
ବ୍ୟାସନଗର ସହରର ପନାସିଆ ଠାରେ ‘ସନ୍ରାଇଜ କ୍ଲବ’ ତରଫରୁ ମା’ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ
ବ୍ୟାସନଗର,୧୦/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କ୍ରୋମନଗରୀ ବ୍ୟାସନଗର ପୈାର ପରିଷଦ ଅଂଚଳର ବହୁ ସ୍ଥାନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଲଗାଣ ବର୍ଷା ସତ୍ୱେ ମହାସମାରୋହରେ ଅନୁଷ୍ଠିତ ହେଉଅଛି । ସହରର ପରିବା ମାର୍କେଟ, ବ୍ୟାଙ୍କ ଷ୍ଟ୍ରିଟ୍, ପନାସିଆ, ସାପଗଡ଼ିଆ, ଲେବର ଅଫିସ ପାଖ, ଲକ୍ଷ୍ମୀନଗର, ଚୋରଦା, ଷ୍ଟାଡିୟମ ରୋଡ଼, ଯୋଡ଼ାବର, ଧବଳଗିରି ଆଦି ବିଭିନ୍ନ ଜାଗାରେ ଏବର୍ଷ ବେଶ ଧୂମଧାମରେ ପୂଜା ଅନୁଷ୍ଠିତ ହେଉଛି । ଆକର୍ଷଣୀୟ ତୋରଣ ସାଂଗକୁ, ସାଜସଜ୍ଜା, ଉଜ୍ଜ୍ୱଳ ଲାଇଟରେ ଝଲସୁଛନ୍ତି ଧନର ଦେବୀ ମା’ଲକ୍ଷ୍ମୀ ।
ସହରର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ପନାସିଆ ଠାରେ ‘ସନରାଇଜ୍ କ୍ଲବ’ ତରଫରୁ ବେଶ ଦଊମଧାମରେ ଏଥର ପୂଜା ଅନୁଷ୍ଟିତ ହେଉଛି । ଦୀର୍ଘ ପ୍ରାୟ ୧୫ ଦିନ ଧରି କ୍ଲବର ଯୁବକମାନେ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ରାସ୍ତାଘାଟ ସଫେଇ କରି ସାହିକୁ ସ୍ୱଚ୍ଛ କରିବା ସହ ପୂଜା କାର୍ଯ୍ୟରେ ମାତିପଡିଛନ୍ତି । ବିଭିନ୍ନ ସେବାମୂଳକ କାର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟମାନ ହାତକୁ ନେଇଛନ୍ତି । ଆଜି ଶୁକ୍ରବାର ସନ୍ଧ୍ୟାରେ ବହୁ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ । ଇଂ. ପଣ୍ଡାଙ୍କ ସହ ସୁରେଶ ଦାସ (ନଙ୍ଗଡ଼), ଅକ୍ଷୟ ସେନାପତି, ଦୀପୁ ମହାରଣା, ସୂର୍ଯ୍ୟକାନ୍ତ ମହାନ୍ତି, ଦୀପୁ ନାଥ, ଆଶିଷ ଦାସ ହରିହର ବିନ୍ଧାଣୀ, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ଆଗଭର ହୋଇ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମକୁ ସରସ, ସୁନ୍ଦର କରିବାରେ ଲାଗିପଡ଼ିଛନ୍ତି । 




