ପାଣିକୋଇଲି ପୂର୍ତ ବିଭାଗରେ ଅରାଜକତା, ଭୁଲ କାମରେ ମୋହର ମାରିବା ପାଇଁ ହିସାବ ରକ୍ଷକଙ୍କ ଉପରେ ଚାପ

ପାଣିକୋଇଲି, ୨୬/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) ଅଧିନରେ ଗତ ୦୨ ବର୍ଷ ମଧ୍ୟରେ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁ କାମରେ ବ୍ୟାପକ ଦୁର୍ନୀତି ସଂଗଠିତ ହେବା ଯୋଗୁ ପ୍ରଭୂତ କ୍ଷତି ସାଧନ ହେଉଥିବା କଥା ଖୋଦ୍ ମୁଖଆ ଏଡାଇଯାଉଥିବା କାରଣରୁ ଦୁର୍ନୀତି ଉପରେ ବେଫିଖର ଅଛନ୍ତି କିଛି ମୁନାଫାଖୋର ଠିକାଦାର । ଯନ୍ତ୍ରୀମାନେ ପି.ସି ଖାଇ ସେମାନଙ୍କୁ ଖୋଲା ସମର୍ଥନ ଦେଉଥିବା ବେଳେ ଆକାଉଂଟାଟ୍ ମହାଶୟ କୁଆଡେ ଭୂଲ ଫାଇଲରେ ହାତ ମାରିବାକୁ ପଛଘୁଂଚା ଦେଉଥିବାରୁ ଏବେ ଅନେକଙ୍କ ଆକ୍ରୋଶ ତାଙ୍କ ଉପରେ ପଡିଥିବା କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏ ବି ଅଜବ କଥା ଯେ, ବେଆଇନ କାମ ଉପରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତୁତ ଥିବା ଏହି ଆକାଂଉଟାଂଟ ମହୋଦୟଙ୍କୁ ଏଠିକାର ମୁଖ୍ୟ ତଥା ଏସ.ଇ କିଭଳି ସହଯୋଗ କରୁଛନ୍ତି ତା’କୁ ନେଇ ସନ୍ଦେହ ଦେଖାଯାଇଛି । ଠିକାଦାରମାନେ ମିଥ୍ୟା ବିଲ ପାଇଗଲେ ଯନ୍ତ୍ରୀମାନଙ୍କୁ ଭଲ କରି ପି.ସି ଦେବା ଥୟ; ହେଲେ ଏହି ଆକାଂଉଟାଂଟ ବାବଙ୍କୁ ଅରାଜି ସେମାନଙ୍କ ରାଗ ବମାଇଥିବା ବେଳେ କିଛି ଠିକାଦାର ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ ଏହି ଆକାଂଉଟାଂଟ ବାବୁଙ୍କୁ ଡରାଇ ଧମକାଇ ସେମାନଙ୍କ ବିଲ ନେବା ପାଇଁ ଯୋଜନା କରିଥିବାର ଦେଖାଯାଇଛି । ଏହି ହିସାବରେ ଗତ କାଲି ଗୁରୁବାର ପୂର୍ବାହ୍ନରେ କିଛି ଠିକାଦାର ଡିଭିଜିନାଲ ଆକାଂଉଟାଂଟ (ବରିଷ୍ଠ ବିଭାଗୀୟ ହିସାବ ଅଧିକାରୀ) ବାବୁଙ୍କ ପ୍ରକୋଷ୍ଠରେ ପଶି ପାଟିତୁଣ୍ଡ କରି ତାଙ୍କୁ ଡରାଇ ସେମାନଙ୍କ ବିଲ ଛାଡି ଦେବାକୁ ପ୍ରବଳ ଚାପ ପକାଇଥିଲେ । ହେଲେ ଆକାଂଉଟାଂଟ ବାବୁ କିନ୍ତୁ ଛାଡିବା ଅଧିକାରୀ ନୁହଁନ୍ତି । ଗଣ୍ଡଗୋଳ ବା କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ସେ ନିକଟସ୍ଥ ପୋଲିସକୁ ଏ ବିଷୟ ଜଣାଇବା ପରେ ସମସ୍ୟା ଏଡାଇବାକୁ ପୋଲିସ ଟିମ ଆସି ପୂର୍ତ ବିଭାଗ କାର୍ଯ୍ୟାଳୟରେ ପଇଁତରା ମାରିଥିଲା । ଏହାକୁ ଦେଖି ବେଆଇନ କାମରେ ମୋହର ମାରିବାକୁ ଯୋଜନା କରି ତାଙ୍କ ନିକଟକୁ ଆସିଥିବା ଠିକାଦାରମାନେ ପଛଘୁଂଚା ଦେଇଥିଲେ । ସର୍ବସାଧାରଣରେ ଏହି ଆକାଂଉଟାଂଟ ବାବୁଙ୍କ ପ୍ରତି ସମବେଦନା ବା ସାବାସି ବଢ଼ୁଥିବା ବେଳେ ଅରାଜକତା ସୃଷ୍ଟି କରି ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ଠିକାଦାରମାନଙ୍କ ସାହାସ କିଛି କମ ନୁହେଁ ବୋଲି ଆଲୋଚନା ହେଉଛି । ଖାସ ଏଥିପାଇଁ ଏଭଳି ୦୧ ହଜାର ପାଖାପାଖି ଫାଇଲ ସୁପାରିଶ ନ ହୋଇ ଆକାଂଉଟାଂଟ ବାବୁଙ୍କ ନିକଟରେ ପଡିରହିଥିବାର ଜଣାଯାଇଛି । ହେଲେ ଏହା ଉପରେ ପାଣିକୋଇଲି ପୂର୍ତ ବିଭାଗର ମୁଖ୍ୟ ତଥା ଏସ.ଇ କୋମଲ କୁମାର ସ୍ୱାଇଁଙ୍କ ନୀରବତା ଉପରେ ଉଚ୍ଚ ସ୍ତରୀୟ ଏବଂ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ପାଣିକୋଇଲି ସମାଜସେବୀ ରାମଚନ୍ଦ୍ର ବାରିକ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close