ଧର୍ମଶାଳା ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ରାୟଙ୍କ ପରଲୋକ

ଧର୍ମଶାଳା,(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଶିଷ୍ଟ ତଥା ବରିଷ୍ଠ ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ରାୟଙ୍କ ଗତକାଲି ତା୦୮/୦୭/୨୦୨୬ ରିଖ ବୁଧବାର ସକାଳ ୬ଟା ୪୦ ମିନିଟ ସମୟରେ ତାଙ୍କ ଭଗବାନପୁରସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଏକ ଦଶନ୍ଧି ଧରି ପ୍ରଧାନ ଶିକ୍ଷକ ପଦବୀରୁ ଅବସର ନେଇ ସ୍ଥାନୀୟ ଅଂଚଳର ବିଭିନ୍ନ ସାମାଜିକ, ଆନୁଷ୍ଠାନିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ ସ୍ଥାନୀୟ ଅଂଚଳରେ ଜଣେ ଜଣାଶୁଣା ମୁରବୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ସ୍ୱର୍ଗତଃ ଶ୍ରୀଯୁକ୍ତ ରାୟ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଦକ୍ଷତା ଓ ସଫଳତାର ସହ କାର୍ଯ୍ୟକରି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ବେଶ୍ ପ୍ରଶଂସିତ ହୋଇ ଆସୁଥିଲେ । ତାଙ୍କର ପରଲୋକ ସ୍ଥାନୀୟ ଅଂଚଳ ସହ ବିରୂପା-ଗେଙ୍ଗୁଟି-କେଲୁଅ ଦ୍ୱୀପାଂଚଳରେ ଏକ ବରିଷ୍ଟ ମୁରବୀଙ୍କ ଅଭାବ ସୃଷ୍ଟି କରିଛି । ସେ ସର୍ବଦା ନିଜକୁ ସ୍ୱଚ୍ଛ ରଖିବା ସହ ଚଳଚଂଚଳ ରଖୁଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ଭଗବାନପୁରସ୍ଥିତ ତାଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଆସି ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କର ମରଶରୀରକୁ ବାଜା ବାଣ କିର୍ତନ ସହ ଏକ ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରାଇଥିଲେ । ଏହି ସମୟରେ ଗ୍ରାମରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେବା ସହ ବହୁ ବ୍ୟକ୍ତି ବିଶେଷ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ତାଙ୍କର ପୁତ୍ର ନିଗମାନନ୍ଦ ରାୟ କତାରର ରାଜଧାନୀ ଦୋହାରେ ଜଣେ ବରିଷ୍ଟ ଚାଟାର୍ଡ଼ ଆକାଉଂଟାଂଟ ଥିବାରୁ ତାଙ୍କ ପୁତୁରା ସୌମ୍ୟରଂଜନ ରାୟ ମୁଖାଗ୍ନି ଦେଇଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ମରଶରୀର ନିକଟରେ ପୁତ୍ର ବଧୂ ଜୟା ରାୟ, ତିନି ଝିଅ, ତିନି ଜ୍ୱାଇଁ, ବଡ ଝିଅ ନିବେଦିତା ପରିଡା, ବଡ ଜ୍ୱାଇଁ ମିହିର ପ୍ରସାଦ ପରିଡା, ମଝିଆ ଝିଅ ନର୍ମଦା ପ୍ରିୟଦର୍ଶୀନି ପରିଡା, ମଝିଆ ଜ୍ୱାଇଁ ସ୍ୱାଧିନ ପରିଡ଼ା, ସାନ ଝିଅ ନିହାରିକା ରାୟ, ସାନ ଜ୍ୱାଇଁ ଶୁଭ୍ରଜିତ୍ ସାମଲ, ଝିଆରୀ ବିଦ୍ୟୁତ୍ ପ୍ରଭା ରାୟ, ଝିଆରୀ ଜ୍ୱାଇଁ ତଥା ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ପୁତୁରା ତଥା ସୂର୍ଯ୍ୟସ୍ତର ସମ୍ପାଦକ ବିବେକାନନ୍ଦ ରାୟ, ବିନୋଦ ବିହାରୀ ରାୟ, ସୁମନ କୁମାର ରାୟ, ତୁଷାର ରଂଜନ ଜେନା, ପୁତୁରା ବୋହୂ ବେବୀ ରାୟ, ଆରତୀ ରାୟ, ନାତି ରାକେଶ ରାୟ, ନାତୁଣୀ ଶିଖା ସାମଲ, ବନ୍ଧୁ ଦିଲୀପ ସାମଲ, ଦିଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close