ସୂଚନା ଅଧିକାର ଆଇନକୁ ବେଫିକର, ଯାଜପୁରରୋଡ ଓଡ଼ିଶା ବନ ଉନ୍ନୟନ ନିଗମର ସୂଚନା ଦେବାରେ କାଳକ୍ଷେପଣ ନୀତି

ବ୍ୟାସନଗର, ୧୮/୦୨(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ଯାଜପୁରରୋଡ ଠାରେ କାର୍ଯ୍ୟରତ ‘ଓଡ଼ିଶା ବନ ଉନ୍ନୟନ ନିଗମ (ଙୟସଗ୍ଦଷବ ୠକ୍ଟକ୍ସରଗ୍ଦଗ୍ଧ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଉକ୍ଟକ୍ସକ୍ଟ୍ରକ୍ଟକ୍ସବଗ୍ଧସକ୍ଟଦ୍ଭ, ଙୠଊଉ), ଯାଜପୁରରୋଡ ଡିଭିଜନଟି ବହୁ ପୁରାତନ ତଥା ବ୍ୟସ୍ତବହୁଳ ବାଣିଜ୍ୟିକ ଡିଭିଜନ । କିଛି ବର୍ଷ ହେଲା ଏହା ଭଲ ବ୍ୟବସାୟ କରି ରାଜ୍ୟରେ ବେଶ ପ୍ରଶଂସିତ ହୋଇଆସୁଥିଲା । ଏପରିକି ପୂର୍ବତନ ଡି.ଏମ ଜଗନ୍ନାଥ ସ୍ୱାଇଁଙ୍କ ବେଳେ ଏହି ଡିଭିଜନ ଅଧିନରେ ଚଣ୍ଡିଖୋଲ-ଡୁବୁରୀ, ଚଣ୍ଡିଖୋଲରୁ ପାରାଦୀପ, ଓଡ଼ିଶା ଖଣି ନିଗମର କେଉଁଝର ଜିଲ୍ଲାର ଗନ୍ଧମାର୍ଦ୍ଦନ ଖଣି ଆଦିରେ ସଫଳ ବନୀକରଣ କରାଯାଇ ତତ୍‌କାଳୀନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ପାଇଁ ନୂଆଦିଲ୍ଲୀକୁ ଡକରା ପାଇଥିଲେ । ଭୁବନେଶ୍ୱରରେ ୦୨ଟି ଯଥା-ବନୀକରଣ ଡିଭିଜନ ଓ ବାଣିଜ୍ୟିକ ଡିଭିଜନ ଥିଲେ ସୁଦ୍ଧା ନିଗମର ଉଚ୍ଚ ଅଧିକାର୍ୱାନେ ଶ୍ରୀ ସ୍ୱାଇଁଙ୍କ କାର୍ଯ୍ୟଦକ୍ଷତାରେ ପ୍ରଭାବିତ ହୋଇ ଯାଜପୁରରୋଡ ଡିଭିଜନକୁ ଭୁବନେଶ୍ୱରରେ ୫୦ ହଜାର ପାଖାପାଖି ଗଛ ଲଗାଇବାକୁ ଦାୟିତ୍ୱ ଦେଇ ବିଭାଗ ସଫଳ ହୋଇଥିଲା । ଏପରିକି ଶିଖରଚଣ୍ଡୀ ପାହାଡ଼ରେ ୧୮ ହଜାର ସଂଖ୍ୟକ ଗଛ କଷ୍ଠକର ପରିସ୍ଥିତିରେ ଲଗାଇ ଶ୍ରୀ ସ୍ୱାଇଁ ଉଚ୍ଚ ପଦାଧିକାରୀ ଓ ରାଜନୈତିକ ମହଲରେ ବେଶ ପ୍ରଂଶସିତ ହୋଇଥିଲେ । ସେ ସେଠାରେ ୧୨ ଫୁଟ ଉଚ୍ଚର ଚାରା ଲଗାଇଥିଲେ । ଅଧିକାଂଶ ଜାଗାରେ ୦୫ ଫୁଟ ବଦଳରେ ୦୮-୧୦ଫୁଟର ଗଛ ସେ ଲଗାଉଥିଲେ । ଚାରା ପିଛା ୧ କି.ଗ୍ରା ସାର ଦେବା ବଦଳରେ ୧.୨୫୦ ରୁ ୧.୫ କିଗ୍ରା ପର୍ଯ୍ୟନ୍ତ ସାର ଦେଉଥିଲେ । ଗାତ ଦେଢ଼ ଫୁଟରେ ଦେଢ଼ ଫୁଟ କରି ଗଛ ଲଗାଉଥିଲେ । ଜଗାରଖା ପାଇଁ ଠିକ ସଂଖ୍ୟକ ୱାଚର ବି ନିୟୋଜିତ କରୁଥିଲେ । ତାଙ୍କ ପରେ ପ୍ରଫୁଲ୍ଲ କୁମାର ମଲ୍ଲିକ ଅଳ୍ପ ଦିନ ଦାୟିତ୍ୱରେ ରହି ପଦ୍ୟୋନ୍ନତି ପାଇ ବଦଳି ହୋଇଥିଲେ । ଏହାପରେ ଦୀବାକର ବେହେରା ଡିଭିଜନର ଦାୟିତ୍ୱ ସମ୍ଭାଳିଛନ୍ତି । ଡିଭିଜନରେ ଶ୍ରୀ ସ୍ୱାଇଁଙ୍କ ଢ଼ାଂଚାରେ କାମ ଆଉ ଦେଖିବାକୁ ମିଳୁନି । ଏବେ ବନୀକରଣ କାର୍ଯ୍ୟ ସହ ଗଛ କଟା କାମ ଅଧିକ ହୋଇଛି । ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରଖ ମଝିରେ ୦୫ ହଜାର ଗଛ ନିକଟରେ ଲଗାଯାଇଥିବା ବେଳେ ଏଥିରେ ବହୁ ଅନିୟମିତା ହୋଇଥିବାର ଅଭିଯୋଗ ହୋଇଛି । ଦେଢ଼ ଫୁଟରେ ଦେଢ଼ ଫୁଟ ଗାତ ନ ଖୋଳି ବର୍ଷା ଦିନେ ଖାଲି ମାଟି ଆଡେଇ ଦେଇ ଗଛ ଲଗାଯାଇଥିବାର ଜଣାଯାଇଛି । ୨-୩ ଫୁଟର କମ ଉଚ୍ଚତା ବିଶିଷ୍ଟ ଗଛ ଲଗାଇଛନ୍ତି । ୫ ହଜାର ଗଛରୁ ବର୍ତମାନ ସେଠାରେ କେତେ ଗଛ ଅଛି ତା’ର ଅନୁସନ୍ଧାନ କରିବାକୁ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଦାବୀ କରିଛନ୍ତି ।
ସେହିପରି, କାଳିଆପାଣି ଖଣି ଅଂଚଳର ଓ.ଏମ.ସି ଡମ୍ପୟାର୍ଡ଼ରେ ୨୨ ହଜାର ପାଖାପାଖି ଗଛ ଲଗାଯାଇଥିବାର କାଗଜପତ୍ର କହୁଥିବା ବେଳେ ସେଠାରେ ଏପର୍ଯ୍ୟନ୍ତ କେତେ ଗଛ ଲାଗିଛି ତା’ ଉପରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି । ଗଛ ପିଛା ୧୨୦୦ ଟଙ୍କା ହିସାବରେ ୨ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାର କୁହାଯାଉଥିବା ବେଳେ ଏଥିରେ ବ୍ୟାପକ ଘୋଟାଲା ହୋଇଥିବାର ଅଭିଯୋଗ ହେଉଛି । ଗାତ ଖୋଳା, ବାଡ ଦେବାରେ ଦୁର୍ନୀତିର ଗନ୍ଧ ବାରି ହେଉଛି । ସେଠାରେ ମଧ୍ୟ କମ ଉଚ୍ଚତା ବିଶିଷ୍ଟ ଚାରା ଗଛ ଲଗାଯାଇଥିବାର ଦେଖାଯାଇଛି । ସାର, କୀଟନାଶକ ଔଷଧ ଆଦି ସଠିକ ପରିମାଣରେ ଦିଆଯାଇନି! ନଭେମ୍ବରରୁ ଜୁନ ମାସ ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ପାଣି ଦେବାର ବିଧି ରହିଥିଲେ ହେଁ ତାହା କିପରି କରାଯାଉଛି ତା’ର ତଦନ୍ତ ହେବା ଉଚିତ୍ । ନୂତନ ୱାଚର ନିଯୁକ୍ତି କରାଯାଇଛି ନା ପୁରୁଣା ୱାଚରଙ୍କ ନାମ ଦେଖାଇ ମିଥ୍ୟାବିଲ କରାଯାଉଛି ତା’ର ତଦନ୍ତ ହେବାକୁ ଦାବୀ ଉଠୁଛି ।
ସେହିପରି ଏହି ଡିଭିଜନ ଅଧିନରେ ବହୁ ସ୍ଥାନରେ ଗଛ କଟାଯାଇ ସେଥିରେ ବ୍ୟାପକ ହରିଲୁଟ କରାଯାଇଛି । କାଳିଆପାଣିର ଟାଟା ଖଣିରେ ୮ହଜାର ପାଖାପାଖି ଗଛ କଟାଯାଇଥିବା ବେଳେ ଏହି କାର୍ଯ୍ୟର ଏଷ୍ଟିମେଟରେ କେତେ କାଠ ଗଣ୍ଡି କେତେ କ୍ୟୁବିକ୍ ମିଟରରେ ଆସିବାର ଥିଲା ଓ ଗଛ କଟା ପରେ କେତେ କ୍ୟୁବିକ୍ ମିଟରର କାଠ ଗଣ୍ଡି ଯାଜପୁରରୋଡ ଡିପୋକୁ ଆସିଲା ଏବଂ ସେହିପରି ଜାଳେଣୀ କାଠ କେତେ ମେଟିକ୍ ଟନ ଆସିବାର ଥିଲା ଓ କେତେ ଆସିଲା ତାହା ଉପରେ ବିଧିବଦ୍ଧ ତଦନ୍ତ ଦାବୀ କରିଛନ୍ତି ଶ୍ରୀ ରାଉତ । ଗଛ କାଟିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ଏହି ଟଙ୍କାକୁ କାହା କାହାକୁ ଦିଆଯାଇଛି ତା’ର ପର୍ଦ୍ଦାଫାସ ପାଇଁ ସେ ଦାବୀ କରିଛନ୍ତି । ସେହିପରି ଭଦ୍ରଖର ଧାମନଗର ଠାରେ ୦୨ ହଜାରରୁ ଉର୍ଦ୍ଧ ସଂଖ୍ୟକ ଗଛ କଟା ଯାଇଥିଲେ ହେଁ ଉପରିସ୍ଥ କାଳିଆପାଣି ଭଳି ଦୁର୍ନିତୀ ଘଟିଥିବାର ଶ୍ରୀ ରାଉତ କହିଛନ୍ତି । ଏଠାରେ ଗଛ କାଟିଥିବା ବ୍ୟକ୍ତି ନାମରେ ଭାଉଚର ନ ହୋଇ ଏଥିପାଇଁ ଆସିଥିବା ୩୦-୪୦ଲକ୍ଷ ଟଙ୍କାକୁ ଅନ୍ୟ ନାମରେ କରାଯାଇ ଏହାର ସିଂହଭାଗ ବାଟମାରଣା କରାଯାଇଥିବାର ଶୁଣିବାକୁ ମିଳୁଛି । ଏହାସହ ଏଠାରେ କାର୍ଯ୍ୟରତ ଜୁନିୟର ଆକାଉଂଟାଟ୍ (କନିଷ୍ଠ ହିସାବ ରକ୍ଷକ) ଦେବାଶିଷ ନାୟକ ଏହି କାର୍ଯ୍ୟାଳୟରେ ଦୀର୍ଘ ୫-୬ ବର୍ଷ ହେଲା ରହି ମନମାନି ଚଳାଇ ବହୁ ଦୁର୍ନୀତି ବେପରୁଆ ଭାବେ ଚଳାଇଥିଲେ ହେଁ ବିଭାଗ ସବୁଜାଣିଶୁଣି ଚୁପ ରହିବା ଅନେକଙ୍କୁ ତାଜୁବ କରିଛି । ଗୋଟିଏ ଜାଗାରେ ଗାଦି ମାଡି ବସିଥିବା ଦୁର୍ନତିଗ୍ରସ୍ତ ପଦାଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ବିଭିନ୍ନ ମହଲରେ ଦାବୀ ଉଠିଛି । ସେହିପରି ଜଣେ ଅଧିକାରୀଙ୍କୁ ଦୁଇ ଦୁଇଟି ସବ୍‌-ଡିଭିଜନର ଦାୟିତ୍ୱ ଦେଇ ତାଙ୍କ ମାଧ୍ୟମରେ ଏହି ଡିଭିଜନରେ ବହୁ ମନମାନି ଚଳାଇବା ସହ ଦୁର୍ନୀତିକୁ ବିଭାଗୀୟ ଉଚ୍ଚ ଅଧିକାରୀମାନେ ପ୍ରେତ୍ସାହିତ କରୁଥିବାର ପରିଲକ୍ଷିତ ହେଉଛି ।
ଏ ସମସ୍ତ ପ୍ରସଙ୍ଗ ଉପରେ ରାଜ୍ୟସ୍ତରୀୟ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ କୁମାର ରାଉତ ସୂଚନା ଅଧିକାର ଆଇନ ବଳରେ ୦୩/୦୧/୨୦୨୬ରେ ତଥ୍ୟ ମାଗିଥିଲେ ହେଁ ବିଭାଗ ପକ୍ଷରୁ ତାଙ୍କୁ ତଥ୍ୟ ନ ଦେବା ପାଇଁ ବିଭିନ୍ନ ଷଡଯନ୍ତ୍ର ରଚାଯାଇଥିବାର ଶ୍ରୀ ରାଉତ କହିଛନ୍ତି । ଏହି ସୂଚନା ପାଇଁ ୩୦ହଜାର ୦୧ଶତ ଟଙ୍କା ଦେବାକୁ ପଡିବ ବୋଲି ବିଭାଗ ପକ୍ଷରୁ ଚିଠି କରାଯାଇଥିବା ବେଳେ ଶ୍ରୀ ରାଉତ ଟଙ୍କା ଧରି ଯାଇଥିବା ବେଳେ ପ୍ରଥମ ଦିନ ଟଙ୍କା ଗ୍ରହଣ ନ କରି ଫେରାଇ ଦେଇଥିବା ବେଳେ ପରେ କିନ୍ତୁ ଏହାକୁ ଗ୍ରହଣ କରିଥିଲେ । ଏହି ତଥ୍ୟ ପାଇଁ ଏତେ ଟଙ୍କା ଜମା କରିବାକୁ କୁହାଯିବା ତାଙ୍କୁ ତାଜୁବ କରିଥିବା ବେଳେ ସୂଚନା ଆସିବା ପରେ ହିଁ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ସେ କହିଛନ୍ତି । ଏହା ଦରଖାସ୍ତକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ୧୪,୧୫୦ ଫର୍ଦ୍ଦର ସୂଚନା ଏପର୍ଯ୍ୟନ୍ତ ତାଙ୍କୁ ନ ଦିଆଯାଇଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ସତରେ ଏତେ ସଂଖ୍ୟକ ପୃଷ୍ଟାର ତଥ୍ୟ ବିଭାଗ ଦେବେ ନା ତାଙ୍କୁ ଭୂଆଁ ବୁଲାଇବେ ତା’କୁ ନେଇ ସେ ସନ୍ଧିହାନରେ ଅଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close