ଆଜି ଯାଜପୁରରେ ପହଚିଂବ ଅହିଂସା ରଥ; ବାଣ୍ଟିବ ଅହିଂସା ଓ ଦେଶପ୍ରେମର ବାର୍ତା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୧୯ା୯: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନରେ ୨ ଗୋଟି ଅହିଂସା ରଥ ଯାଜପୁର ଜିଲ୍ଳ୍ାରେ ପହଚିଂବ । ଗାନ୍ଧିଜୀଙ୍କ ପରିଦର୍ଶନ ସ୍ଥାନ ଦେବୀଗଡା ଠାରେ ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ପରେ ଜିଲ୍ଳ୍ାର ୧୦ ଗୋଟି ବ୍ଳ୍କ ଓ ୨ ଗୋଟି ପୈାରାଂଚଳ ପରିକ୍ରମା କରିବା ସହ ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରିବ । ସ୍ୱାଧୀନତା ସଂଗ୍ରାମ ସହ ଜଡିତ ସ୍ମୃତି ଅଂଚଳରେ ବିଶେଷ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହ ମଙ୍ଗଳବାର ଠାରୁ ଗୁରୁବାର ୩ ଦିନ ଧରି ଏହି ରଥ ଜିଲ୍ଳ୍ା ପରିକ୍ରମା କରିବ । ରହଣି ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଜିଲ୍ଳ୍ାପାଳ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଚ୍ଥନ୍ତି । କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ ଓ ଚ୍ଥାତ୍ରଚ୍ଥାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଚ୍ଥି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତିର ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଊଦ୍ବୁଦ୍ଧ ହେବାପାଇଁ ଜିଲ୍ଳ୍ା ପ୍ରଶାସନ ତରପଂରୁ ନିବେଦନ କରାଯାଇଚ୍ଥି ।