ଯାଜପୁରରୋଡ ରେଞ୍ଜର ମୋହ ତୁଟୁନି ଧର୍ମେନ୍ଦ୍ର ପ୍ରଧାନଙ୍କ; ବଦଳି ଆଦେଶ କାର୍ଯ୍ୟକାରୀ ନ ହେବା ପଛରେ ଅନଗୁଳ ଆରସିସିଏଫଙ୍କ ହାତ

ବ୍ୟାସନଗର, ୧୦/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଗତ ୧୫/୦୬/୨୦୨୬ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଦସ୍ତଖତ ଥାଇ ରାଜ୍ୟ ସ୍ତରୀୟ ବନ ବିଭାଗର ରେଞ୍ଜର (ବନାଂଚଳ ଅଧିକାରୀ)ଙ୍କ ଏକ ବଡ ଧରଣର ବଦଳି ଆଦେଶ ଜାରୀ ହୋଇଥିଲା । ବିଜ୍ଞପ୍ତି ସଂଖ୍ୟା-୧୩୩୪୯ ଅନୁସାରେ ଏକାଥରକେ ୧୨୪ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିଲା । ବଦଳି ତାଲିକାର ୬୪ କ୍ରମିକରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କୁ ପୁରୀ ଜିଲ୍ଲା ପୁରୀ ବନଖଣ୍ଡ ଅଧିନ ବାଲୁଖଣ୍ଡ (ବନ୍ୟପ୍ରାଣୀ) ରେଞ୍ଜକୁ ବଦଳି କରାଯାଇଥିଲା । ହେଲେ ୨୬ ଦିନ ବିତି ଗଲା ପରେ ବି ସେ ଏଠାରୁ ଦାୟିତ୍ୱମୁକ୍ତ ହୋଇ ତାଙ୍କର ନୂତନ ଜାଗାରେ କାର୍ଯ୍ୟଭାର ନ କରି ସରକାରଙ୍କ ବଦଳି ଆଦେଶକୁ ଫୁ’କରି ଉଡ଼ାଇ ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କ ନାମରେ ବହୁ ଅଭିଯୋଗ ରହିଛି ଏବଂ ଏବାବଦରେ ଗଣମାଧ୍ୟମରେ ବହୁ ରିପୋର୍ଟ ପ୍ରକାଶ ପାଇଛି । ଶୁଣାଯାଉଛି, ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରଚ୍ଚଦ ପଟରେ ରହି ଅନଗୁଳ ଆର.ସି.ସି.ଏଫ ସଂଜୟ କୁମାର ସ୍ୱାଇଁ ନୂତନ ରେଂଜ ଅଧିକାରୀ ଅନଗୂଳ ଜିଲ୍ଲା ବନ୍ତଳା କେନ୍ଦୁପତ୍ର ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କୁ କାର୍ଯ୍ୟରେ ନ ଯୋଗ ଦେବାରେ ମୁଖ୍ୟ ଭୂମିକା ନିଭାଉଛନ୍ତି । ଶ୍ରୀ ସାହୁଙ୍କୁ ସେଠାରୁ ଦାୟିତ୍ୱମୁକ୍ତ ନ କରିବା ସହ ଶ୍ରୀ ପ୍ରଧାନଙ୍କ ବଦଳି ଆଦେଶ ବାତିଲ ପାଇଁ ଲାଗି ପଡିଛନ୍ତି । ଶ୍ରୀ ପ୍ରଧାନ ଯାଜପୁରରୋଡ ରେଂଜରେ ରହି ବିଭିନ୍ନ ସ’ମିଲ, କାଠ ଡିପୋ, ମିୟାୱାକି-ବନିକରଣ, ନର୍ସରୀ ଓ ଚାରାବଂଟନରେ ମନମାନି ଓ ବ୍ୟାପକ ଦୁର୍ନୀତି କରି ମାଲେମାଲ ହେଉଥିବାରୁ ଯାଜପୁରରୋଡ ବନାଂଚଳକୁ ‘ସୁନା ଅଣ୍ଡା ଦିଆ କୁକୁଡା’ ସଦୃଶ ରେଂଜ ବୋଲି ଧରି ନେଇ ଏଠାରୁ ନ ଯିବା ପାଇଁ ଆର.ସି.ସି.ଏଫଙ୍କ ଜରିଆରେ ଉପର ମହଲରେ ଲାଗିପଡିଛନ୍ତି । ହେଲେ ଏତେ ଦିନ ହେଲା ଶ୍ରୀ ପ୍ରଧାନ ଦାୟିତ୍ୱ ହସ୍ତାନ୍ତର ନ କରି ଏଠାରୁ ଯାଇ ନ ଥିବାରୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (P.C.C.F) ତାଙ୍କୁ ଆଉ ଏକ ତାଗିଦ୍ ଚିଠି (ସ୍ମରଣ ପତ୍ର) ଚିଠି ସଂଖ୍ୟା ୬୨୩/ ୩ ଏଫ (ଏମଇ ଆଣ୍ଡ ଆଇଭି) ୧୬୨/୨୦୨୬, ତା ୦୩/୦୭/୨୦୨୬ (Reminder Letter No. 623/3F (ME & IV) 162, Dt. 03/07/2026) କରିଥିବାର ଜଣାଯାଇଛି । ଏତେସବୁ ଅଭିଯୋଗ ଓ ଉପରିସ୍ଥ ଅଧିକାରୀ (P.C.C.F)ଙ୍କ ଚିଠି ପରେ କ’ଣ ପାଇଁ ଅନଗୁଳର ଆର.ସି.ସି.ଏଫ ଶ୍ରୀ ପ୍ରଧାନଙ୍କୁ ଯାଜପୁରରୋଡ ରେଂଜରେ ରଖାଇବା ପାଇଁ ଭିତିରି ଉଦ୍ୟମ କରୁଛନ୍ତି ତା’ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଦାବୀ କରିଛନ୍ତି ।
ସୂଚନାଯୋଗ୍ୟ, ଯାଜପୁରରୋଡ ରେଂଜରେ ମନରେଗା MGNREGS (VB-G RAM-G) ଯୋଜନାରେ ଯେଉଁସବୁ ସ୍ଥାନରେ ନର୍ସରୀ କରାଯାଇଛି ଓ ଯେତିକି ଯେତିକି ପରିମାଣ ଚାରା ଗଛ ସୃଷ୍ଟି କରାଯାଇଛି ଓ ତାହାକୁ ଫଳକ ପଟାରେ ଦର୍ଶାଯାଇଛି ସେତିକି ସଂଖ୍ୟକ ଚାରା ପ୍ରକୃତରେ କରାଯାଇଛି କି ନାହିଁ ତାହାକୁ ଉପରିସ୍ଥ ଅଧିକାରୀ ନର୍ସରୀ ସ୍ଥଳୀ ପରିଦର୍ଶନ କରି ଜାଣିଛନ୍ତି ନା ଚୁପ ହୋଇ ବସିପଡି ରେଂଜରଙ୍କୁ କ୍ଲିନଚିଟ୍ ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶୁଣାଯାଏ, ଦର୍ଶାଯାଇଥିବା ଅନୁଯାୟୀ ଚାରା ସଂଖ୍ୟା ପ୍ରସ୍ତୁତ ନ କରାଯାଇ ତରବରିଆ ଭାବେ ଚାରା ବଂଟନ କରି ଖାତାରେ ୟା’ ତା’ ନାମରେ ଚାରା ବଂଟନର ଏବଂ ଅଧିକ ସଂଖ୍ୟକ ଭୂଲ ତଥ୍ୟର ତାଲିକା ପ୍ରସ୍ତୁତ କରୁଥିବାର ଦେଖାଦେଇଛି । ନର୍ସରୀରେ କୈାଣସି ଶ୍ରମିକ ନ ଲଗାଇ ମିଥ୍ୟା ଉପସ୍ଥାନ ତାଲିକା (Moster Roll) ପ୍ରସ୍ତୁତ କରାଯାଉଥିବାର ଜଣାଯାଇଛି । ସମୟ ବିତିଯାଇଥିଲେ ହେଁ ବର୍ତ୍ତମାନ କିପରି ଉପସ୍ଥାନ ତାଲିକା (Moster Roll) ପ୍ରସ୍ତୁତ କରାଯାଉଛି ଏବଂ ତାହା କଟକ ବନଖଣ୍ଡ ଅଧିକାରୀଙ୍କ ଜାଣତରେ ହେଉଛି ନା ଅଜାଣତରେ ହେଉଛି ତାହା ଉପରେ ବିଧିବଦ୍ଧ ଉଚ୍ଚସ୍ତରୀୟ ସମୀକ୍ଷା ଓ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ । ବହୁ ଅଜଣା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଛାଡି କିଛି ଅସାଧୂ ଦଲାଲମାନଙ୍କ ଜରିଆରେ ସେମାନଙ୍କୁ ଅଳ୍ପ କିଛି କିଛି ଦେଇ ଅବଶିଷ୍ଟ ଟଙ୍କା ଫେରାଇ ଆଣି ରେଂଜ ଅଧିକାରୀ ମିଥ୍ୟା ହିତାଧିକାରୀଙ୍କ ନାମରେ ମୋଟା ଅଙ୍କ ଚଳୁ କରୁଥିବାର ଅଭିଯୋଗ ହେଉଛି । ପାଣିକୋଇଲି ନିକଟସ୍ଥ ବେରୁଦା, ପଥରପଦା, ରଗଡି, ପାଟରଂଗା, ଯାଜପୁରରୋଡର ସାପଗଡ଼ିଆ, ଯାଜପୁର ଟାଉନ ସେକ୍‌ସନ, ବିଝାଂରପୁର ସେକ୍‌ସନ ଆଦିରେ କେତେ କେତେ ସଂଖ୍ୟକ ଚାରା ଗଛ ସୃଷ୍ଟି କରାଯାଇଛି ତାହାକୁ ଏକ ନିରପେକ୍ଷ ଟିମ ଜରିଆରେ ଗଣତି କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close