ମାସିକିଆ ବଟିରେ ଚାଲିଛି କଟକ ବନଖଣ୍ଡର ଯାଜପୁରରୋଡର ବନାଂଚଳ 

  ବ୍ୟାସନଗର, ୭/୭ (ଉ.ନ୍ୟୁଜ୍ ବ୍ୟୁରୋ): ସାରା ଦେଶରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନର ଆଜି ହିଁ ଶେଷ ଦିବସ । ଏହି ସପ୍ତାହର ୦୭ ଦିନ ମଧ୍ୟରେ ଦେଶର କୋଣ ଅନୁକୋଣରେ ସରକାରୀ ଓ ବେସରକାରୀ ଉଦ୍ୟମରେ କୋଟି କୋଟି ସଂଖ୍ୟାରେ ଚାରା ଗଛ ଲଗାଯାଇଥିବା ବେଳେ ଏଣେ କେତେ ଯେ ହରାଭରା ଗଛ ଉଜୁଡି ଯାଇଛି ତା’ର ହିସାବ ରଖିବା ଦୂରୂହ ବ୍ୟାପାର ହୋଇଛି । ସରକାରୀ ବାବୁଙ୍କ ଉଦାସୀନତା ଓ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ପାଇଁ ବହୁ ସ୍ଥାନରେ ଜଂଗଲ ଉଜୁଡି ଯାଇ ମରୁଭୂମି ପାଲଟିଛି । ଜନସାଧାରଣଙ୍କ ଟିକସ ଟଙ୍କାରେ ବହୁ ବନୀକରଣ ଯୋଜନାରେ ବ୍ୟାପକ ଘୋଟଲା ଦେଖାଦେଇଥିବାରୁ ଜଂଗଲ ସୃଷ୍ଟି ଯୋଜନା ବହୁ ସ୍ଥାନରେ ଫସର ଫାଟିଛି ।
     ଏଭଳି କଥା ଘଟିଥିବାର ଦେଖିବାକୁ ମିଳିଛି ଓଡ଼ିଶାର ଯାଜପୁର ଜିଲ୍ଲାର ଯାଜପୁରରୋଡ଼ ବନାଂଚଳ (ରେଂଜ)ରେ । ରେଂଜ ଅଧିକାରୀ ଭାବେ ଧର୍ମେନ୍ଦ୍ର କୁମାର ପ୍ରଧାନ ଯୋଗ ଦେବା ଦିନ ପର ଠାରୁ ହିଁ କାଠ ଚୋରୀ ଏହି ବନାଂଚଳ ଅଂଚଳରେ ବଢ଼ି ବଢ଼ି ଚାଲିଛି । ନାମକୁ ମାତ୍ର ପ୍ରଥମେ ପ୍ରଥମେ କାଁ ଭାଁ କିଛି କାଠ ଜବତ କଲେ ଏବଂ ତା’ପରେ ମାସିକିଆ ବଟି ଆଦାୟ ପାଇଁ ଫିକ୍ସିଂ କରି ଚୁପ୍ ହୋଇ ବସି ପଡିଲେ । ଯାଜପୁର ଟାଉନରେ ଥିବା କାଠ ଚୋରଙ୍କ ଠାରୁ ଯେଉଁମାନେ କି ରୀତିମତ ଚୋରାରେ ଶାଗୁଆନ, ପୁଟିଆ, ଆମ୍ବ, ପଣସ ଆଦି କିସମର କାଠ ଗଣ୍ଡିଗୁଡିକୁ ବିଭିନ୍ନ ସ’ମିଲକୁ ଯଥା- ଭଦ୍ରଖର ଧାମନଗରରେ ଥିବା ଚୋରା ସ’ମିଲ ଏବଂ ଯାଜପୁରରୋଡ ସନ୍ନିକଟ ଛୋଟରାୟପୁର ଓ ଜାରକାରେ ଥିବା ସ’ମିଲକୁ ରାତିରେ ପଠାନ୍ତି ସେମାନଙ୍କ ଠାରୁ ମାସିକିଆ ବଟି ନେଇ ଏହି କାରବାରକୁ ଖୋଲାମେଲା କରିବାରେ ପରୋକ୍ଷ ସହାୟତା ଦେବାର ଅଭିଯୋଗ ହୁଏ । ସ’ମିଲମାନେ ସକାଳୁ ସକାଳୁ ଏହି ଚେରା କାଠ ଗଡ଼ଗୁଡିକୁ ଚିରି ବିଭିନ୍ନ ଜାଗାକୁ ପଠାନ୍ତି । ସେମାନଙ୍କର ମାସିକିଆ ବଟି ଆଦାୟ କରି ବନ ବିଭାଗର କତିପୟ ଅଧିକାରୀ ମାଲାମାଲ ହୋଇଛନ୍ତି । ଛୋଟରାୟପୁରର ଜଣେ ସ’ମିଲ ମାଲିକ ଏପରି ଅନୈତିକ କାରବାର କରି ଦିନକୁ ୫୦ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ରେଂଜର ବାବୁଙ୍କୁ ସେ କୁଆଡ଼େ ମାସିକ ଲକ୍ଷେ ଟଙ୍କା ବଟି ଦେବା ସହିତ ଆବଶ୍ୟକ ସମୟରେ ଗାଡ଼ି ଘୋଡା, ଜଳଖିଆ ଏବଂ ରାତ୍ର ଭୋଜନର ବ୍ୟବସ୍ଥା ମଧ୍ୟ କରିଥାନ୍ତି । ଯେଉଁ ଗାଡ଼ିଗୁଡ଼ିକ ଘଟଗାଁରୁ ଯାଜପୁରରୋଡ଼କୁ ଶାଳ, ପିଆଶାଳ, ଶାଗୁଆନ ଆଦି ଦାମୀ କାଠ ଚୋରାରେ ଆଣୁଛନ୍ତି ସେମାନଙ୍କଠାରୁ ଏବଂ ଯାଜପୁର ଟାଉନ ଅଂଚଳର କାଠ ମାଫିଆଙ୍କ ଠାରୁ ମାସିକିଆ ବଟି ଆଦାୟରେ ଜଣେ ପୁରୁଣା ବନକର୍ମଚାରୀ ସହାୟତା କରି ନିଜର ପକେଟ ଗରମ ମଧ୍ୟ କରିଚାଲିଛନ୍ତି । 
ଯାଜପୁରରୋଡ ବନାଂଚଳ ଅଧିକାରୀ ଜାନୁଆରୀ-୨୦୨୫ ଠାରୁ ଯେଉଁ ପ୍ଲାଂଟେସନ୍‌ରେ ପାଣି ଦେବା କାର୍ଯ୍ୟ କରୁଛନ୍ତି ଯଥା- ଅର୍‌ବାନ ପ୍ଲାଂଟେସନ୍‌ରେ ରଗଡି ଅଂଚଳର ଜଣେ ବ୍ୟକ୍ତିଙ୍କ ଜିଆରେ ପାଇପ୍ ଯୋଗେ ପାଣି ଦେଇ ତାଙ୍କୁ ମାସକୁ ୧୦ହଜାର ଟଙ୍କା ଲେଖାଏଁ ଠିକାରେ ଦେଇ ମାସିକ ଟ୍ରାକ୍ଟର ଯୋଗେ ପାଣି ଦିଆ ଯାଇଥିବାର ମିଥ୍ୟା ଭାଉଚର କରି ମାସକୁ ୨ ଲକ୍ଷ ଟଙ୍କା ଟଙ୍କା ପର୍ଯ୍ୟନ୍ତ ଲୁଟୁଥିବାର ଅଭିଯୋଗ ହେଉଛି । ଏହିପରି ବିଭିନ୍ନ ଜାଗାରେ ଏନ-କ୍ୟାପ ଓ ଅରବାନ ପ୍ଲାଂଟେସନ୍ ଯୋଜନାରେ ପାଣି ଦେବା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଛନ୍ତି । ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ଦେଢ଼ ବର୍ଷ ସମୟରେ ଯେଉଁ ଯେଉଁ ନର୍ସରୀ ଏବଂ ନବୀକରଣ କାର୍ଯ୍ୟ କରାଯାଇଛି ସେଥିରେ କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ବାରି ହୋଇଛି । 
ଏହିସବୁ ଅନିୟମିତତା କାର୍ଯ୍ୟରେ ଜଣେ ବନ କର୍ମଚାରୀ ଏବଂ ଆଉ ଜଣେ ଗଏଘଜଋଏଝ ଊ.ଙ ସହାୟତା କରିଥିବାର ଶୁଣାଯାଉଛି । ଯେଉଁମାନେ କି ରେଂଜ ଅଫିସରେ ଭଡ଼ାରେ ଲାଗିଥିବା ଗାଡ଼ିକୁ ଚଳାଉଛନ୍ତି । ଡ୍ରାଇଭରର ଦରମା ଟଙ୍କା ଗାଡ଼ି ମାଲିକଙ୍କ ଠାରୁ ରେଂଜର ବାବୁ ମାସକୁ ମାସ ଆଣି ନିଜ ପକେଟ ଗରମ କରୁଛନ୍ତି । କଟକ ଡିଏଫ୍‌ଓ ମହାଶୟ ସବୁ ଜାଣି ଦେଖି ମଧ୍ୟ ନ ଜାଣିଲା ପରି ଚୁପ ରହୁଛନ୍ତି । ବନାଂଚଳ କାର୍ଯ୍ୟାଳୟ ବାହାରେ ହେଉଥିବା ଆଲୋଚନାରୁ ଜଣାଯାଇଛି ଯେ, ଏ ବର୍ଷ ରେଂଜର ବାବୁ ନିଜେ ୱାଟରିଂ କରିଛନ୍ତି ଓ ଯେଉଁ ବନପାଳମାନେ ନିଜେ ଭାଉଚର କରିଛନ୍ତି ୪୦% ଲେଖାଏଁ ପାଣି ଦେବାରେ ଓ ଅନ୍ୟ କାମରେ ୩୦% ଓ  ଗଏଘଜଋଏଝ ରେ ୨୫% ଲେଖାଏଁ ଆଦାୟ କରି ସରକାରଙ୍କ ଯୋଜନାକୁ ବାଟବଣା କରିଛନ୍ତି । ଏନ-କ୍ୟାପ୍ ଯୋଜନାରେ ୨୦୨୩-୨୪ ବନିକରଣ ଯୋଜନାରେ ବ୍ୟାସନଗର ପୈାର ପରିଷଦ ଅଂଚଳରେ ୦୪ ହଜାର ଗଛ ଲଗାଯାଇଥିଲା; ହେଲେ ଏବେ ଆଦୈା ଗଛ ନ ଥିବାର ଜଣାଯାଇଛି । 
ଆର.ସି.ସି.ଏଫ ଅନୁଗୁଳ ମହାଶୟ ଥରକୁ ଥର ବଦଳି ଆଦେଶ ବାହାର କରୁଛନ୍ତି ଏବଂ ପୁନର୍ବାର ସେଥିରୁ କିଛି କ’ଣ ପାଇଁ କ୍ୟାନସେଲ କରୁଛନ୍ତି ତାହା ଆଶ୍ଚର୍ଯ୍ୟଜନକ ସାବ୍ୟସ୍ତ ହୋଇଛି । ଏଭଳି ବଦଳି ଆଦେଶ ଓ ତା’ପରେ ବାତିଲ ଆଦେଶ ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ । ଅନୁଗୁଳ ଜିଲ୍ଲାର ୦୨ ଜଣ ରେଂଜର ଯାଜପୁର ଜିଲ୍ଲାର ସୁକିନ୍ଦା ଏବଂ ଯାଜପୁରରୋଡରେ ରହି ନିଜକୁ ସର୍ବେସର୍ବା ଭାବୁଛନ୍ତି ।  ଆର.ସି.ସି.ଏଫଙ୍କ ଛତ୍ରଛାୟା ତଳେ ଥିବାରୁ ଡି.ଏଫ.ଓ ମହୋଦୟ ସେମାନଙ୍କୁ ଡରୁଥିବାର ଦେଖାଯାଉଛି । କିଛି ଦିନ ହେଲା ଯାଜପୁରରୋଡ ବନାଂଚଳ ଅଧିକାରୀ ଧ୍ରର୍ମେନ୍ଦ୍ର କୁମାର ପ୍ରଧାନଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଅନଗୂଳ ଆର.ସି.ସି.ଏଫଙ୍କ ସେ ପାଖ ଲୋକ ହୋଇଥିବାରୁ ଏପର୍ଯ୍ୟନ୍ତ ସେ ଦାୟିତ୍ୱ ହସ୍ତାନ୍ତର କରି ଜାଗା ନ ଛାଡିବା  ପରିତାପର ବିଷୟ !   
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close