
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୮ତମ ଶ୍ରାଦ୍ଧ ଉତ୍ସବ
ବ୍ୟାସନଗର,୧୪। ୭ : ସେବା, ତ୍ୟାଗ, ତିତିକ୍ଷାର ମୂର୍ତ୍ତିମନ୍ତ ବିଗ୍ରହ, ପ୍ରାତଃ ସ୍ମରଣୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ବ୍ୟାସନଗରରେ ମଙ୍ଗଳବାର ସକାଳେ ପାଳିତ ହୋଇଯାଇଛି। ପୌର ପରିଷଦ ଅନ୍ତର୍ଗତ ଉମାପଦା ରତନା ପୋଖରୀରେ ସକାଳେ ତିଳ ତର୍ପଣ ଓ ଶ୍ରାଦ୍ଧ କାର୍ଯ୍ୟ କରାଯାଇଥିଲା।ବୈଦିକ ପଣ୍ଡିତ ଅଶୋକ କୁମାର ଦାଶ ଶ୍ରାଦ୍ଧ ପୂଜାକାର୍ଯ୍ୟ ତୁଲାଇଥିଲେ। ପ୍ରତିକୂଳ ପାଗ ସତ୍ୱେ ଗୋପବନ୍ଧୁଙ୍କୁ ଭଲ ପାଉଥିବା ଶତାଧିକ ବ୍ୟକ୍ତି ହାତରେ ଅକ୍ଷତ, ତିଳ, ପୁଷ୍ପ ଧରି ଗୋପବନ୍ଧୁଙ୍କ ଗୋତ୍ର ଓ ପିତୃ ପୁରୁଷଙ୍କ ନାମ ଉଚ୍ଚାରଣ କରି ତର୍ପଣ କରିଥିଲେ। ସେଠାରୁ ଏକ ପଦଯାତ୍ରା ଗୋପବନ୍ଧୁ ଛକରେ ପହଞ୍ଚିବା ପରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ସେଠାରେ ଗୋପବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଜେସି ଜିଲା ସଭାପତି ବିଦ୍ୟାଧର ମହାନ୍ତି,ସିଭିଲ ସୋସାଇଟି ଆବାହକ ବିବେକାନନ୍ଦ ମହାନ୍ତି, ଯାଜପୁର ରୋଡ଼ ଥାନା ଅଧିକାରୀ ଆଶୀଷ କୁମାର ସାହୁ, ଆଇନଜୀବୀ ରବୀନ୍ଦ୍ର କୁମାର ନାୟକ, କାଉନସିଲର ଶିବାନନ୍ଦ ନାୟକ, ଡ. ଅକ୍ଷୟ କୁମାର ପଣ୍ଡା, ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ, କ୍ୟାପଟେନ ଅଧ୍ୟାପକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ନାଗରିକ ମଞ୍ଚ ଉପ ସଭାପତି ପ୍ରଫୁଲ୍ଲ କୁମାର ନାୟକ,ସାମ୍ବାଦିକ ହାରାଧନ ବାନାର୍ଜୀ,ପୁଲିନ ବିହାରୀ ଖୁଣ୍ଟିଆ,ଦେବେନ୍ଦ୍ର କୁମାର ନାୟକ,ଖବର ପ୍ରଭାବ ମୁଖ୍ୟ ସମ୍ପାଦକ କଳ୍ପତରୁ ଧୀର,ଅଭୟ ଲୋଚନ ନାୟକ,ନବ ଉତ୍କଳ ମହିଳା ସମିତି ସମ୍ପାଦିକା ଜୟନ୍ତୀ ଜେନା, ସଭାପତି ଅମୂଲୀ ପହିସଭ୍ୟା ଜେମାମଣୀ କଅଁର,ଜଞ୍ଜାଳି ମଲିକ, ସମାଜସେବୀ ପ୍ରଶାନ୍ତ କୁମାର ବୋଇତାଇ, ବିରଜା ଦାସ, ଦୀପକ ଦାସ,ଜିତେନ୍ଦ୍ର କୁମାର ରାଉତ,ପରମେଶ୍ୱର ଜେନା, କ୍ଷୀରୋଦ କୁମାର ମହାନ୍ତି,ଶ୍ୟାମ ସିଂ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ନବ ଉତ୍କଳ ନିର୍ମାଣରେ ଗୋପବନ୍ଧୁଙ୍କ ଭୂମିକା, ତାଙ୍କ ସେବା, ଆଦର୍ଶ ଉପରେ ଆଲୋକପାତ କରି ଯୁବ ସମାଜ ସେଥିରେ ଉଦବୁଦ୍ଧ ହେବାକୁ ମତ ରଖିଥିଲେ।ସାମ୍ବାଦିକ ରଙ୍ଗ ବଲ୍ଲଭ ସାହୁ,ସୁବାଷ ଧଳ, ମଳୟ କୁମାର ମଲ୍ଲିକ, ରଜତ କୁମାର ସାହା, ଅକ୍ଷୟ କୁମାର ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଡ. ଚିନ୍ତାମଣି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟାସନଗର କଲେଜ ଏନସିସି କ୍ୟାଡେଟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




