
ଅବସରପ୍ରାପ୍ତ ବରିଷ୍ଠ ଶ୍ରମ ଅଧିକାରୀ ଉମାକାନ୍ତ ଜେନାଙ୍କ ପରଲୋକ
ଧର୍ମଶାଳା,୦୯/୦୭(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ଗ୍ରାମରେ ଜନ୍ମିତ ତଥା ଶ୍ରମ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦଭାର ଅଳଙ୍କୃତ କରିଥିବା ତଥା ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତ ଉମାକାନ୍ତ ଜେନାଙ୍କ ପରଲୋକ ଘଟିଯାଇଛି । ସେ କିଛି ଦିନ ଧରି ପୀଡ଼ିତ ଥିଲେ । ଭୁବନେଶ୍ୱରର ମଂଚେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲ ‘ବ୍ଲୁ ହୁଇଲ’ରେ ତା ୦୭/୦୭/୨୦୨୬ ରିଖ ମଂଗଳବାର ଅପରାହ୍ନ ୦୩ଟା ୪୦ମି ସମୟରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ମରଶରୀରକୁ ନିଜ ଗ୍ରାମ କୋତପୁରକୁ ଅଣାଯାଇ ଗ୍ରାମ ଶଶ୍ମାନରେ ଶବ ସତ୍କାର କରାଯାଇଥିଲା । ତାଙ୍କର ପୁତ୍ର ବିପ୍ଳବ ଜେନା ମୁଖାଗ୍ନୀ ଦେଇଥିଲେ । ମର ଶରୀର ନିକଟରେ ତାଙ୍କର ସହଧର୍ମିଣୀ ନମିତା ଜେନା, ବିବାହିତ ଝିଅ କ୍ରିଷ୍ଣା, ଜ୍ୱାଇଁ, ପୁତୁରା ପ୍ରଣୟ ଜେନା, ପରିବାରବର୍ଗ, ବନ୍ଧୁବାନ୍ଧବ ଆଦି ଉପସ୍ଥିତ ଥିଲେ । ୰ ଜେନା ବିଭିନ୍ନ ଅଂଚଳରେ କେଉଁଝର, ଯାଜପୁର, ବାଲେଶ୍ୱର ପ୍ରଭୃତି ଅଂଚଳରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ସେ କୋତପୁରର ଏକ ଜମିଦାରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପୂର୍ବକ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କ ଅନ୍ତେଷ୍ଟିକ୍ରିୟାରେ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆତ୍ମାର ସଦ୍ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତାଙ୍କ ବିୟୋଗରେ ବ୍ରହ୍ମବରଦାର ଯୁବ ସମାଜସେବୀ ପ୍ରିୟବ୍ରତ ବିଶ୍ୱାଳ, ସତ୍ୟବ୍ରତ ବିଶ୍ୱାଳ, ‘ଉଦୟବଟ’ର ସମ୍ପାଦକ ତଥା ତାଙ୍କର ବନ୍ଧୁ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।




