
ଯୁଝପଦା ଉଚ୍ଚ ବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ
ତା 7.02.26 ରିଖ ସ୍ଥାନୀୟ ରାଛିପୁର ସ୍ଥିତ ଯୁଝପଦା ଉଚ୍ଚ ବିଦ୍ୟାଳୟରେ ଇକୋ. କ୍ଲବ. ଆନୁକୂଲ୍ୟରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ କ୍ଲବର ସଂଯୋଜକ ରାଜେଶ ରାଉଳଙ୍କ ନେତୃତ୍ୱ ରେ ଛାତ୍ରଛାତ୍ରୀ ମାନେ ଏକ ବିଶାଳ ପଟୁଆର ରେ ପ୍ଲାଷ୍ଟିକ ବର୍ଜନ ପାଇଁ
ବିଭିନ୍ନ ନାରା ଦେଇ ଗ୍ରାମ ପରିକ୍ରମା କରି ଥିଲେ। ଏହାପରେ ପ୍ରଧାନଶିକ୍ଷକ ଡ଼ଃ ରାଜୀବ ଲୋଚନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ଦିବାକର ବସ୍ତିଆ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ଅଜୟ କୁମାର ପଣ୍ଡା ଯଥା କ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ବକ୍ତବ୍ୟ ମାଧମରେ ପ୍ଲାଷ୍ଟିକ ତଥା ପ୍ଲାଷ୍ଟିକ ନିର୍ମିତ ଦ୍ରବ୍ୟର ବ୍ୟବହାର ବନ୍ଦ କରି ଝୋଟ ଓ କପଡା ତିଆରି ମୁଣା ତଥା ଅନ୍ୟାନ୍ୟ ପଦାର୍ଥର ବ୍ୟବହାର କରିବା ପାଇଁ ଉପଦେଶ ଦେଇ ଥିଲେ। ଅନ୍ୟ ମନଙ୍କ ମଧ୍ୟରେ ଶିକ୍ଷକ ଅଶୋକ ସହୁ, ବିକାଶ ସିଂ ଚୌଧୁରୀ, ଅଭିଜିତ ପାଣିଗ୍ରାହୀ, ମଧୁମିତା ଦାସ, ସୋନାଲିକା ନାଥ, ରଙ୍ଗ ଲତା କର ପ୍ରମୁଖ ନିଜ ନିଜ ଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସହିତ କରିଥିଲେ.। ପ୍ରବନ୍ଧ, ସାଧାରଣ ଜ୍ଞାନ, ତଥା ପ୍ଲାଷ୍ଟିକ ପୁର୍ନରବିନିଯୋଗ ପ୍ରକଳ୍ପ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ପମା ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । କ୍ରିତି ସୁନ୍ଦର ନାଥ, ଜିତେନ୍ଦ୍ର ସହୁ, ହରପ୍ରିୟା ସହୁ, ଆକାଂକ୍ଷା ସହୁ, ଦେବସ୍ମିତା ବିଶ୍ଵାଳ, ପ୍ରାଚୀ ପ୍ରଭା ସହୁ, ସ୍ମରଣିକା ଗହlଣ, ଲିଜା ଦାସ, ଶୁଭଲକ୍ଷ୍ମୀ ସହୁ ପ୍ରଭୃତି ଛାତ୍ରତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




