ୍ୱାଇଁ, ସନ୍ତୋଷ, ରତ୍ନାକର ଦାସ, ଅମିତ୍ ବେହେରା, ଚିନ୍ମୟ ମଲ୍ଲିକ, ନୀତିନ ଥାଟୋଇ ପୂର୍ଣ୍ଣ ସହଯୋଗ କରିଥିଲେ। ଏକାଡେମିକ କୋର୍ଡିନେଟର ଇଣ୍ଟିଗ୍ରେଟେଡ ତିରୁପତି ରାଓ, ସି ବି ଏସ ଇ ଏକାଡେମିକ କୋର୍ଡିନେଟର କିଶୋର କ୍ରିଷ୍ଣା,ବିଦ୍ୟାଳୟ କୋର୍ଡିନେଟର ସୋନିଆ ବେଦୀ, ମୁଖ୍ୟ ପ୍ରାଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।





