“ବ୍ୟାସନଗର ଲେଖକ ସାମୁଖ୍ୟ” ଓ “ବରଗଛ” ମିଳିତ ଆୟୋଜନରେ ଅନୁଷ୍ଠିତ “ଅଭିନନ୍ଦନ ୨୦୨୬” ଉଦ୍‌ଯାପିତ

ବ୍ୟାସନଗର, ୦୨/୦୧(ଉ. ନ୍ୟୁଜ୍ ବ୍ୟୁରୋ): “ବ୍ୟାସନଗର ଲେଖକ ସାମୁଖ୍ୟ” ଓ “ବରଗଛ”ର ମିଳିତ ଆୟୋଜନରେ ସ୍ଥାନୀୟ ପଦ୍ମପୁର ସ୍ଥିତ କାବ୍ୟକଳା ସଭାଗୃହରେ ତା ୩୧/୧୨/୨୦୨୫ ରିଖ ଠାରୁ ତା ୦୨/୦୧/୨୦୨୬ ରିଖ ଯାଏ ତିନି ଦିନ ପାଇଁ ଅନୁଷ୍ଠିତ ହେଉଥିବା “ଅଭିନନ୍ଦନ ୨୦୨୬” ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଦିନ ସଭାପତି ଡ଼ଃ. ରାଜୀବ ଲୋଚନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅଥିତି ଡ଼ଃ ସନାତନ ଗେଡି, ମୁଖ୍ୟ ବକ୍ତା ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଉଦଘାଟକ ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ପୁରୁଣା ବର୍ଷର ସମୃଦ୍ଧି ଓ ନୂତନ ବର୍ଷର ଆଶା ଆଶଙ୍କା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।
    ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ଖିଲାରଙ୍କ ସଭାପତିତ୍ୱରେ ଆୟୋଜିତ କବି ସମିଳନୀରେ ସନାତନ ଗେଡି, ପ୍ରସନ ବାରିକ, ହେଶ୍ବର ନାୟକ, ଧୀରେନ୍ଦ୍ର ମିଶ୍ର, ନନ୍ଦିନୀ ମିଶ୍ର, ସୌମ୍ୟ ମିଶ୍ର, ବିନାୟକ ରାୟ ପ୍ରମୁଖ କଵି ନିଜ ନିଜ କବିତା ମାଧ୍ୟମରେ ନୂତନ ବର୍ଷର ସ୍ୱାଗତ କରିଥିଲେ। ଏହା ପରେ ପ୍ରଦୀପ କୁମାର ଖୁଣ୍ଟିଆ, ପଦ୍ମାଳୟା ପୃଷ୍ଟି, ପ୍ରିୟଙ୍କା ପରିଜା, ନନ୍ଦିନୀ ମଳିକ, ସତ୍ୟଜିତ ଦାସ ପ୍ରଭୁତି ସଂଗୀତ ଗାନ କରିଥିଲେ।
 ତୃତୀୟ ସନ୍ଧ୍ୟାରେ ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅଥତି ଓ ମନୋଜ ମିଶ୍ର ମୁଖ୍ୟ ବକ୍ତା ଭାବେ, ଅତିଥି ଭାବରେ ପ୍ରିତିପାଲ ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇ ଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅଭିଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।     

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close