ଯାଜପୁରରୋଡ଼ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବିଂଶତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ

କଳିଙ୍ଗନଗର, ତା (୧୯/୧): ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲବିଂଶତମ ବାର୍ଷିକ ଉତ୍ସବ ‘କନଫ୍ଲୁଏନ୍ସ’ ଜାଭିୟର୍ସ କଲେଜ ପ୍ରାଙ୍ଗଣରେ ଭବ୍ୟ ଓ ଉଲ୍ଲାସପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ସେଠଙ୍କ ଅଧ୍ୟକ୍ଷତାରେ ଯୋଗଦେଇ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ିଆର ବିଶିଷ୍ଟ ନୃତ୍ୟଗୁରୁ ଶାଶ୍ବତ ଯୋଶୀ ଯୋଗଦେଇ ଉତ୍ସବର ମହତ୍ତ୍ବକୁ ବହୁଗୁଣିତ କରିଥିଲେ। ଶ୍ରୀ ଯୋଶୀ ମଞ୍ଚରେ ଛାତ୍ରଛାତ୍ରୀଙ୍କ ସହ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ମତୁଆଲା କରିଥିଲେ। ଦର୍ଶକମାନେ ନିଜ ନିଜ ସ୍ଥାନରୁ ମୋବାଇଲ ଲାଇଟ ସହ ନୃତ୍ୟ କରି ସମଗ୍ର ପରିବେଶକୁ ଆନନ୍ଦ ଓ ଉଲ୍ଲାସରେ ଭରିଦେଇଥିଲେ।ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଉଚ୍ଚକୋଟୀର ସାଂସ୍କୃତିକ ପରିବେଷଣ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ପ୍ରବଳ ଶୀତ ସତ୍ତ୍ୱେ ବହୁ ଦର୍ଶକ ରାତି ସାଢ଼େ ନଅଟା ପର୍ଯ୍ୟନ୍ତ ବସି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ସମ୍ପାଦକ ରାଜୀବ କୁମାର ମହାନ୍ତି, ବିଦ୍ୟାଳୟ ନିର୍ଦ୍ଦେଶକ ଦୀପକ କୁମାର ସିଂ, ପୁରୀ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ଦିବାକର ମିଶ୍ର, ଚଣ୍ଡିଖୋଲ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ସ୍ୱରୂପାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଇଭେଣ୍ଟ ମ୍ୟାନେଜର ଉଲ୍ଲାସ ବେହୁରାଙ୍କ ତତ୍ତ୍ୱାବଧାନରେ ୨୩ଟି ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହିତ ପରିଚାଳିତ ହୋଇଥିଲା। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା। ୯୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୩ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ପଣ୍ଡା ସହିତ ସସ୍ମିତା ମହାନ୍ତି, ବନ୍ଦନା ଝା, ଦିବ୍ୟଜ୍ୟୋତି ନାୟକ, ନଳିନୀ ପ୍ରିୟଦର୍ଶିନୀ, ଅଭୟ ମିଶ୍ର, ବନଜା ରାଉତ, ଦେବସ୍ମିତା ବାସା, ରବୀନ୍ଦ୍ର ଦାସ ପ୍ରମୁଖ ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଫୁଡ୍ କୋର୍ଟର ସ୍ୱାଦିଷ୍ଟ ଖାଦ୍ୟ ସହ ବର୍ଣ୍ଣ ଫାୟାରର ଗରମ ଉତ୍ତାପ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଶେଷରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ସହ ଉତ୍ସବକୁ ସମାପ୍ତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ବିଦ୍ୟାଳୟ ସମ୍ପାଦକ ରାଜୀବ କୁମାର ମହାନ୍ତି, ଅଧ୍ୟକ୍ଷ, ପ୍ରଧାନ ଶିକ୍ଷୟିତ୍ରୀ ସହ ସମସ୍ତ ଶିକ୍ଷକ, କର୍ମଚାରୀ ଓ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close