ଜଙ୍ଗଲ ବିଭାଗରେ ଦୀର୍ଘ ୩୯ ବର୍ଷ ଚାକିରୀ ପରେ ଅବସର ନେଲେ ଯାଜପୁରରୋଡ଼ ରେଞ୍ଜ ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
କଟକ,୦୪/୧୨(ଉ. ନ୍ୟୁଜ୍ ବ୍ୟୁରୋ): ଗତ ତା ୩୦/୧୧/୨୦୨୪ରେ ସ୍ଥାନୀୟ କଟକର ଖପୁରିଆ ଘାଟକୂଳ ଠାରେ ଅବସ୍ଥାପିତ କଟକ ବନଖଣ୍ଡ କାର୍ଯ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ଏହି ବିଭାଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବନପାଳ ଭାବେ ଯାଜପୁର ଜିଲ୍ଲାର ସୁକିନ୍ଦା, ଯାଜପୁର ଆଦି ସ୍ଥାନରେ କାର୍ଯ୍ୟକଲା ପରେ ଯାଜପୁରରୋଡ଼ରେ ପଦୋନ୍ନତି ପାଇ ରେଞ୍ଜ ଅଧିକାରୀ ହୋଇଥିଲେ ଏବଂ ଏହି ଠାରୁ ହିଁ ତାଙ୍କ କାର୍ଯ୍ୟକାଳ ସମାପ୍ତ ପରେ ଅବସର ଗ୍ରହଣ କରିଛନ୍ତି । ଏହି ଅବସରକାଳୀନ ବିଦାୟୀ ସଭାରେ କଟକ ଡିଭିଜନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।