ଖବର କାଗଜ ବିତରକ ପ୍ରଫୁଲ୍ଲ ସାହୁ ଓ ବ୍ୟବସାୟୀ ପ୍ରକାଶ ସାହୁଙ୍କ ମାତୃ ବିୟୋଗ

କୋରେଇ,(ଉ. ନ୍ୟୁଜ୍ ବ୍ୟୁରୋ): କୋରେଇ ବ୍ଲକ ଶଙ୍ଖଚିଲା ଅଂଚଳର ସମାଜ ଏଜେଂଟ ପ୍ରକାଶ କୁମାର ସାହୁଙ୍କ ମା’ ବେଙ୍ଗଲତା ସାହୁ(୮୫)ଙ୍କର ରବିବାର ବିୟୋଗ ଘଟିଛି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟରେ ପୀଡ଼ିତ ଥିଲେ । ସେ ଜଣେ ପରୋପକାରୀ ଓ ଧର୍ମ ପରାୟଣା ମହିଳା ଥିଲେ । ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଠାକୁପାଟଣାସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ ପୂର୍ବକ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କ ଅନ୍ତେଷ୍ଟିକ୍ରିୟାରେ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶବାଧାର ନିକଟରେ ପୁଅ, ବୋହୂ, ଚାରି ନାତୁଣୀ, ପରିବାର ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ । ଶବକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶ୍ମଶାନରେ ଦାହ କରାଯାଇଥିଲା । ବଡ଼ପୁଅ ପ୍ରଫୁଲ୍ଲ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ‘ଉଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close