ଆର୍‌ଏସ୍‌ପି କର୍ମଚାରୀଙ୍କୁ ୫୦ ହଜାର ଏବଂ ଶ୍ରମିକଙ୍କୁ ୨୦ ହଜାର ବୋନସ୍ ଦେବାକୁ “ରାଉରକେଲା ଇସ୍ପାତ୍ କର୍ମଚାରୀ ସଂଘ”ର ଦାବୀ

ଋାଉରକେଲା,୧୩/୦୯(ଉ. ନ୍ୟୁଜ୍ ବ୍ୟୁରୋ): ଦୂର୍ଗାପୂଜା ପାଖେଇ ଆସିଲାଣି । କଳକାରଖାନା, ଖଣିଖାଦାନମାନଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ବୋନସ୍ ପାଇବାର ଆଶା ଏବେଠୁ ସଂଚାର ହେବାରେ ଲାଗିଲାଣି । ଏଥିନିମନ୍ତେ ଦେଶର ପ୍ରାୟ ସମସ୍ତ ଇସ୍ପାତ କାରଖାନାମାନେ ସେମାନଙ୍କ କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ବୋନସ୍ ପ୍ରଦାନର ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଦେଶର ଏକ ପ୍ରମୁଖ ତଥା ବୃହତ୍ ଇସ୍ପାତ କାରଖାନା (ଆରଏସପି)ରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକମାନେ ନିରାଶ ଥିବାର ଦେଖାଯାଇଛି । ଏଠାରେ ଘଏଝ ଗରରଗ୍ଧସଦ୍ଭଶ ବାରମ୍ବାର ବାତିଲ ହୋଇଛି । ପୂର୍ବରୁ ସ୍ୱୀକୃତିପ୍ରାପ୍ତ ଥିବା ଶ୍ରମିକ ସଂଗଠନ ଏବଂ ୫ଟି ୟୁନିଅନ୍ ମିଶି କାରଖାନା କର୍ତୃପକ୍ଷଙ୍କ ସହିତ ମିଶି ମନଇଚ୍ଛା ବୋନସ୍ ଦେବା ପାଇଁ ସ୍ଥିର କରିଥିବାର ଖବର ମିଳିଛି । ଯାହା ଶ୍ରମିକମାନଙ୍କୁ କ୍ଷତି ପଂହଚାଇବା ସହ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ବୃହତର ସ୍ୱାର୍ଥସାଧନ ଦିଗରେ ସହାୟକ ହେବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଆର୍‌.ଏସ୍‌.ପି ୫୮୦ କୋଟି ଟଙ୍କାର ରାଜସ୍ୱ ଲାଭ କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟ ୩୬୧ କୋଟି ଲାଭ କରିଛି । ହେଲେ ଶ୍ରମିକ ଓ କର୍ମଚାରୀଙ୍କ ନାର୍ଯ୍ୟ ପ୍ରାପ୍ୟ ପ୍ରଦାନରେ ପାତର ଅନ୍ତର କରୁଥିବାରୁ ଜଓକଝ ଶ୍ରମିକ ସଂଗଠନ ପକ୍ଷରୁ ଏହା ଉପରେ ଅସନ୍ତୋଷ ପ୍ରକାଶ କରାଯିବା ସହ ଶ୍ରମିକମାନଙ୍କ ସ୍ୱାର୍ଥ ପୂରଣ ପାଇଁ ସ୍ଥାୟୀ କର୍ମଚାରୀଙ୍କୁ ୫୦ ହଜାର ଏବଂ ଠିକା କର୍ମଚାରୀ/ଶ୍ରମିକମାନଙ୍କୁ ୨୦ ହଜାର ବୋନସ୍ ଦେବାକୁ ଦାବୀ ଉପସ୍ଥାପନ କରାଯାଇଛି ବୋଲି ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଜଣାଇଛନ୍ତି । ଏହା ଉପରେ ଗତ ତା ୧୧/୦୯/୨୦୨୫ ରିଖ ଗୁରୁବାର ସାଧାରଣ ସଂପାଦକଙ୍କ ସମେତ ବିନୋଦ ବିହାରୀ ତ୍ରିପାଠୀ, ଅଶୋକ କୁମାର ସାହୁ, ଚିନ୍ମୟ ମହାନ୍ତି, ମାନସ ମହାନ୍ତିଙ୍କ ସମେତ ସଂଘର ବହୁ କର୍ମକର୍ତା ଆଦି ଆର୍‌ଏସପି ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଦାବୀ ଜଣାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close