ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସକାଳ ୮ଟାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଜାରକା ବଜାର ମଧ୍ୟ ଦେଇ ଭାରି ଯାନ ଚଳାଚଳ ନଷିଦ୍ଧ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର,୨୭ା୦୪: ଜାରକା ବଜାର ମଧ୍ୟ ଦେଇ ଭାରି ଯାନ ଚଳାଚଳ କରିବା ଦ୍ୱାରା ରାସ୍ତା ଅବରୋଧ ହେବା ସହ ଅତ୍ୟାବଶ୍ୟକ ଯାନ ଚାଲିବାର ସମସ୍ୟା ଓ ସଡକ ଦୁର୍ଘଟଣାର ସମସ୍ୟା ଉଭା ହୋଇଚ୍ଥି ।
ଏଣୁ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଆଂଚଳିକ ପରିବହନ କର୍ତ୍ତୃପକ୍ଷ ନିଖିଲ ପବନ କଲ୍ୟାଣ, ଭା.ପ୍ର.ସେ ତାଙ୍କର କ୍ଷମତା ପରିସରଭୁକ୍ତ ମୋଟର ଯାନ ଆକ୍ଟ ୧୯୮୮ର ଧାରା ୧୧୫, ୧୧୬,୧୧୭ ଏବଂ ଓଡିଶା ମୋଟରଯାନ ନିୟମ ୧୯୯୩ର ଅଧିନିୟମ ୬୩ ଓ ୯୩ ଅନୁଯାୟୀ ଜାରକା କଲେଜରୁ ଜାତୀୟ ରାଜପଥ ୧୬ ଜାରକା ବଜାର ମଧ୍ୟ ଦେଇ ଏବଂ ବିପରିତ ପାଖ ଜାତୀୟ ରାଜପଥ ୧୬ (ପଂ୍ଳାୟ ଓଭର)ରୁ ଜାରକା ବଜାର ଆରମ୍ଭ ସ୍ଥାନ ପର୍ଯ୍ୟନ୍ତ ସକାଳ ୮ ଘଟିକା ଠାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭାରି ଯାନ ଚଳାଚଳକୁ ନିଷିଦ୍ଧ କରିଚ୍ଥନ୍ତି ।
ଏହି ସମୟ ମଧ୍ୟରେ ସମସ୍ତ ଭାରି ଯାନଗୁଡିକ ଜାରକା କଲେଜରୁ ଗୋକର୍ଣ୍ଣେଶ୍ୱର ମନ୍ଦିର ବାଇପାସ ରାସ୍ତା ଆରମ୍ଭ ସ୍ଥାନ ଏବଂ ବିପରୀତ ଜାତୀୟ ରାଜପଥ ପାଖ କେନାଲ ରାସ୍ତାରୁ ଜାତୀୟ ରାଜପଥ-୧୬ ମଧ୍ୟ ଦେଇ ଯାତାୟତ କରିପାରିବେ । ଜିଲ୍ଲାପାଳଙ୍କର ଏହି ନିଷେଧାଜ୍ଞା ଆସନ୍ତା ତା ୦୧ା୦୫ା୨୦୨୪ ରିଖରୁ ତା ୩୧ା୦୫ା୨୦୨୪ ରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ବଳବତ୍ତର ରହିବ । ଏହା ସମସ୍ତ ଜନସାଧାରଣ, ଭାରୀଯାନ ଚାଳକ ଏବଂ ଭାରିଯାନ ଚାଳକ ସଂଘଙ୍କ ଅବଗତି ନିମନ୍ତେ ଜଣାଇ ଦିଆଗଲା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।