ରାଜ୍ୟ ବିଜୁ ଜନତା ଦଳର କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ

କେନ୍ଦୁଝର ; ୨୫/୦୮ (ବ୍ୟୁରୋ) : ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ । ଏହାରି ମଧ୍ୟରେ ବିଜୁ ଜନତା ଦଳ ଅନ୍ୟତମ । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସଜବାଜ ପାଇଁ ତତ୍ପର ହୋଇଉଠିଛି ବିଜୁ ଜନତା ଦଳ । ରାଜ୍ୟ ବିଜୁ ଜନତା ଦଳ ସଙ୍ଗଠନର ସମ୍ପାଦକ ତଥା କେନ୍ଦୁଝର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବୁଧବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ତେଲକୋଇ ନିର୍ବାଚନ ମଣ୍ଡଳୀର ତେଲକୋଇ ହାଟ ପଡିଆଠାରେ ନିର୍ବାଚନମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କର୍ମୀମାନେ ସଜାଗ ରହି ବିଜୁ ଜନତା ଦଳକୁ ସୁଦୃଢ କରିବାପାଇଁ ପ୍ରେରଣା ଦେଇଥିଲେ। ଶ୍ରୀ ଦାଶ ସର୍ବପ୍ରଥମେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ତାପରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ତେଲକୋଇ ବିଧାୟକ ତଥା ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ବିନୟ କୁମାର ସାହୁ, କମଳିନୀ ଦଣ୍ଡପାଟଙ୍କ ସହିତ ତିନୋଟି ନିର୍ବାଚନ ମଣ୍ଡଳୀର ହଜାର ହଜାର ପଞ୍ଚାୟତ ସ୍ତରୀୟ କର୍ମୀ ଉପସ୍ଥିତ ରହିଥିଲେ। ଉକ୍ତ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରଣବ ଦାସ କର୍ମୀମାନଙ୍କୁ ବିଧାୟକ ତଥା ମନ୍ତ୍ରୀଙ୍କ ଲୋକ ପ୍ରିୟତା ଓ ତାଙ୍କ କାର୍ଯ୍ୟ କଳାପ ବିଷୟରେ ପଚାରି ବୁଝିଥିଲେ । ଏହା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ ।ସାତଟି ଜିଲ୍ଲା ପରିଷଦ ଆସନରେ ଯେମିତି ବିଜୁ ଜନତା ଦଳ ନିଶ୍ଚିତ ବିଜୟ ହାସଲ କରିବ ସେ ନେଇ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଣବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close