ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କୁ ଅବସର ସମ୍ୱର୍ଦ୍ଧନା

ଯାଜପୁର,୦୧/୦୫(ଉ. ନ୍ୟୁଜ୍ ବ୍ୟୁରୋ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁରର ଯାନଚାଳକ ସୁରେନ୍ଦ୍ର କୁମାର ସାହୁ ଗତକାଲି(ମଙ୍ଗଳବାର) ସରକାରୀ କାର୍ଯ୍ୟରୁ ଅବସର ନେଇଚ୍ଥନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ତାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ । ଏ ସଂପର୍କରେ ଏକ ବୈଠକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁିଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବେହେରା ସାହୁଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେଇଚ୍ଥି ଓ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଚ୍ଥି ବୋଲି କହିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିବା ବେଳେ ପ୍ରୋଭିଜିନାଲ ପେନ୍‌ସନ ଅର୍ଡର ସହ ମାନପତ୍ର, ଟ୍ରପିଂ, ଉତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ କର୍ମ ଚାରୀମାନେ ତାଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ଶ୍ରୀ ସାହୁ ନିଜ ଚାକିରୀରେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମିନତୀ ଦାଶ, ସାନ୍ତନୁ କୁମାର ସାହୁ, ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ବାରୁଣୀ ସେଠୀ, ଯୋଗ ଦେଇଥିଲେ । ଏହି ବିଦାୟ କାଳୀନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା କାର୍ଯ୍ୟାଳୟର କର୍ମଚାରୀ ବିନୋଦ କୁମାର ସିଂ ସିଙ୍କୁ, ଚକବନ୍ଦୀ କାର୍ଯ୍ୟାଳୟର ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close