ଖଣି ଓ ଶିଳ୍ପାଞ୍ଚଳରେ ନେଟୱର୍କ ସମସ୍ୟା — ଡିଜିଟାଲ ଇଣ୍ଡିଆ ସମୟରେ ଅନ୍ଧକାର କଳିଙ୍ଗନଗର ଶିଳ୍ପାଂଚଳର ଅଧିକାଂଶ ଅଞ୍ଚଳ

କଳିଙ୍ଗନଗର: ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ସାକାର କରିବାକୁ ସରକାର ଦେଶକୁ ଆଗକୁ ନେଉଛି । ସବୁ ସେବାକୁ ଇଣ୍ଟରନେଟ୍ ଓ ମୋବାଇଲ ଭିତ୍ତିକ କରି ଜନସାଧାରଣ ପାଇଁ ସୁବିଧା ସୃଷ୍ଟି କରାଯାଉଛି । ଜମିବାଡି, କୋର୍ଟ କଚେରୀ, ମଣ୍ଡି ଓ ସରକାରୀ ଯୋଜନାର ଅନୁଦାନ — ସବୁଠି ଓଟିପି ଓ ଅନଲାଇନ ଭେରିଫିକେସନ୍ ରଆବଶ୍ୟକ ହୋଇପଡିଛି । କିନ୍ତୁ ବିପରୀତ ଚିତ୍ର ଦେଖାଯାଉଛି ସୁକିନ୍ଦା ଖଣି ଓ ଶିଳ୍ପ ପ୍ରଭାବିତ ଅଞ୍ଚଳରେ । ଏଠି ଆଜି ମଧ୍ୟ ନେଟୱର୍କ ଧରିବା ପାଇଁ ଲୋକେ ପାହାଡ ଚଢୁଛନ୍ତି, ଗଛ ଉପରେ ଚଢି ସିଗ୍ନାଲ ଧରିବା ଏଠିରେ ସାଧାରଣ ଘଟଣା ହୋଇପଡିଛି ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାୟ ମଧ୍ୟ ରେ ସିଗ୍ନାଲ ଆସୁନଥିବାରୁ ରୋଗୀ, ସମ୍ପର୍କୀୟ, ଡାକ୍ତର ଏବଂ କର୍ମଚାରୀ ମାନେ ନାହିଁ ନଥିବା ହଇରାଣ ହରକତ ହେବାସହ ରୋଗୀ ସେବାରେ ଗୁରୁତ୍ୱର ବାଧା ସୃଷ୍ଟି ହେଉଛି।
ଏକ ତାଜା ତଥ୍ୟ ଅନୁସାରେ, ଓଡିଶାର ପ୍ରାୟ ୪୯ ପ୍ରତିଶତ ଅଞ୍ଚଳ ଏଯାଁଏ ମୋବାଇଲ ନେଟୱର୍କ ସେବାରୁ ବଞ୍ଚିତ । ବିଶେଷତଃ ଆଦିବାସୀ ଅଧ୍ୟୁଷିତ ଓ ଖଣିଞ୍ଚଳ ଅଞ୍ଚଳରେ ମୋବାଇଲ ସିଗ୍ନାଲ ନ ଥିବାରୁ ସରକାରୀ ବହୁଲୋକାଭିମୁଖୀ ଯୋଜନାର ସୁବିଧାହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିବା ଏକ ଚିଠିରେ ଏହି ଦୁରବସ୍ଥାକୁ ଉଲ୍ଲେଖ କରାଯାଇଛି । ଚିଠିରେ ଏହା ସ୍ପଷ୍ଟ କରାଯାଇଛି ଯେ, ଓଡିଶାର ଅନେକ ଦୁରଗମ ଗ୍ରାମରେ ମୋବାଇଲ ଟାୱର ନଥିବାରୁ ଅଧିକାଂଶ ଜନସାଧାରଣ ଡିଜିଟାଲ ଭାବରେ ଅନ୍ଧକାରରେ ରହିଛନ୍ତି ।କଳିଙ୍ଗନଗର, ସୁକିନ୍ଦା, କାଳିଆପାଣି, ଜଖପୁରା, ଟମକା ଭଳି ଶିଳ୍ପ ଓ ଖଣି ଅଞ୍ଚଳରେ ନେଟୱର୍କ ସମସ୍ୟା ଗୁରୁତର ଅବସ୍ଥାରେ । ଏଠାରେ ଅନେକ ଗ୍ରାମ ରହିଛି ଯେଉଁଠାରେ ୨ଜି ସେବା ମଧ୍ୟ ସଠିକ ଭାବେ ଚାଲୁନାହିଁ । ଲୋକେ ମୋବାଇଲ ଫୋନ ନେଇ ଗାଁର ସିମାନାରେ, ପାହାଡ ଶିଖରରେ ବସି ସିଗ୍ନାଲ ଧରିଥାନ୍ତି । ଏହା ଫଳରେ ଅନଲାଇନ ଶିକ୍ଷା, ଟିକେଟ୍ ବୁକିଂ, ବ୍ୟାଙ୍କିଂ, ଜନ ସେବା କେନ୍ଦ୍ର ଭଳି ସମସ୍ତ ସେବା ଅସାଧ୍ୟ ହୋଇପଡିଛି ।କୋଭିଡ୍ ସମୟରେ ଅନଲାଇନ ଶିକ୍ଷା ଯେପରି ସାଧାରଣ ହୋଇଗଲା, ତାହା ଖଣି ଅଞ୍ଚଳର ଛାତ୍ରଛାତ୍ରୀ ପାଇଁ ଅସାଧ୍ୟ ହୋଇରହିଲା । ଯାଜପୁର, କେନ୍ଦୁଝର ଓ ମୟୁରଭଞ୍ଜ ଅଞ୍ଚଳର ଅନେକ ଗ୍ରାମରେ ଛାତ୍ରଛାତ୍ରୀ ମୋବାଇଲ ସିଗ୍ନାଲ ପାଇଁ ପାହାଡ ଚଢି, ଗଛ ଉପରେ ବସି ପାଠ ପଢୁଥିବା ଘଟଣା ଆଜି ମଧ୍ୟ ଦେଖାଯାଉଛି । ସରକାର ଯେଉଁଠାରେ ସ୍ମାର୍ଟ କ୍ଲାସ୍‌ର ଘୋଷଣା କରୁଛି, ସେଠାରେ ଛାତ୍ରମାନେ ସିଗ୍ନାଲ ପାଇଁ ହତାଶ ।କଳିଙ୍ଗନଗର ଭଳି ଶିଳ୍ପାଞ୍ଚଳ ଯେଉଁଠି ଦେଶର ଶତାଧିକ କୋଟି ଟଙ୍କାର ଶିଳ୍ପ ଚାଲିଛି, ସେଠି ମଧ୍ୟ ନେଟୱର୍କ ସେବା ଦୟାନୀୟ । ଶିଳ୍ପ ସଂସ୍ଥାନଗୁଡିକ CSR ଅଧୀନରେ ସ୍ଥାନୀୟ ଗ୍ରାମରେ ମୋବାଇଲ ଟାୱର ନିର୍ମାଣ କିମ୍ବା ଇଣ୍ଟରନେଟ୍ ସୁବିଧା ପ୍ରଦାନରେ କୌଣସି ଉଦ୍ୟମ ନେଉନାହାନ୍ତି । ଏପରି ସମୟରେ ଟେଲିକମ୍ କମ୍ପାନିମାନେ ମଧ୍ୟ ଗ୍ରାମୀଣ ଅଞ୍ଚଳକୁ ଲାଭହୀନ ମାନି ଟାୱର ଲଗାଇବାକୁ ରୁଚି ଦେଉନାହାନ୍ତି ।ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ ଏହି ବିଷୟ ଉପରେ ଚିଠିଚାଲାଣ ଚାଲିଛି, କିନ୍ତୁ ମୂଳ ସମାଧାନ ହେଉନାହିଁ । ନେଟୱର୍କ ନଥିବାରୁ ଗ୍ରାମ ସଚିବାଳୟ, ଜନସେବା କେନ୍ଦ୍ର, ଓଡ଼ିଶା ଓନଲାଇନ ସେବା, ମୋ ସରକାର ଆପ୍ ଭଳି ଯୋଜନାଗୁଡ଼ିକ ଅକାର୍ଯ୍ୟକ ହୋଇଛି ।ସ୍ଥାନୀୟ ନାଗରିକମାନଙ୍କ କହିବା, “ସରକାର ଯେତେ ଯୋଜନା ଆଣୁନ୍ତୁ, ଯଦି ନେଟୱର୍କ ନାହିଁ, ତାହା ଆମ ପାଇଁ ଅର୍ଥହୀନ ।” କିଛି ଶିକ୍ଷିତ ଯୁବକ ଆହ୍ୱାନ କରିଛନ୍ତି ଯେ, ସରକାର ଓ ଶିଳ୍ପ ସଂସ୍ଥାନ ମିଶି ସଂଯୁକ୍ତ ଭାବରେ ନେଟୱର୍କ ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । ଯାଜପୁର ଓ କେନ୍ଦୁଝର ସିମାଞ୍ଚଳର ଅନେକ ଗ୍ରାମରେ ଏହି ଦୃଶ୍ୟ ଏଯାଁଏ ଦେଖାଯାଉଛି। ଖଣି ଓ ଶିଳ୍ପ ଅନେକ ଅଞ୍ଚଳରେ ନେଟୱର୍କ ନ ଥିବାରୁ ଲୋକମାନେ ଯୋଗାଯୋଗରେ ଅସୁବିଧା ଭୋଗୁଛନ୍ତି । ଏହି ସମସ୍ୟାରେ ପିଲାମାନେ ଅନଲାଇନ୍ ଶିକ୍ଷା ନେଇପାରୁନାହାନ୍ତି, ରୋଗୀମାନେ ଟେଲିମେଡିସିନ୍ ସେବା ନେଇପାରୁନାହାନ୍ତି ଓ ଲୋକମାନେ ସରକାରୀ ସେବା ମଧ୍ୟ ହାସଲ କରିପାରୁନାହାନ୍ତି । ଭାରତ ଯେତେବେଳେ ଡିଜିଟାଲ ହେଉଛି, ସେତେବେଳେ ଓଡ଼ିଶାର ଏହି ଖଣି ଓ ଶିଳ୍ପ ଅଞ୍ଚଳ ଆଜିଭି ଡିଜିଟାଲ ଅନ୍ଧକାରରେ ରହିଛି । ସମୟରେ ଶିଳ୍ପାଂଚଳର ଅଧିକାଂଶ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close