
ପୂର୍ବତନ ଫୁଟବଲ ଖେଳାଳୀ ଅନ୍ନଦା ଶଙ୍କର ଦାସ ଏବଂ ତାଙ୍କ ସହଧର୍ମିଣୀ ଶିକ୍ଷାବିତ୍ ସରୋଜିନୀ ଦାସଙ୍କ ୦୧ମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ

ବ୍ୟାସନଗର,୦୫/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଆଜି ରବିବାର ପୂର୍ବାହ୍ନରେ ବ୍ୟାସନଗର ସହରର ଜଣାଶୁଣା ବ୍ୟକ୍ତିତ୍ୱ ବିଶିଷ୍ଟ ଫୁଟବଲ ଖେଳାଳୀ ତଥା କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ବଡ଼ ମାମୁଁ ୰ ଅନ୍ନଦା ଶଙ୍କର ଦାସ ଏବଂ ତାଙ୍କର ସହଧର୍ମିଣୀ ବରିଷ୍ଠ ଶିକ୍ଷୟତ୍ରୀ ସ୍ୱର୍ଗତା ସରୋଜିନୀ ଦାସ ଉଭୟଙ୍କ ୧ମ ସାମ୍ବତ୍ସରିକ ଶ୍ରାଦ୍ଧ ଉତ୍ସବ ସ୍ଥାନୀୟ ସନ୍ତରାର ‘ଅଷ୍ଟନାମୀ ଆପାର୍ଟମେଂଟ’ ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗ ଦେଇ ଉଭୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ତାଙ୍କ ପିତା ରାଜ୍ୟର ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ, ୰ ଅନ୍ନଦା ବାବୁଙ୍କ ଭାଇ ଶାରଦା ପ୍ରସାଦ ଦାସ, ୦୨ ପୁତ୍ର କାକୁ ଓ ଗାଗୁ, ଯୁବ ନେତା ରାକେଶ ରାଉତ, ଅନୂପ କୁମାର ନାୟକ, ବିଜେପିର ବହୁ ଆଗଧାଡ଼ିର ନେତା ଯଥା-ନିରଞ୍ଜନ ଘଡ଼ାଇ, ବହୁ ଆଇନଜୀବୀ, ସାମ୍ବାଦିକ, ରାଜନେତା, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ, ୰ ଶ୍ରୀଯୁକ୍ତ ଦାସଙ୍କ ଜନ୍ମ ୦୨/୧୨/୧୯୪୩ରେ ହୋଇଥିବା ବେଳେ ସେ ୧୫/୧୦/୨୦୨୪ରେ ଇହଲୀଳା ସମ୍ବରଣ କରିଥିଲେ । ସେହିପରି ୰ ଶ୍ରୀମତୀ ଦାସ ତା: ୧୨/୦୯/୧୯୫୦ରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କର ୨୫/୧୨/୨୦୨୩ରେ ପରଲୋକ ହୋଇଥିଲା ।





