ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜଳ ଓ ପରିମଳ ମିଶନର ୧୯ତମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,(ସଙ୍ଗୀତା ମହାପାତ୍ରଙ୍କ ଠାରୁ) ୧୫ ଜୁଲାଇ ୨୦୨୬: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ “ଓଡ଼ିଶା ଜଳ ଓ ପରିମଳ ମିଶନ”(ଓଡବ୍ଲୁଏସଏମ)ର ୧୯ତମ ପରିଚାଳନା କମିଟି ଏବଂ ଜଳ ଜୀବନ ମିଶନ ରାଜ୍ୟ ଆପକ୍ସ କମିଟିର ବୈଠକ ଗତକାଲି ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍ ଏନ୍ ଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ବୈଠକରେ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଓଡ଼ିଶା ଜଳ ଓ ପରିମଳ ମିଶନର କାର‌୍ୟ୍ୟ ଅଗ୍ରଗତି, ପାନୀୟ ଜଳ ସେବାରେ ଗୁଣାତ୍ମକ ଉନ୍ନତି, କାର‌୍ୟ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଏବଂ ସଂସ୍କାରମୂଳକ ପଦକ୍ଷେପ ଆଦି ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ୨୦୭ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୪୨ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ୪୪ଟି ପ୍ରକଳ୍ପର ଇଣ୍ଟେକ୍ ଓ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର‌୍ୟ୍ୟ ସମାପ୍ତ ହୋଇ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଜଳ ଯୋଗାଣ ଆରମ୍ଭ ହୋଇଛି । ସମସ୍ତ ପ୍ରକଳ୍ପ ଶୀଘ୍ର ଶେଷ କରାଯିବା ନିମନ୍ତେ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ସେହିପରି ୧୯,୦୮୬ଟି କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୧୮,୭୩୭ଟି ସମାପ୍ତ ହୋଇଥିବା ବେଳେ ଅବଶିଷ୍ଟ ପ୍ରକଳ୍ପଗୁଡ଼ିକ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏବଂ ୮,୮୬୩ଟି ସୌରଚାଳିତ ପ୍ରକଳ୍ପ ମଧ୍ୟରୁ ୬୬୩୭ ଶେଷ ହୋଇଛି ଏବଂ ଆଗାମୀ ନଭେମ୍ବର ୨୦୨୬ ସୁଦ୍ଧା ଅବଶିଷ୍ଟ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜଳ ଜୀବନ ମିଶନ ୨.୦ ଅନ୍ତର୍ଗତ ପାନୀୟ ଜଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ(ମରାମତି) ନୀତି ଏବଂ କେତେକ ସଂସ୍କାରମୂଳକ ପଦକ୍ଷେପ ନେଇ ଆଲୋଚନା କରାଯାଇଛି । ଗ୍ରାମ ଏବଂ ଗ୍ରାମ ପଂଚାୟତ ସ୍ତରରେ ବୈଷୟିକ ସହାୟତା ନେଇ ବ୍ୟବସ୍ଥାର ସୁଦୃଢୀକରଣ, ସଂସ୍ଥାଗତ ବ୍ୟବସ୍ଥାରେ ରୂପାନ୍ତରଣ, ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ, ଗ୍ରାମ ପଂଚାୟତ ଓ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥା ମଧ୍ୟରେ ତ୍ରୈପାକ୍ଷିକ ଚୁକ୍ତି , ନାଗରିକ-କୈନ୍ଦ୍ରିକ ଜଳର ଗୁଣବତ୍ତା

ନିରୀକ୍ଷଣ, ଜଳ ଉତ୍ସର ନିରନ୍ତରତା ଓ ଜଳ ନିରାପତ୍ତା , ସୁଜଳମ୍ ଭାରତ –ଡିଜିଟାଲ ଗଭର୍ଣ୍ଣାନ୍ସ ଏବଂ ଗୋଷ୍ଠୀ ସହଭାଗିତା ତଥା ଜନ ଭାଗିଦାରୀରେ ଜଳ ପରିଚାଳନା ସଂପର୍କରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଇ ସବିଶେଷ ଆଲୋଚନା କରାଯାଇଛି । ‘ସୁଜଳମ’ ଭାରତ ଅଧୀନରେ ଏପର‌୍ୟ୍ୟନ୍ତ ୯୪ ହଜାରରୁ ଅଧିକ ସୁଜଳ ଗାଁ ଆଇଡି ସୃଷ୍ଟି ହୋଇଥିବା ବେଳେ ଜିଓ-ଟ୍ୟାଗିଂ, ପ୍ରକଳ୍ପ ନିରୀକ୍ଷଣ ମଡ୍ୟୁଲ୍ ଓ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ସ୍ଥାପନ କାର‌୍ୟ୍ୟ ଧାର‌୍ୟ୍ୟ ସମୟ ଆାଗମୀ ଡିସେମ୍ୱର ମାସ ସୁଦ୍ଧା ସାରିବାକୁ ନିର୍ଦ୍ଧାରିତ ହୋଇଛି । ହର ଘର ଜଳ କ୍ଷେତ୍ର କର୍ମଚାରୀମାନଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ବିଭନ୍ନ ପ୍ରକଳ୍ପ କାର‌୍ୟ୍ୟକାରିତାରେ ମାନବ ସମ୍ବଳର ଆବଶ୍ୟକତା, ଆର୍ଥିକ ନିରନ୍ତରତା, ଗବେଷଣା ଓ ଅଭିନବତ୍ୱ ଅବଲମ୍ବନ ସଂପର୍କରେ ଆଲୋଚନା କରାଯାଇଛି । “ହର ଘର ଜଳ\” ଯୋଜନାରେ ରାଜ୍ୟରେ ୧୬୭୨୪ଟି ଗାଁକୁ ପାନୀୟ ଜଳ ଯୋଗାଣ କରାଯାଇ ତନ୍ମଧ୍ୟରୁ ଅଦ୍ୟାବଧି ୧୨୪୮୪ଟି ଗ୍ରାମର ଜଳ ଯୋଗାଣକୁ ପ୍ରମାଣିକୃତ କରାଯାଇଛି । ଅବଶିଷ୍ଟ ଆଗାମୀ ଅକ୍ଟୋବର ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ବୈଠକରେ “ଜଳ ସେବା ଆକଳନ”ର ତଥ୍ୟ ଅନୁସାରେ ବିଭିନ୍ନ ଜିଲ୍ଲାର ଗ୍ରାମଗୁଡ଼ିକରେ ପାନୀୟ ଜଳର ଉପଲବ୍ଧତା ଏବଂ ରାଜ୍ୟ ଉନ୍ନତିକରଣ ପ୍ଲାନ ଦାଖଲ ସଂପର୍କିତ ଆଲୋଚନା, ପିଏମ୍ –ଜନମନ ଏବଂ ଡିଏ- ଜେଜିୟୁଏ ଅନ୍ତର୍ଗତ ସମସ୍ତ ଗ୍ରାମକୁ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ ଏବଂ ଶତ ପ୍ରତିଶତ ଘରୋଇ ଜଳ ସଂଯୋଗ ପ୍ରଦାନ କରାଯାଇଥିବା ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟର ୯୬ ପ୍ରତିଶତରୁ ଅଧିକ ଗ୍ରାମ ଓଡିଏଫ୍ ପ୍ଲସ୍ ମଡେଲ ଗ୍ରାମ ଭାବେ ଘୋଷିତ ହୋଇଛି । ବୈଠକରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ଆଦି ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close