ବନ ମହୋତ୍ସବ ଅବସରରେ ‘ଉଦୟବଟ’ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ)୦୨/୦୭: ଚଳିତ ୭୭ତମ ବନ ମହୋତ୍ସବର ଦ୍ୱିତୀୟ ଦିବସରେ ଅର୍ଥାତ୍ ଆଜି ଗୁରୁବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ୦୨ ନମ୍ବର ୱାର୍ଡ଼ରେ ଅବସ୍ଥିତ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ସମ୍ବାଦ ଭିତିକ ପତ୍ରିକା ‘ଉଦୟବଟ’ ତରଫରୁ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଏବଂ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ ଓଡ଼ିଶା ବନ ଉନ୍ନୟନ ନିଗମର ଅବସରପ୍ରାପ୍ତ ଏସ୍‌.ଡି.ଏମ୍‌. ବିନୋଦ ବିହାରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଶ୍ରୀ ଜେନା କହିଥିଲେ ଯେ ପ୍ରକୃତିମାତାର ସୁରକ୍ଷା ନିମନ୍ତେ ଜଣେ ବ୍ୟକ୍ତି ନିଶ୍ଚୟ ଗୋଟିଏ ଗଛ ଲଗାଇ ତା’କୁ ବଂଚାଇ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ । ଉଦ୍ଭିଦ ଜଗତ ବିନା ପ୍ରାଣୀଜଗତ ପୃଥିବୀପୃଷ୍ଠରେ ତିଷ୍ଠି ରହିବା କଷ୍ଟକର; ତେଣୁ ପର୍ଯ୍ୟାପ୍ତ ପରିମାଣର ଗଛ ଲଗାଇବାକୁ ସେ କହିଥିଲେ । ଏଥିରେ ଅତିଥି ଭାବେ ଜେନାପୁରର ପୂର୍ବତନ ସରପଂଚଙ୍କ ସ୍ୱାମୀ ଶୁକଦେବ ମଲ୍ଲିକ ଯୋଗ ଦେଇ ପରିବେଶର ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସମ୍ପାଦକ ଶ୍ରୀ ରାଉତ ବର୍ତ୍ତମାନର ପ୍ରଦ୍ୟୁଷିତ ସମାଜରୁ ନିସ୍ତାର ପାଇଁ ଓ ଆବଶ୍ୟକୀୟ ଅମ୍ଳଜାନ ପାଇବା ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ରାଜ୍ୟରେ ମୋହନ ମାଝୀଙ୍କ ସରକାର ବୃକ୍ଷରୋପଣକୁ ଅଗ୍ରାଧିକାର ଦେଉଥିବାରୁ ଏବଂ ବିଶେଷକରି ତାଳ ଗଛ କାଟିବା ଉପରେ ଦୃଢ଼ କଟକଣା କରିଥିବାରୁ ସଭାର ସଭାପତି ଶ୍ରୀ ରାଉତ ସାଧୁବାଦ ଜଣାଇଥିଲେ । ଏହାଦ୍ୱାରା ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଅନେକାଂଶରେ ପ୍ରଶମିତ କରିହେବ ବୋଲି ସେ ଆଶାପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସମ୍ପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ଜୟନ୍ତ ପ୍ରଧାନ, ଯୁବ ସମାଜସେବୀ ଅନୁପ କୁମାର ଦାସ, ଚନ୍ଦ୍ରମଣି ବାରିକ, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାସାଗର ନାଥ ତିୱାରି, ପ୍ରଫୁଲ୍ଲ ବାରିକ, ଗୋଲାପ ମଲ୍ଲିକ, ସୁମିତ୍ରା ମିଶ୍ର, ଅତୁଲ୍ୟ କୁମାର ସେନାପତି ଓ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ଆଦି ଯୋଗଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close