ପାଣିକୋଇଲି ପୂର୍ତ ବିଭାଗରେ ଅସଂଖ୍ୟ ବେଆଇନ ପି-୦୧ ଟେଣ୍ଡର ଯୋଗୁ ବ୍ୟାପକ ଅର୍ଥ ତୋଷାରପାତ

ପାଣିକୋଇଲି, ୦୨/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ କିଛି ମାସ ମଧ୍ୟରେ ନାହିଁ ନ ଥିବା ଦୁର୍ନୀତି ହୋଇଥିବାରୁ ଡିଭିଜନରେ ସରକାରୀ ଅର୍ଥର ବ୍ୟାପକ ଦୂରୁପଯୋଗ ହୋଇଥିବା କଥା ଚର୍ଚ୍ଚା ହେଉଛି । ଏହି ଡିଭିଜନରେ ଅନେକ ସଂଖ୍ୟକ ଗୁପ୍ତ ଟେଣ୍ଡର କରାଯାଇ ମୋଟା ପରିମାଣର ଟଙ୍କା ତୋଷାରପାତ କରାଯାଇଥିବା ଅଭିଯୋଗ ହୋଇଛି । ବେଆଇନ ଗୁପ୍ତ ଟେଣ୍ଡର ପି-୦୧ (P-1) ଜରିଆରେ କିଛି ଡହରା ଠିକାଦାର ୟା’ ତା’ ନାମରେ ଅନେକ ସଂଖ୍ୟକ କାମ ହାତେଇ ନେଇ ଏଭଳି ଟେଣ୍ଡରରେ କାଁ ଭାଁ କାମ କରି ବହୁ ମିଥ୍ୟା ବିଲ କରି କୋଟି କୋଟି କୋଟି ଟଙ୍କା ଚଳୁ କରିଥିବାର ଜଣାଯାଇଛି । ଗୋଟିଏ ଗୋଟିଏ ପି-୦୧ (P-1) ଟେଣ୍ଡରରେ ୦୫ ଲକ୍ଷର କାମ ପାଇଥାନ୍ତି । ଏହି ଟେଣ୍ଡରରେ ବ୍ୟାପକ ମିଥ୍ୟା ବିଲ ହୋଇଥାଏ । ଜଣେ ଜଣେ ତଥାକଥିତ ଠିକାଦାର ଭିନ୍ନ ଭିନ୍ନ ନାମରେ ଶହ ଶହ ଟେଣ୍ଡର ହାତେଇ ନେଇ ସେଥିରୁ ୧୦-୧୫ଟି କାମ କରି ଅନ୍ୟଗୁଡିକୁ ଚଳୁ କରିଥାନ୍ତି । ୦୫ ଲକ୍ଷ ଟଙ୍କାର କାମରେ ନେତା ୧୪% ପି.ସି ଅର୍ଥାତ୍ ୭୦ ହଜାର ଟଙ୍କା ନେଇ ଚିଠା ଦେଉଥିବାର ଶୁଣାଯାଉଛି । ଏକାଂଉଟାଂଟ୍ ଏଭଳି ବେଆଇନ କାମର ବିଲ ପାସ କରିବାକୁ କିଛି ଦିନ ହେଲା ଅମଙ୍ଗ ହେଉଥିବା ବେଳେ ଆଜି ବିଭିନ୍ନ ଆଡୁ ଚାପ ପଡିବା ପରେ ବିଲ ପାସ ପାଇଁ ଏକପ୍ରକାରର ରାଜି ହୋଇଥିବାର ଜଣାଯାଇଛି । ଯଦି ଏପରି ହୁଏ ତାହାହେଲେ ଡିଭିଜନର ବହୁ କ୍ଷତି ହେବାର ଆଶଙ୍କା କରାଯାଉଛି । ଏପରି ବେଆଇନ ଗୁପ୍ତ ଟେଣ୍ଡର ପାଇଁ ଏକାଂଉଟାଂଟ୍ ମହାଶୟ ସ୍ପେସିୟାଲ ଅଡିଟ୍ ପାଇଁ ଏକଦା ସୁପାରିଶ କରିଥିବା ବେଳେ ଏବେ ତାହା ଶିଥିଳ ପଡିଯିବା ତଦନ୍ତସାପେକ୍ଷ । ସ୍ପେସିୟାଲ ଅଡିଟ୍ ନ ହେଲେ ଏହି ଡିଭିଜନରେ ହୋଇଥିବା ବ୍ୟାପକ ହରିଲୁଟର ପଦ୍ଦାଫାସ ହୋଇପାରିବ ନାହିଁ ବୋଲି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଡିଭିଜନରେ ହୋଇଥିବା ଗୁପ୍ତ ଟେଣ୍ଡର ପି-୦୧ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ହରିଲୁଟ କରାଯାଇଥିବାର ଅଭିଯୋଗ କରି ସେ ଏହାର ଉଚ୍ଚସ୍ତରୀୟ ଏବଂ ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି । ଯାଜପୁରରୋଡ ଧବଳଗିରି ଅଂଚଳର, ଧନେଶ୍ୱର ଅଂଚଳର, ଜାରକା ଅଂଚଳର ଏପରି ୦୩ ଜଣ ଡହରା ଠିକାଦାର ୧୫୦୦ ଭଳି ଗୁପ୍ତ ଟେଣ୍ଡର ହାତେଇ ନେଇ ବିଭାଗୀୟ ଅଧିକାରୀଙ୍କୁ ହାତବାରିସୀ କରି ଖୁଲମଖୁଲା ଲୁଟିଚାଲିଛନ୍ତି ବୋଲି ସେ କହିଛନ୍ତି । ଏପରି ଭାବେ ଡିଭିଜନରେ ୦୪ ହଜାରରୁ ଉର୍ଦ୍ଧ ପି-୦୧ ଟେଣ୍ଡର ଗତ ଆର୍ଥିକ ବର୍ଷରେ ହୋଇଥିବା ଏବଂ ସେଥିରୁ ଏବେ ସୁଦ୍ଧା ୦୧ ହଜାର ପାଖାପାଖିର ବିଲ ପାସ ହୋଇଥିବା ବେଳେ ଅବଶିଷ୍ଟ ପାସ ହେବା ପାଇଁ ଏକାଉଟାଂଟ୍‌ଙ୍କ ଉପରେ ପ୍ରବଳ ଚାପ ପଡୁଥିବାର ଶୁଣାଯାଉଛି । ପି-୦୧ ଟେଣ୍ଡର ପକ୍ରିୟାର ସ୍ୱଚ୍ଛତା ପାଇଁ ସ୍ପେସିୟାଲ ଅଡିଟ୍‌ର ଆବଶ୍ୟକତା ରହିଛି ବୋଲି ଶ୍ରୀ ବାରିକ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close